BIG BREAKING: ମେ’ ୨ୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ, ସୂଚନା ଦେଲେ ବୋର୍ଡ ସଭାପତି
ଏହିଦିନ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ, ସୂଚନା ଦେଲେ ବୋର୍ଡ ସଭାପତି
ଭୁବନେଶ୍ୱର: ସରିଛି ମାଟ୍ରିକ୍ ପରୀକ୍ଷା। ଏହାରି ମଧ୍ୟରେ ଖାତା ଦେଖା କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇସାରିଛି। ଏବେ ସମସ୍ତଙ୍କ ଧ୍ୟାନ ରେଜଲ୍ଟ ଉପରେ। ବର୍ତ୍ତମାନ ମାଟ୍ରିକ୍ ରେଜଲ୍ଟକୁ ନେଇ ଅପଡେଟ୍ ସାମ୍ନାକୁ ଆସିଛି।
ମେ’ ୨ୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ। ଏ ନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଆଉ ଦୁଇ ଦିନ ମଧ୍ୟରେ ଖାତା ଦେଖା ସରିଯିବ। ଏଆଇ ଏବଂ କ୍ୟୁଆର କୋର୍ଡ ଦ୍ୱାରା ପରୀକ୍ଷା ପରିଚାଳନା ସଫଳ ହୋଇଛି।
ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫେବୃଆରୀ ୨୧ ତାରିଖରେ ଆରମ୍ଭ ହୋଇ ମାର୍ଚ୍ଚ ୬ ପର୍ଯ୍ୟନ୍ତ ଚାଲିଥିଲା। ଏହାପରେ ଖାତା ଦେଖା ଆରମ୍ଭ ହୋଇସାରିଛି, ଆଉ ଦୁଇ ଦିନ ଲାଗିବ ଖାତା ଦେଖା।