fbpx
BSKY SKY
BSKY SKY

ମରାଠା ସଂରକ୍ଷଣ ମାମଲା; ଅନଶନ ଭାଙ୍ଗିଲେ ମନୋଜ ଜାରଙ୍ଗେ ପାଟିଲ

BSKY

ମୁମ୍ଵାଇ: ମହାରାଷ୍ଟ୍ରରେ ମରାଠା ସଂରକ୍ଷଣ ଆନ୍ଦୋଳନର ନେତୃତ୍ୱ ନେଇଥିବା ମନୋଜ ଜାରଙ୍ଗେ ପାଟିଲ ଅନଶନ ଶେଷ କରିଛନ୍ତି। ମହାରାଷ୍ଟ୍ର ସରକାର ତାଙ୍କ ଦାବିକୁ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ତାଙ୍କୁ ଏକ ଗ୍ଲାସ ଜୁସ୍ ଦେଇଥିଲେ, ଯାହା ପରେ ଜାରଙ୍ଗେ ଅନଶନ ଶେଷ କରିଥିଲେ। ମରାଠା ସଂରକ୍ଷଣ ମାମଲାରେ ମନୋଜ ଜାରଙ୍ଗେଙ୍କ ସମସ୍ତ ଦାବିକୁ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ମହାୟୁତି ସରକାର ଗ୍ରହଣ କରିଛନ୍ତି ଏବଂ ଏ ସଂକ୍ରାନ୍ତରେ ଏକ ଅଧ୍ୟାଦେଶ ମଧ୍ୟ ଜାରି କରିଛନ୍ତି।

ଶୁକ୍ରବାର ମଧ୍ୟରାତ୍ରିରେ ରାଜ୍ୟ ସରକାରଙ୍କ ଏକ ପ୍ରତିନିଧି ଦଳ ବାଶିରେ ଜରାଙ୍ଗେଙ୍କୁ ଭେଟିବା ପରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଅନଶନ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବାଶି ଆସିବେ ବୋଲି ଘୋଷଣା କରାଯାଇଥିଲା। ମରାଠା ସଂରକ୍ଷଣ ଦାବିରେ ଜାନୁଆରୀ ୨୬ରୁ ମୁମ୍ବାଇର ଆଜାଦ ମୈଦାନରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ ଆରମ୍ଭ କରିବାକୁ ଘୋଷଣା କରିଥିଲେ।

ମୁମ୍ବାଇ ପୁଲିସ ତାଙ୍କୁ ମୁମ୍ବାଇର ଆଜାଦ ମଇଦାନରେ ଅନଶନରେ ବସିବାକୁ ଅନୁମତି ଦେଇନଥିଲେ ମଧ୍ୟ ଜରାଙ୍ଗେ ତାଙ୍କ ହଜାର ହଜାର ସମର୍ଥକଙ୍କ ସହ ମୁମ୍ବାଇରେ ପହଞ୍ଚିଥିଲେ। ସେ ଶୁକ୍ରବାର ମୁମ୍ବାଇରେ ପହଞ୍ଚିଥିଲେ ଏବଂ ଅପରାହ୍ନ ୩.୧୫ରେ ସେ ତାଙ୍କ ପକ୍ଷ ରଖିଥିଲେ। ଯେଉଁମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି ସେମାନଙ୍କ ତାଲିକା ସରକାର ଦେଇଛନ୍ତି।

Get real time updates directly on you device, subscribe now.