fbpx

Video: ମାଙ୍କଡଙ୍କ ପାଇଁ କେନ୍ଦୁଝର ସାନଘାଗରା ନିକଟରେ ତିଆରି ହୋଇଛି ଝୁଲା ପୋଲ

କେନ୍ଦୁଝର: ମାଙ୍କଡଙ୍କ ପାଇଁ ତିଆରି ହୋଇଛି ଝୁଲା ପୋଲା ଏହି ପୋଲ ମାଧ୍ୟମରେ ରାସ୍ତା ପାର ହେବେ ଜୀବଜନ୍ତୁ । ଫଳରେ ଦୁର୍ଘଟଣାରୁ ବର୍ତ୍ତିବେ ଜୀବଜନ୍ତୁ ଓ ସରିସୃପ ।ଆଶ୍ଟର୍ଯ୍ୟ ଲାଗୁଥିଲେ ବି ଏହାସତ । ଏଭଳି ପଦକ୍ଷେପ ନେଇଛି କେନ୍ଦୁଝର ବନବିଭାଗ । କେନ୍ଦୁଝର ଉପକଣ୍ଠ ସାନଘାଗରା ୪୯ ନମ୍ବର ଜାତୀୟ ରାଜପଥ ନିକଟରେ ମାଙ୍କଡ ଓ ଜୀବଜନ୍ତୁଙ୍କ ଯାତାୟତ ପାଇଁ ପ୍ରସ୍ତୁତ ହୋଇଛି ଝୁଲା ପୋଲ । ଫଳରେ ଗୋଟିଏ ପାହାଡରୁ ଅନ୍ୟ ପାହାଡକୁ ଯିବା ପାଇଁ ଏହି ପୋଲ ବେଶ ସହାୟକ ହେବ ।

ଅନ୍ୟପକ୍ଷରେ ଖାଦ୍ୟ ଅଭାବ ଯୋଗୁଁ ମାଙ୍କଡ ମାନେ ଜଙ୍ଗଲ ଛାଡି ପଦାକୁ ଚାଲି ଆସୁଥିବାରୁ ଦୂର୍ଘଟଣା ବଢୁଛି । ସେମାନଙ୍କ ପାଇଁ ଜଙ୍ଗଲରେ ଖାଦ୍ୟ ବ୍ୟବସ୍ଥା କରାଯିବାକୁ ଦାବୀ ହୋଇଛି । ସାନଘାଗରା ସମ୍ମୁଖରେ ଦୁଇଟି ଝୁଲନ୍ତା ଚଲାପଥ ଆରମ୍ଭ ହେବା ପରେ ଅଧିକ ମାଙ୍କଡ ଯାତାୟତ କରୁଥିବା ଭୂୟା ଜୁଆଙ୍ଗ ପୀଢ ରେଞ୍ଜ ଅନ୍ତର୍ଗତ କାଇପୁର ଠାରେ ଆଉ ଏକ ଝୁଲନ୍ତା ଚଲାପଥ ନିର୍ମାଣ କରାଯିବ ବୋଲି ବନ ବିଭାଗ ସୂଚନା ଦେଇଛି । ତେବେ ଏହି ଝୁଲା ପୋଲ ଜୀବଜନ୍ତୁଙ୍କୁ କେତେ ସୁରକ୍ଷା ଦେବ ତାହା କେବଳ ସମୟ କହିବ ।

 

 

Get real time updates directly on you device, subscribe now.