fbpx

ଡାକ୍ତରଙ୍କ ଅବହେଳାରୁ ଚାଲିଗଲା ୬ ଶିଶୁଙ୍କ ଜୀବନ! ୧୮ ଦିନରେ ୧୩ ନବଜାତଙ୍କ ମୃତ୍ୟୁ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ୬ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଛି । ଡାକ୍ତରଙ୍କ ଅବହେଳା ଯୋଗୁ ଶିଶୁମାନଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ମେଡିକାଲ ପରିସରରେ ଚାପା ଉତ୍ତେଜନା ଦେଖାଦେଇଛି । ତେବେ ଗତକାଲି ରାତି ୯ ଟା ପରଠାରୁ ଆଜି ପର୍ଯ୍ୟନ୍ତ ୬ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଛି । ସେହିପରି ଗତ ୧୮ ଦିନରେ ଚିକିତ୍ସାଧୀନ ୧୩ ଶିଶୁଙ୍କ ମୃତ୍ୟୁ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ ଠିକ୍ ସମୟରେ ଡାକ୍ତର ଏନଆଇସିୟୁକୁ ଯାଇନଥିବା ବେଳେ କୌଣସି ଡାକ୍ତର ଶିଶୁମାନଙ୍କୁ ଦେଖିନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ତେବେ ଏହି ଶିଶୁମୃତ୍ୟୁକୁ ନେଇ ADMO କିଶୋର ପୃଷ୍ଟି ସୂଚନା ଦେଇଛନ୍ତି । ଏଥିସହିତ ଘଟଣା ବିଷୟରେ ଖବର ପାଇ ଅତିରିକ୍ତ ଏସ୍ପି ଏବଂ ଉପଜିଲ୍ଲାପାଳ ମେଡିକାଲରେ ପହଞ୍ଚିଥିବା ଜଣା ପଡିଛି ।

ଗତ ୨୪ ଘଣ୍ଟାରେ ଡାକ୍ତଙ୍କ ଅବହେଳା କାରଣରୁ ୪ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ମେଡିକାଲ କର୍ତ୍ତୁପକ୍ଷ ଦାବି କରିଛନ୍ତି । ଅନ୍ୟପକ୍ଷେ ମୋଟ ୬ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ମେଡିକାଲରେ ଥିବା ଲୋକେ ଦାବି କରୁଛନ୍ତି |ତେବେଗତ ୨୪ ଘଣ୍ଟାରେ ମୋଟ ୬ ଜଣ ଶିଶୁ ଆଖି ବୁଝିଛନ୍ତି । ସେହିପରି ୧୮ ଦନ ମଧ୍ୟରେ ମୋଟ ୧୩ ଜଣ ନବଜାତ ଶିଶୁ ମୃତ୍ୟୁ ବରଣ କରିଛନ୍ତି ।

Get real time updates directly on you device, subscribe now.