fbpx

ନିର୍ବାଚନ ସତ୍ତ୍ୱେ IPL ଫର୍ମାଟ ଅପରିବର୍ତ୍ତିତ ରହିବ, ସ୍ପଷ୍ଟ କଲେ ଅରୁଣ ସିଂହ ଧୁମଲ

Advertisement

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌(ଆଇପିଏଲ)ର ୧୭ତମ ସିଜିନ୍ ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଯାଉଛି । ନିର୍ବାଚନ ପାଇଁ ଦୁଇଟି ପର୍ଯ୍ୟାୟରେ ମ୍ୟାଚ ଖେଳାଯିବ । ଏଥିମଧ୍ୟରେ BCCI ପ୍ରଥମ ୨୧ଟି ମ୍ୟାଚର ଖେଳସୂଚୀ ଘୋଷଣା କରିସାରିଛି । ମାର୍ଚ୍ଚ ୨୨ରୁ ଏପ୍ରିଲ ୭ ପର୍ଯ୍ୟନ୍ତ ଏହି ୨ଟି ମ୍ୟାଚ୍ ଖେଳାଯିବ । ସାଧାରଣ ନିର୍ବାଚନର ପର୍ଯ୍ୟାୟ ଏବଂ ତାରିଖ ଘୋଷଣା ପରେ ବାକି ମ୍ୟାଚର ଖେଳସୂଚୀ ଘୋଷଣା କରାଯିବ ।

ଆଇପିଏଲ ଅଧ୍ୟକ୍ଷ ଅରୁଣ ସିଂହ ଧୁମଲ କହିଛନ୍ତି ଯେ ସମସ୍ତ ଦଳ ପୂର୍ବ ପରି ଘରୋଇ ଏବଂ ବାହାରେ ସେମାନଙ୍କ ମ୍ୟାଚ୍ ଖେଳିବେ । ନିର୍ବାଚନ ସତ୍ତ୍ୱେ ଆଇପିଏଲର ଫର୍ମାଟ ବଦଳିବ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୦୦୯ ନିର୍ବାଚନ ସମୟରେ ଉଭୟ ଘରୋଇ-ବାହାର ଫର୍ମାଟରେ ଆଇପିଏଲ ଖେଳାଯାଇଥିଲା । ତେଣୁ ଏଥର କିଛି ଅସୁବିଧା ହେବ ନାହିଁ । ଆଇପିଏଲ ୨୦୨୪ ପୁଣି ଥରେ ଭାରତରେ ଖେଳାଯିବ । ଭାରତରେ ଆଇପିଏଲକୁ ନିର୍ଦ୍ଧାରିତ ଫର୍ମାଟରେ ଆୟୋଜନକୁ ବିସିସିଆଇ ଏକ ଆହ୍ୱାନ ଭାବେ ଗ୍ରହଣ କରିଛି । ଜୁନ୍ ପ୍ରଥମ ସପ୍ତାହରୁ ଆମେରିକା ଓ ୱେଷ୍ଟଇଣ୍ଡିଜରେ ଟ୍ୱେଣ୍ଟି୨୦ ବିଶ୍ୱକପ୍ ଖେଳାଯିବ । ତେଣୁ ମେ ୧୫ କିମ୍ବା ୨୬ରେ ଆଇପିଏଲର ସମାପ୍ତି ପାଇଁ ବିସିସିଆଇ ଯୋଜନା ରଖିଛି ।

Get real time updates directly on you device, subscribe now.