fbpx

୨୦ଜଣ ସହିଦ ଯବାନଙ୍କ ନାମ ଜାରି କଲା ଭାରତୀୟ ସେନା

ନୂଆଦିଲ୍ଲୀ, ୧୭ା୬: ଭାରତ-ଚୀନ ସୀମାରେ ସଙ୍ଘର୍ଷରେ ଭାରତୀୟ ୨୦ ଯବାନ ସହିଦ ହୋଇଯାଇଥିଲେ । ୨୦ଜଣ ସହିଦ ଯବାନଙ୍କ ନାମ ଜାରି କରିଛି ଭାରତୀୟ ସେନା । ସେମାନେ ହେଉଛନ୍ତି ମଦୁରାଇରୁ ହାବିଲଦାର କେ.ପଲାନି, ମେରଠରୁ ହାବିଲଦାର ବିପୁଲ ରାୟ, ବୀରଭୂମିରୁ ସିପାହୀ ରାଜେଶ ଔରଙ୍ଗ, କାଙ୍କେରୁ ସିପାହୀ ଗଣେଷ ରାମ, ହମିରପୁରରୁ ସିପାହୀ ଅଙ୍କୁଶ, ମନସାରୁ ସିପାହୀ ଗୁରତେଜ ସିଂ, ସହରସାରୁ ସିପାହୀ କୁନ୍ଦନ କୁମାର, ମୈଶାଳୀରୁ ସିପାହୀ ଜୟ କିଶୋର, ହାଇଦ୍ରାବାଦରୁ କର୍ଣ୍ଣଲ ସନ୍ତୋଷ ବାବୁ, କନ୍ଧମାଳରୁ ସିପାହୀ ଚନ୍ଦ୍ରକାନ୍ତ ପ୍ରଧାନ, ଇଷ୍ଟ ସିଙ୍ଗଭୂମରୁ ସିପାହୀ ଗଣେଶ ହାଂସଦା, ଗୁରୁଦାସପୁରରୁ ନାୟବ ସୁବେଦାର ସଂତରାମ ସିଂ, ପାଟନାରୁ ହାବିଲଦାର ସୁନୀଲ କୁମାର, ରିବାରୁ ନାୟକ ଦୀପକ କୁମାର, ସଙ୍ଗରୁରରୁ ସିପାହୀ ଗୁରବିନ୍ଦର, ଭୋଜପୁରରୁ ସିପାହୀ ଚନ୍ଦନକୁମାର, ସମସ୍ତିପୁରରୁ ସିପାହୀ ଅମର କୁମାର, ମୟୁରଭଞ୍ଜରୁ ନାୟବ ସୁବେଦାର ନନ୍ଦୁରାମ ସୋରେନ, ପଟିୟାଲାରୁ ନାୟବ ସୁବେଦାର ବନଦୀପ ସିଂ, ବୀରଭୂମରୁ ସିପାହୀ ରାଜେଶ ଔରଙ୍ଗ ।

Get real time updates directly on you device, subscribe now.