fbpx

ଗୁଳିମାଡରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅବସ୍ଥା ସଂକଟାପନ୍ନ; ଏୟାର ଲିଫ୍ଟ ଯୋଗେ ଘରୋଇଉ ହସ୍ପିଟାଲକୁ ସ୍ଥାନାନ୍ତର

ଝାରସୁଗୁଡା: ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କୁ ଗୁଳିମାଡ ହୋଇଛି । ଫଳରେ ତାଙ୍କ ଛାତିରେ ଗୁଳି ବାଜିଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଫଳରେ ତାଙ୍କୁ ଝାରସୁଗୁଡାରୁ ଏୟାର ଲିଫ୍ଟ ଯୋଗେ ଭୁବବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ଅଣାଯାଉଛି । ଫଳରେ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାତୁ କଡାକଡି କରାଯିବା ସହ ଗ୍ରୀନ୍ କରିଡରର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।

ତେବେ ଆଜି ବ୍ରଜରାଜନଗର ଗସ୍ତରେ ସ୍ୱାସ୍ଥ୍ୟମନ୍ତ୍ରୀ ଯାଇଥିବା ସମୟରେ ବ୍ରଜରାଜନଗରର ଗାନ୍ଧି ଛକ ନିକଟରେ ଏହି ଗୁଳିମାଡ଼ ହୋଇଥିଲା ।ଜଣେ ପୋଲିସ ଏଏସଆଇ ଏହି ଗୁଳିମାଡ କରିଥିବା ସେଡିପିଓ ସୂଚନା ଦେଇଛନ୍ତି । ତେବେ ପୋଲିସ କର୍ମଚାରୀ ଜଣକ ୪ରୁ ୫ ରାଉଣ୍ଡ ଗୁଳି ଚଳାଇବା ଥିବା ବେଳେ ଗୋଟିଏ ଗୁଳି ମନ୍ତ୍ରୀଙ୍କ ଛାତିରେ ବାଜିଥିଲା । ଏଥିସହିତ ଅନ୍ୟ ଗୁଳି ଜଣେ କର୍ମୀଙ୍କ ଦେହରେ ବାଜିବା ସହ ଓକ ପୋଲିସ କର୍ମଚାରୀଙ୍କ ହାତରେ ମଧ୍ୟ ଗୁଳିବାଜିଥିବା ଜଣାପଡିଛି ।

ତେବେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଶ୍ରୀ ଦାସ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଗସ୍ତରେ ଯାଇଥିଲେ । ତେବେ କାର୍ୟ୍ୟକ୍ରମରେ ଯୋଗଦେବାକୁ ଯିବା ସମୟରେ ତାଙ୍କୁ ଗୁଳିମାଡ଼ କରାଯାଇଥିଲା । ମନ୍ତ୍ରୀଙ୍କୁ ଅତି ନିକଟରୁ ଗୁଳିମାଡ଼ କରାଯାଇଥିବା ଜଣାପଡ଼ିଛି । ତେଣୁ ଗୁଳିମାଡ ଜଣେ ପୋଲିସ କର୍ମଚାରୀ କରିଥିବାକୁ ସେ ଶ୍ରୀ ମନ୍ତ୍ରୀଙ୍କ ଅତି ନିକଟରୁ ଗୁଳି ଚାଳନା କରିଥିଲା । ଫଳରେ ଗୁଳି ମନ୍ତ୍ରୀଙ୍କ ଛାତିରେ ବାଜିଥିବାରୁ ତାଙ୍କର ଅବସ୍ଥା ସଙ୍କଟଜନକ ରହିଛି । ଯାହାଫଳରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି ।

Get real time updates directly on you device, subscribe now.