fbpx

୧୧-୧୨ ଟଙ୍କା କମିବ ପେଟ୍ରୋଲ-ଡିଜେଲ ଦାମ୍! ଜାଣନ୍ତୁ ଏନେଇ କ’ଣ କହୁଛି ଏକ୍ସପର୍ଟଙ୍କ ହିସାବ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳର ଦର ବହୁତ ହ୍ରାସ ପାଇଛି । ଯଦି ଏହି ସ୍ଥିତି ଆଗକୁ ଜାରି ରହେ, ତେବେ ଦେଶରେ ପେଟ୍ରୋଲ-ଡିଜେଲ ମୂଲ୍ୟ ୧୧ରୁ ୧୨ ଟଙ୍କା ହ୍ରାସ ପାଇବାର ସମ୍ଭାବନା ରହିଛି । ଗତ ୩ ମାସ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ୨୫-୩୦ ଡଲାର ଶସ୍ତା ହୋଇଛି ।

ଏବେ ଅଶୋଧିତ ତୈଳ ବ୍ୟାରେଲ ପିଛା ୯୦ ଡଲାରରେ ବିକ୍ରି ହେଉଛି । ଗତ ମେ ୨୧ ତାରିଖରେ କେନ୍ଦ୍ର ସରକାର ପେଟ୍ରୋଲ-ଡିଜେଲ ଉପର ଏକ୍ସାଇଜ ଡ୍ୟୁଟି ହ୍ରାସ କରିଥିଲେ । ଏହା ପରେ ସାରା ଦେଶରେ ପେଟ୍ରୋଲ ଲିଟର ପିଛା ୯.୫୦ ଟଙ୍କା ଓ ଡିଜେଲ ଲିଟର ପିଛା ୭ ଟଙ୍କା ଶସ୍ତା ହୋଇଥିଲା ।

ବର୍ତ୍ତମାନ ଅଶୋଧିତ ତୈଳ ବ୍ୟାରେଲ ପିଛା ୯୧ ଡଲାର ପାଖାପାଖି ଟ୍ରେଡ କରୁଛି । ଏକ୍ସପର୍ଟଙ୍କ ମତରେ, ଅଶୋଧିତ ତୈଳର ଦାମ୍ ବ୍ୟାରେଲ ପିଛା ୮୦.୮୫ ଡଲାର ପର୍ଯ୍ୟନ୍ତ ପହଞ୍ଚିପାରେ । ଯଦି ଏହି ଅନୁପାତରେ ତୈଳ କମ୍ପାନୀମାନେ ମୂଲ୍ୟ ହ୍ରାସ କରନ୍ତି, ତେବେ ପେଟ୍ରୋଲ-ଡିଜେଲ ଦର ୧୧ରୁ ୧୨ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇପାରେ ।

ମିଡ଼ିଆ ରିପୋର୍ଟ ରିପୋର୍ଟ ମୁତାବକ, ଅଶୋଧିତ ତୈଳ ଦର ଯଦି ବ୍ୟାରେଲ ପିଛା ୧ ଟଙ୍କା ହ୍ରାସ ପାଏ ତେବେ ଦେଶର ତେଲ କମ୍ପାନୀଙ୍କୁ ଏକ ଲିଟର ଉପରେ ୪୫ ଟଙ୍କାର ପ୍ରଭାବ ପଡ଼ିଥାଏ । ଏହି ହିସାବରେ ଦେଶରେ ପେଟ୍ରୋଲ-ଡିଜେଲ ମୂଲ୍ୟ ୧୧ରୁ ୧୨ ଟଙ୍କା ନିମ୍ନମୁଖୀ ହୋଇପାରେ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.