fbpx
BJD SKY
BJD SKY

ୟୁରିକ୍ ଏସିଡ ଯୋଗୁ ସୃଷ୍ଟି ହୋଇଥାଏ ଏହି ରୋଗ : ଜାଣନ୍ତୁ ଏହାକୁ କିପରି କରିବେ ନିୟନ୍ତ୍ରଣ

BJD

ଆଜିକାଲିର ଅସ୍ୱାସ୍ଥ୍ୟକର ଖାଦ୍ୟଶୈଳୀ ଏବଂ ବ୍ୟସ୍ତବହୁଳ ଜୀବନ କାରଣରୁ ଆମ ଶରୀରରେ ଅନେକ ପ୍ରକାର ସମସ୍ୟା ଦେଖାଦେଇଥାଏ । ଯାହାଫଳରେ ଆମେ ବିଭିନ୍ନ ରୋଗର ଶିକାର ହୋଇଥାଉ । ତେବେ ଏଥିମଧ୍ୟରୁ ଆମ ଶରୀରେ ଥିବା ୟୁରିକ୍ ଏସିଡ୍ ଆମ ଶରୀର ପାଇଁ ଗୁରୁତ୍ୱପୂର୍ଣ୍ଣ । କାରଣ ଏହା ଆମ ଶରୀରରେ ଥିବା ମେଟାବୋଲିକ୍ ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । କିନ୍ତୁ ଦ୍ରୁତ ଗତିରେ ବଦଳୁଥିବା ରୁଟିନ୍ ଏବଂ ଡାଏଟ୍ ଯୋଗୁଁ ଶରୀରରେ ୟୁରିକ୍ ଏସିଡ୍ ର ସ୍ତର ବୃଦ୍ଧି ପାଇଥାଏ । ଫଳରେ ଏହା ଆମ ଶରୀରରେ ଅନେକ ପ୍ରକାର ସମସ୍ୟା ସୃଷ୍ଟି କରିଥାଏ । ତେବେ ୟୁରିକ୍ ଏସିଡ୍ ହେଉଛି ରକ୍ତରେ ମିଳୁଥିବା ଏକ ଆବର୍ଜନା ପଦାର୍ଥ ଏବଂ ଏହା ରକ୍ତରେ ଅଧିକ ପରିମାଣରେ ବୃଦ୍ଧି ପାଇଲେ ଆମ ଗଣ୍ଠିରେ ଯନ୍ତ୍ରଣା ହେବା ସହ ଅନ୍ୟ ସମସ୍ୟା ମଧ୍ୟ ଦେଖାଦେଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ୟୁରିକ୍ ଏସିଡ କାରଣରୁ କେଉଁ ରୋଗ ସୃଷ୍ଟି ହୋଇଥାଏ ଏବଂ ଏହାକୁ କିପରି ନିୟନ୍ତ୍ରଣ କରାଯାଇ ପାରିବ ।

ୟୁରିକ ଏସିଡ ସୃଷ୍ଟି କରେ ଏହି ରୋଗ:

ଆଣ୍ଠୁ ଗଣ୍ଠି ସମସ୍ୟା: ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଆମେ ଦୈନନ୍ଦିନ ଜୀବନରେ ଏହିପରି ଅନେକ ଖାଦ୍ୟ ଖାଇଥାଉ, ଯାହା ୟୁରିକ୍ ଏସିଡ୍ କୁ ବୃଦ୍ଧି କରିଥାଏ । ଫଳରେ ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ଦେଖାଦେଇଥାଏ । ଫଳରେ ଅଣ୍ଠୁ ଗଣ୍ଠିରେ ଯନ୍ତ୍ରଣା ଅନୁଭବ ହୁଏ ।

