ଓଡିଶା ଭାସ୍କର: ପଜଲ, ଯାହାକୁ ଦେଖିଲେ କି ଖେଳିଲେ କିଛି ଲୋକଙ୍କର ମୁଣ୍ଡ ବୁଲାଏ। ଏହିପରି ଏକ ଫଟୋ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆପଣଙ୍କର ବି ମୁଣ୍ଡ ବୁଲେଇବ।
ଏଥିରେ ଏକ ଘୋଡା ଚାଲୁଥିବାର ଚିତ୍ର ଦେଖିବାକୁ ମିଳିଛି। କିନ୍ତୁ ଏହା କିପରି ଚାଲୁଛି ତାହା ବୁଝାପଡୁ ନାହିଁ।
ଘୋଡାଟି କେଉଁ ପାର୍ଶ୍ୱକୁ ଯାଉଛି? ଫଟୋରେ ଘୋଡାଟି ଏକ ତୁଷାରପାତ ଅଞ୍ଚଳରେ ଚାଲୁଥିବାର ଦେଖାଯାଉଛି। କିନ୍ତୁ ଏହା ପଛକୁ ଯାଉଛି କି ଆଗକୁ ଆସୁଛି ତାହା ଜଣାପଡ଼ୁନାହିଁ।
ତେବେ ଏଠାରେ ଆପଣମାନଙ୍କୁ ପ୍ରଶ୍ନ ଏହି ଘୋଡା ଆପଣଙ୍କ ଆଡକୁ ଆସୁଛି ନା ଅନ୍ୟ ଦିଗରେ ଯାଉଛି ତାହା ଆମକୁ କମେଣ୍ଟ ସେକ୍ସନରେ ଜଣାନ୍ତୁ।