fbpx

ବିଷ ନେଲା ସାରା ପରିବାରର ଜୀବନ : ପୁଅ ଓ ଝିଅ ପରେ ଆଖି ବୁଜିଲେ ମାଆ

ବରଗଡ଼ : ସୁଖର ସଂସାର ମିଶିଲା ମାଟିରେ । ଘରର ମୁଖ୍ୟାଙ୍କ ମୃତ୍ୟୁପରେ ମର୍ମାହତ ପରିବାରର ୩ଜଣ ସଦସ୍ୟ କୀଟନାଶକ ବିଷ ପିଇଥିଲେ । ଏଭଳି ଅଭାବନୀୟ ଘଟଣା ବରଗଡ଼ ଜିଲ୍ଲାର ସୋହେଲା ଥାନା ଅଧୀନ ମାଷ୍ଟର୍‌ପଡ଼ା ଠାରେ ରବିବାର ଦିନ ଘଟିଛି । ଗୁରୁତର ଅବସ୍ଥାରେ ତିନି ଜଣଙ୍କୁ ସୋହଲାର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ସୂଚନା ଅନୁଯାୟୀ, ବରଗଡ଼ ଜିଲ୍ଲାର ସୋହେଲା ଥାନା ଅଧୀନ ମାଷ୍ଟର୍‌ପଡ଼ାରେ ବାସ କରୁଥିବା ଏକ ପରିବାର ସଦସ୍ୟର ମୁଖ୍ୟା ଅର୍ଜୁନ ସାହୁଙ୍କୁର ୬ ତାରିଖ ଦିନ ମୃତ୍ୟୁ ହୋଇଥିଲା । ଏହି ଦୁଃଖକୁ ସହ୍ୟ ନକରିପାରି ଅର୍ଜୁନଙ୍କ ପତ୍ନୀ ସହ ପୁଅ ଓ ଝିଅ ଗତକାଲି ୧୧ଟାରେ ଘରର କବାଟ ବନ୍ଦ କରି କୀଟନାଶକ ଔଷଧକୁ ପିଇ ଶୋଇପଡିଥିଲେ । କୌଣସି ଏକ ସୂତ୍ରରୁ ପଡୋଶୀ ଖବର ପାଇ ପୋଲିସକୁ ସୂଚନା ଦେଇଥିଲେ ।

ପରବର୍ତ୍ତୀ ସମୟରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୩ ଜଣଙ୍କୁ ଘର ଭିତରୁ ଗୁରୁତର ଅବସ୍ଥାରେ ବାହାର କରି ସୋହାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା । କିନ୍ତୁ ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ବୁର୍ଲା ହସ୍ପିଟାଲକୁ ନେବା ସମୟରେ ବାଟରେ ଝିଅର ମୃତ୍ୟୁ ହୋଇଥିବା ବେଳେ, ଚିକିତ୍ସାଧିନ ଅବସ୍ଥାରେ ପୁଅ ଆଖି ବୁଜିଥିଲା । ଅନ୍ୟପଟେ ଗୁରୁତର ଅବସ୍ଥାରେ ମାଆ ଚିକିତ୍ସା ହେଉଥିବା ବେଳେ ଆଜି ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୩ଜଣଙ୍କ ମୃତ୍ୟୁ ପରେ ନିଶ୍ଚିହ୍ନ ହୋଇଯାଇଛି ପରିବାର ।

Get real time updates directly on you device, subscribe now.