fbpx

(Video) OUAT ରେ କରାଗଲା ବିଶାଳକାୟ ଅଜଗରର ଚିକିତ୍ସା: ଗୁରୁତର ଅବସ୍ଥାରେ ହୋଇଥିଲା ଉଦ୍ଧାର 

ଭୁବନେଶ୍ୱର: ଆରମ୍ଭ ହେଲା ବିଶାଳକାୟ ଅଜଗରର ସ୍ୱତନ୍ତ୍ର ଚିକିତ୍ସା । ଶୁକ୍ରବାର ୯ ଫୁଟର ବିଶାଳ ଅଜଗରର ଚିକିତ୍ସା କରାଯାଇଛି । ଏହି ଅଜଗରର ମୁଣ୍ଡରେ ଏବଂ ମେରୁଦଣ୍ଡରେ ଲାଗିଥିଲା ଗଭୀର ଆଘାତ । ରକ୍ତାକ୍ତ ହୋଇପଡିଥିଲା ଅଜଗରଟି । ବିଲ ଭିତରୁ ଉଦ୍ଧାର ହୋଇଥିଲା ଏହି ୯ ଫୁଟର ଅଜଗର । କିଛି ଲୋକ ଅଜଗରକୁ ପିଟି ଆହତ କରିଥିବା ଜଣାପଡିଛି  ।

୨୮ ତାରିଖ ଦିନ ବରଗଡ଼ ବରଗାଁ ଠାରେ ଏହି ବିଶାଳ ସାପକୁ ଗୁରୁୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସାପଟି ସଂପୂର୍ଣ୍ଣ କ୍ଷତାକ୍ତ ଥିବା ଦେଖିବାକୁ ମିଳିଥିଲା । ଆହତ ସାପକୁ ଦେଖିବା ପରେ ଗ୍ରାମବାସୀ ସ୍ନେକ ହେଲ୍ପଲାଇନକୁ ଖବର ଦେଇଥିଲେ । ଖବରପାଇ ସ୍ନେକ ହେଲ୍ପଲାଇନ ଘଟଣା ସ୍ଥଳରେ ପହଞ୍ଚି ଅଜଗରକୁ ଉଦ୍ଧାର କରିଥିଲେ  । କିଛି ଲୋକ ସାପକୁ ପିଟି ଥିବା ଜଣାପଡିବା ପରେ ସ୍ନେକ ହେଲ୍ପଲାଇନ ସଦସ୍ୟ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ । ସାପର ମୁଣ୍ଡରେ ଗଭୀର ଆଘାତ ହୋଇଥିଲା ।

ତେବେ ପ୍ରଥମେ ଅଜଗରର ବରଗଡ ଠାରେ ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଗଲା । ଏହ ପରେ ଗୋଟିଏ ଦିନ ପାଇଁ ସେଠାରେ ହିଁ ଅଜଗରକୁ ଅବଜରଭେସନରେ ରଖାଯାଇଥିଲା । କିନ୍ତୁ ଏହା ପରେ ଏହି ବିଶାଳ ଅଜଗରର ସ୍ୱାସ୍ଥ୍ୟବସ୍ଥାରେ କିଛି ବି ସୁଧାର ନଆସିବାରୁ ଶୁକ୍ରବାର ଦିନ ଭୁବନେଶ୍ୱରର ଓୟୁଏଟି ପ୍ରାଣୀ ଚିକିତ୍ସାଳୟ କୁ ଅଣା ଯାଇଥିଲା । ଆଉ ତା ପରେ ଓୟୁଏଟିର ପ୍ରାଣୀ ଚିକିତ୍ସକ ଶୁଭେନ୍ଦୁଙ୍କର ସହାୟତାରେ ଡଃ ଇନ୍ଦ୍ରମଣି ନାଥ ଏହି  ୯ ଫୁଟ ଲମ୍ବ ସାପର ଚିକିତ୍ସା ଆରମ୍ଭ କରାଯାଇଥିଲା । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.