କାଲିଠୁ ସୁଭଦ୍ରା ରିଜେକ୍ସନର ଯାଞ୍ଚ ଆରମ୍ଭ, ନୂଆ ଆବେଦନକାରୀଙ୍କୁ ୨୧ ବର୍ଷ ପୁରିଥିବା ଆବଶ୍ୟକ

ଭୁବନେଶ୍ୱର: ରାଜ୍ୟ ସରକାର ଆରମ୍ଭ କରିବାକୁ ଯାଉଛନ୍ତି ସୁଭଦ୍ରା ରିଜେକ୍ସନର ଯାଞ୍ଚ । ଆସନ୍ତା କାଲିଠାରୁ ପ୍ରଥମ କରି ମାଲକାନାଗିରିରୁ ଏହି ଯାଞ୍ଚ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସୁଭଦ୍ରା ଆବେଦନ ଅଧିକ ଅଗ୍ରାହ୍ୟ ହୋଇଥିବା ସ୍ଥାନକୁ ସରକାର ଗୁରୁତ୍ୱ ଦେଉଥିବା ସେ କହିଛନ୍ତି । ମାଲକାନାଗିରିରୁ ଆରମ୍ଭ ହେବାକୁ ଥିବା ଯାଞ୍ଚ ପ୍ରକ୍ରିୟା ଗଜପତି, କୋରାପୁଟରେ ମଧ୍ୟ କରାଯିବ । କୋରାପୁଟ ଗଜପତି ଏବଂ ମାଲକାନାଗିରିରେ ଅଧିକ ଆବେଦନ ରିଜେକ୍ସନ ହୋଇଛି । ଏଥିସହ ଏହି ଯାଞ୍ଚ ପ୍ରକ୍ରିୟା ୧୫ ଦିନରେ ଶେଷ ହେବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ନୂଆ କରି ଯେଉଁମାନେ ସୁଭଦ୍ରା ଆବେଦନ କରିବାକୁ ଚାହୁଛନ୍ତି, ସେମାନଙ୍କୁ ୨୧ ବର୍ଷ ପୁରିଥିବା ଆବଶ୍ୟକ ବୋଲି କହିଲେ ପ୍ରଭାତୀ ।

ଆସନ୍ତା ବର୍ଷ ମାର୍ଚ୍ଚ ୭ ତାରିଖ ସୁଭଦ୍ରା ପ୍ରଥମ କିସ୍ତିର ଶେଷ ତାରିଖ ବୋଲି ଗତକାଲି ଘୋଷଣା କରିଥିଲେ ପ୍ରଭାତୀ । ମାର୍ଚ୍ଚ ୮ରୁ ଦ୍ୱିତୀୟ କିସ୍ତି ସୁଭଦ୍ରା ଟଙ୍କା ଦେବା ଆରମ୍ଭ କରିବେ ସରକାର ।ଟଙ୍କା ନ ମିଳିଲେ ବ୍ୟାଙ୍କରେ ଯାଇ ଭିଡ଼ ନ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଏହାଛଡ଼ା ଯେଉଁ ଲାଭାର୍ଥୀଙ୍କୁ ଟଙ୍କା ମିଳିନାହିଁ ସେମାନଙ୍କ ପାଖରେ ଅଙ୍ଗନବାଡ଼ି କର୍ମୀ ପହଞ୍ଚି ବୁଝେଇବା ସହ କେମିତି ଟଙ୍କା ମିଳିବ ତା’ ବ୍ୟବସ୍ଥା କରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା ।