fbpx

ମୁଦ୍ରାସ୍ଫିତୀ ହ୍ରାସ କରିବା ପାଇଁ ଅଟା ମିଲ୍ ଏବଂ ବିସ୍କୁଟ୍ କମ୍ପାନୀଙ୍କୁ ଶସ୍ତା ମୂଲ୍ୟରେ ଗହମ ବିକ୍ରି କରିବେ ସରକାର

ନୂଆଦିଲ୍ଲୀ: ଗହମ ମୂଲ୍ୟରେ ବୃଦ୍ଧି ପରେ ଗ୍ରାହକଙ୍କୁ ଶସ୍ତାରେ ଅଟା ଏବଂ ବିସ୍କୁଲ ଉପଲବ୍ଧ କରାଇବା ପାଇଁ ସରକାର ତାଙ୍କ ରିଜର୍ଭରୁ ଅଟା ମିଲ୍ ଏବଂ ବିସ୍କୁଟ୍ ଉତ୍ପାଦନ କରୁଥିବା କମ୍ପାନୀ ଭଳି bulk consumersଙ୍କୁ ଗହମ ବିକ୍ରି କରିବା ପ୍ରସ୍ତୁତି କରୁଛି । କେନ୍ଦ୍ର ସରକାର FCIକୁ ଏହାର ଷ୍ଟକରୁ ଗହମ ବିକ୍ରି କରିବା ପାଇଁ ଅନୁମତି ଦେଇଛନ୍ତି ।

ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ OMSS ଅଧୀନରେ ଗହମ ବିକ୍ରୟ କରିବ । ଆସନ୍ତା ମାସରୁ FCI ଟନ୍ ପିଛା ୨୩, ୨୫୦ ଟଙ୍କାରେ ଗହମ ବିକ୍ରି କରିବ ଯାହା ବଜାରରେ ବର୍ତ୍ତମାନ ମୂଲ୍ୟ ତୁଳନାରେ ୧୨ ପ୍ରତିଶତ ଶସ୍ତା ଅଟେ । ତେବେ ଓପନ୍ ମାର୍କେଟ ସେଲ୍ ସ୍କିମ୍ ଅନ୍ତର୍ଗତ କେତେ ଟଙ୍କାରେ ଗହମ ବିକ୍ରି ହେବ ତାହା ସ୍ଥିର କରାଯାଇ ନାହିଁ । ଗତ ବର୍ଷ ଗହମ ଦରରେ ବୃଦ୍ଧି ପରେ ଏଫସିଆଇ bulk consumers ଏବଂ ପ୍ରାଇଭେଟ୍ ପ୍ଲେୟର୍ସକୁ ଗହମ ବିକ୍ରି କରଥିଲା । ୨୦୨୩-୨୪ ଆର୍ଥିକ ବର୍ଷରେ, FCI ଓପନ୍ ମାର୍କେଟରେ ୧୦ ମିଲିୟନ୍ ମେଟ୍ରିକ୍ ଟନ୍ ବିକ୍ରି କରିଥିଲା ଯାହା ଏକ ରେକର୍ଡ଼ । ଏହା ଦ୍ୱାରା ଅନେକ ପ୍ରାଇଭେଟ୍ ପ୍ଲେୟର୍ସ ଗହମ କିଣିବା ପାଇଁ ରୁଚି ଦେଖାଇପାରନ୍ତି । ଗତ ବର୍ଷ ଭାରତରେ ଗହମ ମୂଲ୍ୟରେ ୬% ବୃଦ୍ଧି ହୋଇଛି । ଜୁନ୍ ମାସରେ ଗହମର ଷ୍ଟକରେ ଅଭାବ ଏବଂ ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ଭାରତ ପୁଣି ଥରେ ଗହମ ଆମଦାନୀ କରିପାରେ । ଗହମ ଆମଦାନୀ ଉପରେ ସରକାର ୪୦% ଟିକସ ଲଗାଇଛନ୍ତି । ଟିକସ୍ ହଟାଇବା ପରେ ପ୍ରାଇଭେଟ୍ ପ୍ଲେୟର୍ସ ଏବଂ ଅଟା ମିଲ୍ ପାଇଁ ରୁଷ ଏବଂ ଅଷ୍ଟ୍ରେଲିୟାରୁ ଗହମ ଅମଦାନୀ ପାଇଁ ରାସ୍ତା ଖୋଲିଯିବ ।

Get real time updates directly on you device, subscribe now.