fbpx

ପଞ୍ଜାବରେ ଆସିଲା ପ୍ରଥମ ଫଳାଫଳ: ଜାଣନ୍ତୁ କିଏ କେଉଁଠି ବିଜୟୀ

ଚଣ୍ଡିଗଡ଼: ୫ ଟି ରାଜ୍ୟରେ ଚାଲିଛି ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା । ୟୁପି, ପଞ୍ଚାବ, ଉତ୍ତରାଖଣ୍ଡ, ଗୋଆ, ମଣିପୁରରେ ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଛି । ଏହାରି ମଧ୍ୟରେ ପଞ୍ଜାବରେ ଆସିଛି ପ୍ରଥମ ଫଳାଫଳ । ପଞ୍ଜାବରେ କଂଗ୍ରେସର ପ୍ରଥମ ବିଜୟ ହୋଇଛି । କପୁରତାଲା ଆସନରେ ରାଣା ଗୁରଜିତ ସିଂହ ବିଜୟ ହୋଇଛନ୍ତି ।

ସେହପରି ପଞ୍ଜାବରେ ବିଜେପିର ଦୁଇଟି ବିଜୟ ହୋଇଛି । ପଠାନକୋଟ ଆସନରେ ବିାଜପିର ଅଶ୍ୱିନୀ କୁମାର ଶର୍ମା ବିଜୟୀ ହୋଇଛନ୍ତି । ମଣିପୁର ହେନଗାଙ୍ଗ ଆସନରେ ବିଜେପିର ଏନ ବୀରେନ୍ ସିଂହ ବିଜୟୀ ହୋଇଛନ୍ତି ।

ଏହା ସହ ପଞ୍ଜାବ ନିର୍ବାଚନରେ ବାଦଲ ବାପ ପୁଅ ପଛୁଆ ଅଛନ୍ତି । ଲାମ୍ବି ଆସନରୁ ପ୍ରକାଶ ସିଂ ବାଦଲ ପଛୁଆ ଅଛନ୍ତି । ଜଲାଲବାଦରେ ପୁଅ ସୁଖବୀର ସିଂହ ବାଦଲ ପଛୁଆ ଅଛନ୍ତି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଉଭୟ ଆସନରୁ ପଛୁଆ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ୧୧୭ଟି ଆସନରୁ ୮୯ରେ ଆପ୍ ଆଗୁଆ ଅଛି ।

Get real time updates directly on you device, subscribe now.