ସ୍ତ୍ରୀଙ୍କ ପାଖକୁ ପ୍ରତିଥର ଯିବାକୁ ଚାହୁଁଥିଲେ ସ୍ୱାମୀ, ସ୍ତ୍ରୀ ମନା କରିବାରୁ ଘଟାଇଲେ ଏମିତି କାଣ୍ଡ, ଜାଣିଲେ…

ନୂଆଦିଲ୍ଲୀ,୨୦ା୨:  ଦୀର୍ଘଦିନ ଧରି ଜଣେ ସ୍ୱାମୀ ପ୍ରତିଦିନ  ସ୍ତ୍ରୀଙ୍କ ନିକଟକୁ ଯିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ପ୍ରତ୍ୟେକ ଥର ତାଙ୍କ ସ୍ତ୍ରୀ ତାଙ୍କ ବିଶେଷ ଇଚ୍ଛାକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ। ସ୍ତ୍ରୀଙ୍କ ପ୍ରତ୍ୟାଖ୍ୟାନ ଦ୍ୱାରା ହତାଶ ହୋଇ ଦିନେ ସ୍ୱାମୀ ଏପରି ପଦକ୍ଷେପ ନେଇଥିଲେ ଯାହା କେବଳ ତାଙ୍କ ଜୀବନରେ ନୁହେଁ ବରଂ ତାଙ୍କ ସ୍ତ୍ରୀ ଏବଂ ପିଲାମାନଙ୍କ ଜୀବନରେ ମଧ୍ୟ ହଇଚଇ ସୃଷ୍ଟି କରିଥିଲା। ଏଥିସହ ତାଙ୍କ ସ୍ୱାମୀଙ୍କ ଏହି କାର୍ଯ୍ୟାନୁଷ୍ଠାନ ହେତୁ ପୋଲିସ ତାଙ୍କୁ ଗିରଫ କରି ଜେଲ୍ ପଠାଇ ଦେଇଛି ।

ଏହି ମାମଲା ଉତ୍ତର ପୂର୍ବ ଦିଲ୍ଲୀର ଗୋକାଲପୁରୀ ଅଞ୍ଚଳର। ଏହି ମାମଲାରେ ଗିରଫ ହୋଇଥିବା ବ୍ୟକ୍ତି ହର୍ଷ ଗୋୟଲ ବୋଲି ଜଣାପଡିଛି। ଏହି ମାମଲାରେ ଗୋକାଲପୁରୀ ପୋଲିସ ମାମଲା ପଞ୍ଜୀକୃତ କରି ହର୍ଷ ଗୋୟଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଅଭିଯୁକ୍ତ ପୋଲିସକୁ କହିଛନ୍ତି ଯେ, କିଛି ସମୟ ପୂର୍ବରୁ ସେ ଏନଡିପିଏସ ମାମଲାରେ ଜେଲ ଯାଇଥିଲେ। ଜେଲରୁ ଫେରିବା ପରେ ସେମାନଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। ଝଗଡ଼ା ହେତୁ ତାଙ୍କ ସ୍ତ୍ରୀ ଘରୁ ବାହାରି ଆସିଥିଲେ। ସେ ବାରମ୍ବାର ତାଙ୍କ ସ୍ତ୍ରୀଙ୍କୁ ଘରକୁ ଫେରିବାକୁ କହୁଥିଲେ, କିନ୍ତୁ ସେ ବାରମ୍ବାର ମନା କରିଦେଇଥିଲେ। ଅଭିଯୁକ୍ତ ଜଣକ କହିଥିଲେ ଯେ, ସେ ଜାଣିଛନ୍ତି  ତାଙ୍କ ସ୍ତ୍ରୀ ପ୍ରତିଦିନ ପିଲାମାନଙ୍କୁ ଛାଡି ସ୍କୁଲକୁ ଆସନ୍ତି, ତେଣୁ ୧୭ ଫେବୃଆରୀରେ ସେ ସ୍କୁଲ ବାହାରେ ତାଙ୍କୁ ଅପେକ୍ଷା କରିଥିଲେ। ଏହି ସମୟରେ ତାଙ୍କ ସ୍ତ୍ରୀ ଆସିବାରୁ ସେ ତାଙ୍କ ସହ କଥା ହେବାକୁ ଚାହୁଁଛନ୍ତି ବୋଲି କହିଥିଲେ । ଏଥିରେ ସ୍ତ୍ରୀ ମଧ୍ୟ ରାଜି ହୋଇଥିଲେ ।

ଏହି ସମୟରେ ସ୍ୱାମୀ କହିଥିଲେ ମୋ’ ସହ ଘରକୁ ଚାଲ । ସ୍ତ୍ରୀ ମନା କରିବାରୁ ସେ ଉତ୍କ୍ଷିପ୍ତ ହୋଇ ସ୍ତ୍ରୀଙ୍କ ପେଟରେ ଛୁରି ଭୁସି ଦେଇଥିଲେ । ପରେ ସ୍ଥାନୀୟ ଲୋକେ ଦେଖି ମହିଳାଙ୍କୁ ଡାକ୍ତରଖାନା ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଥିବାବେଳେ ପୋଲିସ ଆଗରେ ନିଜ ଦୋଷୀ ସ୍ୱୀକାର କରିଛନ୍ତି ଅଭିଯୁକ୍ତ ।