ଏହି ବିଦେଶୀ ଫଳ ଚାଷ କରନ୍ତୁ, ସରକାର ଦେଉଛନ୍ତି ଲକ୍ଷ ଲକ୍ଷ ଟଙ୍କାର ସବସିଡି, ଜାଣନ୍ତୁ କିପରି…
ଯଦି ଚାଷ ମାଧ୍ୟରେ ଆପଣ ବ୍ୟବସାୟ ଆରମ୍ଭ କରିବା ସହ ଭଲ ରୋଜଗାର କରିବାକୁ ଚାହୁଁଥାନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ । ଜାଣନ୍ତୁ କେଉଁ ଚାଷ ଆପଣଙ୍କୁ କରିବ ମାଲେମାଲ ।
ଉତ୍ତରପ୍ରଦେଶ: ୟୁପିରେ ଅଧିକାଂଶ ଲୋକ ଚାଷ ଉପରେ ନିର୍ଭରଶୀଳ । ଯଦି ଚାଷ ମାଧ୍ୟରେ ଆପଣ ବ୍ୟବସାୟ ଆରମ୍ଭ କରିବା ସହ ଭଲ ରୋଜଗାର କରିବାକୁ ଚାହୁଁଥାନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ।
ଜିଲ୍ଲା ଉଦ୍ୟାନ ଅଧିକାରୀ ସନ୍ଦୀପ କୁମାର ଗୁପ୍ତା କହିଛନ୍ତି ଯେ, କେବଳ ପନିପରିବା ଚାଷ ନୁହେଁ, ବରଂ ଡ୍ରାଗନ ଫଳ ଚାଷ ମଧ୍ୟ ଆପଣଙ୍କୁ ଅଧିକ ଲାଭବାନ କରିପାରିବ । ଚାଷୀ ଏହି ଫଳ ଚାଷ କରି ଭଲ ରୋଜଗାର ମଧ୍ୟ କରିପାରିବ ।
ଏହି ଡ୍ରାଗନ ଫଳ ଚାଷ ଏକ ଆଧୁନିକ ଏବଂ ଦୀର୍ଘକାଳିନ ଚାଷ, ଯାହା ଏବେ ଦୃତ ଗତିରେ ବୃଦ୍ଧି ପାଉଛି । ଏହି ଫଳ ଚାଷ ପ୍ରାୟ 25 ବର୍ଷ ପର୍ଯ୍ୟନ୍ତ କରାଯାଇପାରିବ ।
ଉଦ୍ୟାନ ବିଭାଗ ପକ୍ଷରୁ ଏହି ଚାଷ ପାଇଁ 40% ସବସିଡି ଦିଆଯାଉଛି । ଯଦି ଆପଣ 1 ଏକର ଜମିରେ ଚାଷ କରିବାକୁ ଚାହାଁନ୍ତି, ତେବେ ଏହାର ମୂଲ୍ୟ 6 ଲକ୍ଷ 75 ହଜାର ହେବ। ଯାହା ମଧ୍ୟରୁ 40% ଅର୍ଥାତ୍ 2 ଲକ୍ଷ 70 ହଜାର ସବସିଡି ଭାବରେ ଦିଆଯିବ। ପ୍ରଥମ ବର୍ଷରେ 60% ଏବଂ ଦ୍ୱିତୀୟ ବର୍ଷରେ 40% ସବସିଡି ଦିଆଯିବ ବୋଲି ସୂଚନା ରହିଛି ।
କିପରି ଏହି ଯୋଜନାର ଲାଭ ଉଠାଇବେ ?
ଏହି ଯୋଜନାର ଲାଭ ଉଠାଇବା ପାଇଁ, ଆପଣଙ୍କୁ IMDS ପୋର୍ଟାଲରେ ଆବେଦନ କରିବାକୁ ପଡିବ। ଆପଣ ଆଧାର କାର୍ଡ, ବ୍ୟାଙ୍କ ପାସବୁକ୍ ଏବଂ ପାନ କାର୍ଡ ସହିତ ପଞ୍ଜୀକରଣ କରିପାରିବେ। ଡ୍ରାଗନ୍ ଫଳ ଚାଷ ଆରମ୍ଭ କରିବାର ଏହା ହେଉଛି ସଠିକ୍ ସମୟ।
ଫସଲ ଲଗାଯିବା ପରେ, ଆପଣ ଆଗାମୀ 25 ବର୍ଷ ପର୍ଯ୍ୟନ୍ତ ଏହାର ଲାଭ ଉଠାଇପାରିବେ । କାରଣ ଏଥିରେ ଲଗାତର ଏମିତି ଫଳ ଆସୁଥାଏ ।