fbpx
BSKY
BJD MC SKY
BJD MS SKY

(video)ସେନାଙ୍କୁ ଦେଖି ଏମିତି କଲା କୁନିଝିଅ: ଦେଶ ପାଇଁ ଯବାନମାନଙ୍କ ମୂଲ୍ୟ ବୁଝାଇ ଦେବ ଏହି ଭିଡିଓ

ଭାରତୀୟ ସେନା ପାଇଁ ସାଧାରଣ ଜନତାଙ୍କ ମନରେ ରହିଛି ଅଗାଢ ଭଲ ପାଇବା । ଖରା, ବର୍ଷା, ଶୀତ ସବୁ ସମୟରେ ନିଜ ଜୀବନକୁ ବାଜି ଲଗାଇ ସୀମାରେଖାରେ ଜଗି ରହୁଛନ୍ତି ଇଣ୍ଡିଆନ ଆର୍ମି । ତେଣୁ ଏହି ଯବାନମାନଙ୍କୁ ଦେଶବାସୀ ଖୁବ ସମ୍ମାନ ଦେଇଥାନ୍ତି । ସେମାନଙ୍କୁ ଦେଖିଲେ ଆପେ ଆପେ ହାତ ଉପରକୁ ଉଠି ସାଲ୍ୟୁଟ ମାରି ହୋଇଯାଏ । ସଚ୍ଚା ଦେଶଭକ୍ତିର ସେମାନେ ହେଉଛନ୍ତି ଜଣେ ଜଣେ ମଶାଲ । ଭଲପାଇବା, ବନ୍ଧୁତା ଏବଂ ଭାଇଚାରାର ସେମାନେ ହେଉଛନ୍ତି ଦିଗଦର୍ଶନ । ତେଣୁ ତାଙ୍କୁ ଦେଖିବା ମାତ୍ରେ ମନରେ ଏକ ଜାଗରଣ ସୃଷ୍ଟି ହୁଏ ଆଉ ସେମାନଙ୍କ କର୍ମ ଏବଂ ତ୍ୟାଗ ଆଗରେ ସବୁ ଦେଶବାସୀଙ୍କ ମୁଣ୍ଡ ନଇଁଯାଏ ।

ଏକଥା ଗୋଟିଏ ଛୋଟ ଛୁଆ ମଧ୍ୟ ବୁଜି ଯାଇଛି ଯେ, ଯବାନମାନଙ୍କ ମହତ୍ତ୍ୱ ଆଉ କ’ଣ ସେମାନଙ୍କ ମୂଲ୍ୟ । ସେଥିପାଇଁ ତ ଏକ ଖାସ ଅନ୍ଦାଜରେ ଯବାନମାନଙ୍କୁ ସମ୍ମାନ ଜଣାଇଛି ଗୋଟିଏ କୁନି ଝିଅ । ଅନେକ ସମୟରେ ଆମେ ଯବାନ ମାନଙ୍କୁ ଦେଖି ଅଣଦେଖା କରି ଚାଲିଯାଉ । କିନ୍ତୁ ଏ କ୍ଷେତ୍ରରେ ସେମିତି କିଛି ହୋଇନାହିଁ । ସେନାଙ୍କୁ ଦେଖିଦେବା ମାତ୍ରେ ଗୋଟିଏ ଝିଅ ଏପରି କିଛି କାମ କରିଛି ଯାହା ସାରା ଦୁନିଆକୁ ଲଜ୍ଜାରେ ଭରିଦେବ । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ।

ଭିଡିଓରେ ଦେଖାଯାଇଛି ଯେ, ମେଟ୍ରୋ ଷ୍ଟେସନର ପ୍ଲାଟଫର୍ମରେ କିଛି ଯବାନ ଠିଆ ହୋଇଛନ୍ତି । ଏହି ସମୟରେ ଗୋଟିଏ କୁନି ଝିଅ ହଠାତ ଦୌଡି ଦୌଡି ସେମାନଙ୍କ ପାଖରେ ପହଞ୍ଚିଛି । ଏହାପରେ ଯାହା ଘଟିଛି ତାହା ଦେଖିଲେ ଅଧିକାଂଶ ଲୋକଙ୍କୁ ଲଜ୍ଜା ଲାଗିପାରେ । ପିଲାଟି ସେନାମାନଙ୍କ ପାଖରେ ପହଞ୍ଚି ଜଣେ ଯବାନଙ୍କ ପାଦ ଛୁଇଁ ପ୍ରଣାମ କରିଛି । ଯାହା ଦେଖି ଉପସ୍ଥିତ ସେନାଙ୍କ ସମେତ ବାକି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

ଟ୍ୱିଟରରେ ଏହି ଭିଡିଓ ଅପଲୋଡ ହେବା ପରେ ଖୁବ ଶୀଘ୍ର ଏହା ଭାଇରାଲ ହେବାରେ ଲାଗିଛି । ତେବେ ଏହି ପୋଷ୍ଟ ସହ କ୍ୟାପ୍ସନରେ ଲେଖାଯାଇଛି ଯେ, ‘ଯଦି କେହି ସଂସ୍କାର କ’ଣ ବୋଲି ପ୍ରଶ୍ନ କରନ୍ତି, ତେବେ ତାଙ୍କୁ ଏହି ଭିଡିଓ ଦେଖାନ୍ତୁ । ଝିଅଟିର ସଂସ୍କାର ତା ବୟସଠାରୁ ଖୁବ ଅଧିକ ।’ ତେବେ କୁନି ଝିଅଟିର ଏହି କାମ ଆମ ସମସ୍ତଙ୍କ ଆଖି ଖୋଲି ଦେଇଛି । ସୈନ୍ୟମାନଭ୍କୁ କିପରି ସମ୍ମାନ ଦିଆଯାଏ ତାହା ଶିଖାଇ ଦେଇଛି ଏହି ଛୋଟ ଝିଅ ।

Get real time updates directly on you device, subscribe now.