fbpx

ଭାରତ ସରକାରଙ୍କ ପାକିସ୍ତାନକୁ ଦାବି; ୨୬-୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍‌କୁ ଆମକୁ ଶୀଘ୍ର ହସ୍ତାନ୍ତର କର

ନୂଆଦିଲ୍ଲୀ: ଲସ୍କର-ଇ-ତୋଏବା ମୁଖ୍ୟ ତଥା ୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ହାଫିଜ ସୟିଦଙ୍କୁ ଭାରତ ଆଣିବା ପାଇଁ ଭାରତ ସରକାର ପାକିସ୍ତାନ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି। ପ୍ରତ୍ୟର୍ପଣ ସଂକ୍ରାନ୍ତ ଆଇନଗତ ପ୍ରକ୍ରିୟା ଶେଷ କରିବାକୁ ଭାରତ ସରକାର ଦାବି କରିଛନ୍ତି।

ହାଫିଜ ସୟିଦ ୨୦୦୮ରେ ମୁମ୍ବାଇ ଆକ୍ରମଣ, ୨୦୧୯ରେ ପୁଲୱାମା ଆକ୍ରମଣ ସମେତ ଅନେକ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛି। ହାଫିଜ ସୟିଦକୁ ମଧ୍ୟ ବିଶ୍ୱସ୍ତରରେ ଆତଙ୍କବାଦୀ ଘୋଷଣା କରାଯାଇଛି । ଜାତିସଂଘ ମଧ୍ୟ ହାଫିଜ ସୟିଦକୁ ଆତଙ୍କବାଦୀ ତାଲିକାରେ ରଖିଛି। ଏବେ ସେ ପାକିସ୍ତାନ ଜେଲରେ ଅଛି।

Get real time updates directly on you device, subscribe now.