fbpx

The Kashmir Files କୁ ବ୍ୟାନ୍ କଲା ସିଙ୍ଗାପୁର, କହିଲା- ଏହା ଉସୁକାଇବା ଏବଂ ଏକତରଫା ଫିଲ୍ମ

ନୂଆଦିଲ୍ଲୀ: ସିଙ୍ଗାପୁର ପ୍ରଶାସନ ଭାରତର ବହୁ ଚର୍ଚ୍ଚିତ ଚଳଚ୍ଚିତ୍ର ଦ କାଶ୍ମୀର ଫାଇଲ୍ସକୁ ନିଜ ଦେଶରେ ବ୍ୟାନ କରିଛି। ସେଠକାର ସରକାର ଯୁକ୍ତି ବାଢିଛନ୍ତି ଯେ, ଏହି ଫିଲ୍ମ ଭିନ୍ନ ଭିନ୍ନ ସମୁଦାୟରେ ମତଭେଦକକୁ ପ୍ରୋତ୍ସାହନ ଦେଇପାରେ। ଏହା ଏକ ଏକତରଫା ଫିଲ୍ମ। ପ୍ରଶାସନ ଏହା ମଧ୍ୟ କହିଛି, ସଂପ୍ରତି ଜାରି କାଶ୍ମୀର ବିବାଦରେ ହିନ୍ଦୁଙ୍କୁ ହଇରାଣ କରାଯାଉଥିବା ଫିଲ୍ମରେ ପ୍ରଦର୍ଶିତ କରାଯାଇଛି ଏବଂ ମୁସଲମାନ ପକ୍ଷ ବିଷୟରେ ନକରାତ୍ମକ ଛବି ପ୍ରସ୍ତୁତ କରାଯାଇଛି। ଏହି ଫିଲ୍ମ ମାର୍ଚ୍ଚ ୧୧ରେ ଭାରତରେ ରିଲିଜ୍ ହୋଇଥିଲା। ଭାରତରେ ମଧ୍ୟ ଏହି ଫିଲ୍ମ ବିତର୍କର ବିଷୟ ପାଲଟିଛି। ଫିଲ୍ମକୁ ଅନେକ ଲୋକ ପ୍ରୋପାଗାଣ୍ଡା ଏବଂ ମୁସଲମାନ ବିରୋଧୀ କହିଥିଲେ। ଏହା ସତ୍ତ୍ଵେ ଫିଲ୍ମ ବକ୍ସ ଅଫିସରେ ଖୁବ୍ ଆୟ କରିଛି।

ସିଙ୍ଗାପୁର ସରକାର ଇମ୍ଫୋକୋମ ମିଡିଆ ଡେଭଲପମେଣ୍ଟ ଅଥରିଟି, ସଂସ୍କୃତି ମନ୍ତ୍ରଣାଳୟ, ସଂପ୍ରଦାୟ ଏବଂ ଯୁବ ମନ୍ତ୍ରଣାଳୟ, ଗୃହ ମନ୍ତ୍ରଣାଳୟ ସହିତ ମିଶି ଏକ ମିଳିତ ବିବୃତି ଜାରି କରିଛନ୍ତି। ଏଥିରେ କୁହାଯାଇଛି ଯେ, ଚଳଚ୍ଚିତ୍ର ଅଲଗା ଅଲଗା ସମୁଦାୟ ମଧ୍ୟରେ ଶତ୍ରୁତା ବଢାଇପାରେ। ଏଥିରେ ଆମର ଭିନ୍ନ ଭିନ୍ନ ଧର୍ମକୁ ମାନୁଥିବା ସମାଜରେ ଧାର୍ମିକ ଏକତା ଭଙ୍ଗ ହୋଇପାରେ। କୌଣସି ବି ଜିନିଷ ଯଦି ସିଙ୍ଗାପୁରରେ ଜାତି ଏବଂ ଧାର୍ମିକ ସଂପ୍ରଦାୟକୁ ବଦନାମ କରିବାକୁ ଉଦ୍ୟମ କରେ, ଏହାକୁ ପ୍ରଦର୍ଶିତ କରିବାକୁ ମଞ୍ଚ ଆମେ ଦେଉନାହିଁ ବୋଲି ପ୍ରଶାସନ କହିଛି।

ଦ କାଶ୍ମୀର ଫାଇଲ୍ସ ୧୯୯୦ରେ ଘାଟିରୁ କାଶ୍ମୀର ପଣ୍ଡିତଙ୍କ ପଳାୟନର କାହାଣୀ। ଫିଲ୍ମରେ କାଶ୍ମୀର ପଣ୍ଡିତଙ୍କ ପ୍ରତି କେମିତି ଅମାନବୀୟ ଅତ୍ୟାଚାର କରାଯାଇଛି ତାହା ପ୍ରଦର୍ଶିତ କରାଯାଇଛି। ଭାରତରେ ଏହି ଫିଲ୍ମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପ୍ରଶଂସା କରିଛନ୍ତି। ବିଜେପି ଶାସିତ ରାଜ୍ୟଗୁଡିକ ଫିଲ୍ମକୁ କର ମୁକ୍ତ କରିଥିଲେ। ଫିଲ୍ମଟି ୩୦୦ କୋଟି କ୍ଲବରେ ମଧ୍ୟ ପ୍ରବେଶ କରି ସାରିଛି।

Get real time updates directly on you device, subscribe now.