fbpx

କଳାହାଣ୍ଡି ଜିଲ୍ଲାର ଉତକେଲାରୁ ଆସନ୍ତା ଗୁରୁବାରଠାରୁ ଆରମ୍ଭ ହେବ ବିମାନ ଚଳାଚଳ

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲାର ଉତକେଲା ବିମାନବନ୍ଦରରୁ ଆସନ୍ତା ଗୁରୁବାର ୩୧ ତାରିଖ ଦିନ ବିମାନ ଚଳାଚଳ ଆରମ୍ଭ ହେବାକୁ ଯାଉଛି । ଗୁରୁବାର ମଧ୍ୟପ୍ରଦେଶର ଗ୍ୱାଲିୟରରୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହାର ଶୁଭାରମ୍ଭ କରିବେ ବୋଲି ଆମର ସମ୍ବାଦଦାତା ଜଣାଇଛନ୍ତି ।

ଏଥିସହିତ ଭୁବନେଶ୍ୱର ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବାଣିଜ୍ୟ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ, ଉତ୍‍କେଲା ବିମାନ ବନ୍ଦରରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମ ବିମାନ ଭୁବନେଶ୍ୱରରୁ ଉତକେଲାକୁ ସକାଳ ୧୦ଟା ୩୫ ମିନିଟରେ ବିମାନ ଉଡ଼ାଣ କରିବ ।

ସୂଚନାଯୋଗ୍ୟ ଗତ ୭ ତାରିଖରେ ଏ ନେଇ ଡି.ଜି.ସି.ଏ ଉତକେଲା ଏୟାରପୋର୍ଟକୁ ଲାଇସେନ୍ସ ପାଇଁ ଅନୁମତି ଦେଇଥିଲେ । ଅନ୍ୟପଟେ ରଙ୍ଗେଇଲୁଣ୍ଡା ବିମାନ ବନ୍ଦରରୁ ଖୁବ୍‍ଶୀଘ୍ର ବିଧିବଦ୍ଧଭାବେ ବିମାନ ଉଡ଼ାଣ ଆରମ୍ଭ ହେବ । ତେବେ ଏହା ପୂର୍ବରୁ ବିମାନ ବନ୍ଦରରେ ଭିତ୍ତିଭୂମି ନିର୍ମାଣ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି । ଏହି ବିମାନବନ୍ଦରକୁ ୨-ବି ବର୍ଗକୁ ଉନ୍ନୀତ କରିବା ଲାଗି ପୂର୍ତ୍ତ ବିଭାଗ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଛି ।

ଏଥିପାଇଁ ବିଭାଗ ପକ୍ଷରୁ ୩୦ କୋଟି ୫୬ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି । ଏକ ବର୍ଷ ମଧ୍ୟରେ ଏହି କାର୍ଯ୍ୟସମ୍ପୂର୍ଣ୍ଣ କରିବା ଲାଗି ଲକ୍ଷ୍ୟଧାର୍ଯ୍ୟ ହୋଇଛି । ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଙ୍ଗେଇଲୁଣ୍ଡା-ଭୁବନେଶ୍ୱର ବିମାନଚଳାଚଳର ଶୁଭାରମ୍ଭ କରିଥିଲେ ।

Get real time updates directly on you device, subscribe now.