ଦିନ ୧.୩୦ରେ ଆରମ୍ଭ ହେବ ବାରବାଟୀରେ ମ୍ୟାଚ୍, ଭାରତ-ଇଂଲଣ୍ଡ ଭିତରେ ହେବ ମହା ମୁକାବିଲା

ସୁପର ସଣ୍ଡେରେ ସୁପର ମ୍ୟାଚ୍। ଆଉ କିଛି ସମୟ ପରେ କ୍ରିକେଟ ପ୍ରେମୀଙ୍କ ଗହଳିରେ ଫାଟି ପଡିବ ଷ୍ଟାଡିୟମ। ୩ ଟିକିଆ ସିରିଜରେ ୧-୦ ରେ ଆଗୁଆ ଥିବା ଭାରତ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ।

କଟକ: ଦୀର୍ଘ ଦିନ ପରେ ଆଜି ବାରବାଟୀ କମ୍ପିବ। ଦର୍ଶକଙ୍କ ଚିୟରିଙ୍ଗରେ ଫାଟିପଡିବ ଷ୍ଟାଡିୟମ। କାରଣ ଆଜି ହେବାକୁ ଯାଉଛି ସୁପର ସଣ୍ଡେରେ ସୁୁପର ମୁକାବିଲା। ଦୀର୍ଘ ୬ ବର୍ଷ ପରେ ବାରବାଟୀ ପଡିଆରେ ଦେଖିବାକୁ ମିଳିବ କ୍ରିକେଟରଙ୍କ ଜଲଓ୍ୱା।

କ୍ରିକେଟ୍ ପ୍ରେମୀ ବି ବେଶ୍ ଉତ୍ସାହିତ। ଏକଥା କହିବାର ଆବଶ୍ୟକ ବି ନାହିଁ। କାରଣ ଟିକେଟ ବିକ୍ରି ସମୟର ଦୃଶ୍ୟ ବଖାଣୁଥିଲା କି ବାରବାଟୀରେ ଇଣ୍ଡିଆ-ଇଂଲଣ୍ଡ ମ୍ୟାଚ୍ ପାଇଁ ଲୋକଙ୍କ ଭିତରେ କେତେ କ୍ରେଜ୍।

ପଡ଼ିଆକୁ ଓହ୍ଲାଇବେ କ୍ରିକେଟର: ଆଜି ଦିନ ୧.୩୦ରେ ଆରମ୍ଭ ହେବ ସୁପର ମ୍ୟାଚ୍। ଜୋରଦାର ହେବ ଟକ୍କର। ସୁପର ସଣ୍ଡେରେ ବାରବାଟୀ ଷ୍ଟାଡିୟମରେ ହେବ ସୁପର ମୁକାବିଲା। ଆଉ ଏହି ମ୍ୟାଚ୍ ଦେଖିବା ପାଇଁ ଦର୍ଶକଙ୍କ ମନରେ ନାହିଁ ନଥିବା ଉତ୍ସାହ।

ସେପଟେ ୩ ଟିକିଆ ସିରିଜରେ ୧-୦ରେ ଆଗୁଆ ଅଛି ଭାରତ। ତେଣୁ ଏହି ମ୍ୟାଚ୍ ଜିତି ସିରିଜ୍ ପକ୍କା କରିବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ। ଅନ୍ୟପଟେ ଏହି ମ୍ୟାଚ୍ ଇଂଲଣ୍ଡ ଟିମ୍ ପାଇଁ କର ବା ମର ପରିସ୍ଥିତି। ଯେହେତୁ ୩ ଟିକିଆ ସିରିଜରୁ ଗୋଟିଏ ସିରିଜ୍ ଭାରତ କବଜା କରିସାରିଛି।

ତେଣୁ ଏହି ମ୍ୟାଚ୍ ଯଦି ଇଂଲଣ୍ଡ ହାତଛଡ଼ା କରିଦିଏ ତାହାଲେ ପୁରା ସିରିଜ୍ ହାତଛଡ଼ା ହୋଇଯିବ। ସେଥିପାଇଁ ଇଂଲଣ୍ଡ ବି ପ୍ରାଣପଣେ ଏହି ମ୍ୟାଚ୍ ଜିତିବା ପାଇଁ ଚେଷ୍ଟା କରିବ। ଯେଉଁଥିପାଇଁ ବାରବାଟୀରେ ଏହି ଦିନିକିଆ ସିରିଜରେ କଡା ଟକ୍କର ଦେଖିବାକୁ ମିଳିବ।

ବାରବାଟୀରେ ରେକର୍ଡ: ଯଦି ଦେଖିବା ଆଜି ଯାଏଁ ଇଣ୍ଡିଆ ବାରବାଟୀରେ ମୋଟ ୧୭ଟି ODI ଖେଳିଛି। ଆଉ ତା ଭିତରୁ ୧୩ଟିରେ ବିଜୟୀ ହୋଇଛି। ଏହାଛଡ଼ା ଏହି ବାରବାଟୀରେ ଇଂଲଣ୍ଡ ସହ ୫ ଥର ଭାରତ ମୁହାଣମୁହିଣ ହୋଇଛି।

ଆଉ ପୂର୍ବରୁ ଏଠାରେ ଭାରତର ଭଲ ରେକର୍ଡ ରହିଛି। ଆଉ ପୁଣିଥରେ ଦୀର୍ଘ ବର୍ଷ ପରେ ବାରବାଟୀକୁ ଫେରିଛି ଇଂଲଣ୍ଡ-ଭାରତ ମୁକାବିଲା। ଯାହାକୁ କବଜା କରିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ। ତେଣୁ ଏହି ମ୍ୟାଚ୍ ଅତ୍ୟନ୍ତ ରୋଚକ ହେବ ଏବଂ ଭାରତୀୟ ଟିମ୍ ବିଜୟୀ ହେବ ବୋଲି ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ଆଶା।