fbpx

ଘରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଘଟଣାସ୍ଥଳରେ ପୋଲିସ ଚଳାଇଛି ତଦନ୍ତ

ଭୁବନେଶ୍ୱର: ରାଜ୍ୟରେ ଅନେକ ଆତ୍ମହତ୍ୟା ହେଉଥିବା ବେଳେ ଆଜି ରାଜଧାନୀ ପ୍ରାଚୀ ବିହାରରୁ ଅନ୍ୟ ଏକ ଆତ୍ମହତ୍ୟା ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି ।

ସୂଚନା ଅନୁଯାୟୀ, ମୃତକଙ୍କ ନାମ ଦୀପକ ଦାସ ବୋଲି ଜଣାପଡିଛି । ସେ ଭୁବନେଶ୍ୱରର ପ୍ରାଚୀ ବିହାରରେ ଭଡ଼ା ଘର କରି ରହୁଥିଲେ । ତେବେ ମୃତକଙ୍କ ପ୍ରକୃତ ଘର କେନ୍ଦ୍ରାପଡ଼ା ରାଜକନିକାରେ ବୋଲି ସୂଚନା ମିଳିଛି । ତେବେ ଏହି ଭଡ଼ା ଘରୁ ସକାଳୁ ସକାଳୁ ଦୀପକଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରୁ ଉଦ୍ଧାର କରାଯାଇଛି ।

ଘଟଣାସ୍ଥଳରେ ପୋଲିସ ଟିମ ପହଁଚିଛି । ଏଥିସହ ଶବ ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାକୁ ମୃତଦେହ ପଠାଯାଇଛି । ତେବେ ମଞ୍ଚେଶ୍ୱର ଥାନା ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ମାନସିକ ଚିନ୍ତା କାରାଣରୁ ଯୁବକଟି ଆତ୍ମହତ୍ୟା କରିଥିବା କଥା ସ୍ଥାନୀୟ ଲୋକେ କହିଛନ୍ତି ।

Get real time updates directly on you device, subscribe now.