fbpx

୧୦୦ କି.ମି ଲମ୍ବା ମୃତ୍ୟୁର ହାଇୱେ… ଡେଞ୍ଜର ଜୋନକୁ ଗଲେ ଫେରିବା କଷ୍ଟକର: ନେଲାଣି ଏତିକି ଜୀବନ

ମୁମ୍ବାଇ: ଦୁର୍ଗଟରାରେ ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ କୁବ ଚର୍ଚ୍ଚାର କାରଣ ପାଲଟିଛି । ତାଙ୍କ ମୃତ୍ୟୁ କେବେ ଟ୍ରାଫିକ ରୁଲ ତ କେବେ ଗାଡିର ଡିଜାଇନକୁ ନେଇ ଆଙ୍ଗୁଠି ଉଠୁଛି । କିନ୍ତୁ ଏବେ ଦୁର୍ଘଟଣା ହୋଇଥିବା ସ୍ଥାନ ଏବଂ ସେହି ରୋଡକୁ ନେଇ ହୋଇଛି ବଡ ଖୁଲାସା । ସାଇରସ ମିସ୍ତ୍ରୀଙ୍କ ଦୁର୍ଘଟଣା ଏହି ରୋଡରେ ପ୍ରଥମ ଦୁର୍ଘଟଣା ନୁହେଁ । ଏହାପୂର୍ବରୁ ଅନେକ ମୁଣ୍ଡ ନେଇଛି ଏହି ହାଇୱେ । ଯେଉଁଥିପାଇଁ ହାଇୱେର ୧୦୦ କି.ମି ରାସ୍ତାକୁ କୁହାଯାଏ ମୃତ୍ୟୁର ହାଇୱେ । ଚଳିତବର୍ଷ ଏପର୍ଯ୍ୟନ୍ତ ମୋଟ ୨୬୨ଟି ଦୁର୍ଘଟଣା ଘଟିସାରିଛି । କେବଳ ସେତିକି ନୁହେଁ, ଏଥିରେ ୬୦ରୁ ଅଧିକ ଲୋକଙ୍କ ଜୀବନ ମଧ୍ୟ ଯାଇଛି ।

ସୂଚନା ଅନୁସାରେ, ଠାଣେର ଘୋଡବନ୍ଦରରୁ ଆରମ୍ଭ କରି ପାଲଘରର ଦପଚାରୀ ମଧ୍ୟରେ ମୁମ୍ବାଇ-ଅହମ୍ମଦାବାଦ ରାଜମାର୍ଗର ୧୦୦ କି.ମି ରାସ୍ତାକୁ ମୃତ୍ୟୁର ହାଇୱେ ବୋଲି କୁହାଯାଇଛି । ଚଳିତବର୍ଷ ଏହି ଦୂରତା ଭିତରେ ମୋଟ ୨୬୨ ଦୁର୍ଘଟଣା ଘଟିସାରିଛି । ତେବେ ଏହି ସବୁ ଦୁର୍ଘଟଣାରେ ପ୍ରାୟ ୬୨ ଜଣ ମୃତ୍ୟୁବରଣ କରିଥିବା ବେଳେ ୧୯୨ ଜଣ ଲୋକ ଆହତ ହୋଇଥିବା ଜଣାଯାଇଛି । ତେବେ ଏତେ ପରିମାଣର ଦୁର୍ଘଟଣାର କାରଣ ଖରାପ ରାସ୍ତା ସହିତ ସଠିକ ସଂକେତର ଅଭାବ ଏବଂ ଗତି ଉପରେ ରୋକ ଲଗାଇବାର ଉପାୟର ଅଭାବ ବୋଲି କୁହାଯାଇଛି ।

ତେବେ ଏ ନେଇ ମହାରାଷ୍ଟ୍ର ହାଇୱେ ପୋଲିସ ଜଣେ ଅଧିକାରୀ କହିଛନ୍ତି ଯେ, ମୁମ୍ବାଇ-ଅହମ୍ମଦାବାଦ ରାଜମାର୍ଗରେ ଚରୋଟି ଟୋଲ ପ୍ଲାଜା ନିକଟରେ ସାଇରସ ମିସ୍ତ୍ରୀଙ୍କ ଦୁର୍ଘଟଣା ହୋଇଥିଲା । ବର୍ଷ ଆରମ୍ଭରୁ ଏ ପର୍ଯ୍ୟନ୍ତ ଏହି ସ୍ଥାନରେ ୨୫ଟି ଭୟଙ୍କର ଦୁର୍ଘଟଣା ହୋଇଥିବା ବେଳେ ୨୬ ଜଣଙ୍କର ମୃତ୍ୟୁ ହୋଇଛି । ତେଣୁ ଏଠାରୁ ମୁମ୍ବାଇ ଯିବା ରାସ୍ତାର ୫୦୦ ମିଟରକୁ ବ୍ଲାକ ସ୍ପଟ୍ ବୋଲି କୁହାଯାଏ ।

Get real time updates directly on you device, subscribe now.