fbpx

ଭୁବନେଶ୍ୱର ଇସ୍କନ ମନ୍ଦିର ସାମନାରେ ଗଢି ଉଠିଲା ନଈ: ବର୍ଷାପାଣିରେ ଉବୁଟୁବୁ ରାସ୍ତା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ସ୍ମାର୍ଟ କାହାଣୀ ବର୍ତ୍ତମାନ ଲୋକଲୋଚନକୁ ଆସିଛି । ଟିକିଏ ବର୍ଷାରେ ସହରର ଅନେକ ପ୍ରମୁଖ ରାସ୍ତା ଜଳାର୍ଣ୍ଣବ ହୋଇଯାଉଛି । ଏହି ତାଲିକାରେ ରହିଛି ଭୁବନେଶ୍ୱରର ପ୍ରସିଦ୍ଧ ଇସ୍କନ ମନ୍ଦିର । ଅଳ୍ପ ଟିକିଏ ବର୍ଷା ହେଲେ ଏହି ମନ୍ଦିରର ସାମନା ରାସ୍ତାରେ ବର୍ଷାପଶରିର ସୁଅ ଛୁଟିଛି । ସନ୍ଧ୍ୟା ସମୟରେ ଅଳ୍ପ ପରିମାଣର ବର୍ଷା ମଧ୍ୟ ଏଠି ନଦୀର ପରିସ୍ଥିତି ସୃଷ୍ଟି କରିଛି । ଫଳରେ ଏହି ବାଟ ଦେଇ ଯିବାଆସିବା କରିବା ପାଇଁ ଅନେକ ଯାତ୍ରୀ ହନ୍ତସନ୍ତ ହେଉଥିବାର ଦେଖାଯାଉଛି । ତେବେ ଆଜିର ବର୍ଷାରେ ମନ୍ଦିରର ସାମନା ରାସ୍ତା ବୁଡି ଯାଇଥିବା ଦେଖାଯାଇଛି । ଏହାଦ୍ୱାରା ଗମନାଗମନରେ ସମସ୍ୟା ହୋଇଥିବା ବେଳେ ନାନା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ଯାତ୍ରୀ ।

Get real time updates directly on you device, subscribe now.