କିଡନୀ ସମସ୍ୟା: ୟୁରିକ୍ ଏସିଡ ବୃଦ୍ଧି କାରଣରୁ ଶରୀରରେ ୟୁରିକ୍ ଏସିଡ୍ଷ୍ଟୋନ ହୋଇଥାଏ । ଯଦି ଏହାର ଆକାର କମ୍ ଥାଏ ତେବେ ଏହା ମୂତ୍ରନଳୀରୁ ବାହାରିପାରେ, କିନ୍ତୁ ଯଦି ଆକାର ବଡ଼ ତେବେ ଏହା ପରିସ୍ରାର ଗତି ବନ୍ଦ କରିଦିଏ ଏବଂ ଏହି କାରଣରୁ କିଡନୀ ଜନିତ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ ।

ଗୋଡ ଫୁଲିବା : ଶରୀରରେ ଏହି ୟୁରିକ୍ ଏସିଡର ମାତ୍ରା ଅଧିକ ହେତୁ ଗୋଡ ଫୁଲିବା ସହ ଦରଜ ହୋଇଥାଏ । ଏଥିସହିତ ଗୋଡ ଆଙ୍ଗୁଳୀ ଏବଂ ହାତ ଆଙ୍ଗୁଳୀରେ ମଧ୍ୟ ଅସହ୍ୟ ଯନ୍ତ୍ରଣା ଅନୁଭବ ହୋଇଥାଏ ।

ହାଇ ୟୁରିକ୍ ଏସିଡ୍ ର କାରଣ :
ଶରୀରରେ ୟୁରିକ୍ ଏସିଡ୍ ବୃଦ୍ଧି ହେବାର ସବୁଠାରୁ ବଡ କାରଣ ହେଉଛି ଆମର ଖାଦ୍ୟ ଶୈଳୀ । ଯେଉଁ ଲୋକମାନେ ସୀମିତ ପରିମାଣର ମାଂସ, ମଦ୍ୟପାନ, ମିଠା, ଆଇସ୍କ୍ରିମ୍, ଶର୍କରା ପାନୀୟ ଖାଇଥା’ନ୍ତି, ସେମାନଙ୍କ ନିକଟରେ ଏହି ସମସ୍ୟା ଦେଖିବାକୁ ମିଳିଥାଏ । ବେଳେବେଳେ ଅତ୍ୟଧିକ ଚାପ ଏବଂ କିଡନୀ ସମ୍ବନ୍ଧୀୟ ରୋଗ ହେତୁ ଶରୀରେ ୟୁରିକ୍ ଏସିଡ୍ ବୃଦ୍ଧି ପାଇଥାଏ ।

ୟୁରିକ୍ ଏସିଡ୍ କିପରି କରିବେ ନିୟନ୍ତ୍ରଣ:

-ୟୁରିକ୍ ଏସିଡ୍ ନିୟନ୍ତ୍ରଣ କରିବାକୁ, ପ୍ରଥମେ ଭୁଲ ଜୀବନଶୈଳୀକୁ ପରିବର୍ତ୍ତନ କରିବାକୁ ପଡିବ । ଏଥିସହିତ ସଠିକ୍ ଡାଇଟ୍ ପ୍ଲାନରେ ଚାଲିବାକୁ ହେବ ।

-ୟୁରିକ୍ ଏସିଡ୍ କମାଇବା ପାଇଁ ପ୍ରଚୁର ପାଣି ପିଇବା ଆବଶ୍ୟକ ।

-ପ୍ୟୁରିନ ଯୁକ୍ତ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ ।

-ମଦ୍ୟପାନରୁ ଦୂରେଇ ରୁହନ୍ତୁ ।

-ୟୁରିକ୍ ଏସିଡ୍ ନିୟନ୍ତ୍ରଣ କରିବା ପାଇଁ ପ୍ରତିଦିନ ବାଦାମ ଖାଆନ୍ତୁ ।

-ସକାଳେ ଉଠିବା ପରେ ଜୁଆଁଣି ପାଣି ପିଅନ୍ତୁ, ଏହା ମଧ୍ୟ ୟୁରିକ୍ ଏସିଡ୍ ହ୍ରାସ କରିବ ।

Get real time updates directly on you device, subscribe now.