fbpx
BSKY SKY
BSKY SKY

ଜଙ୍ଘକୁ କାମୁଡିଲା ମଶା, ୩୦ଟି ଅପରେସନ ପରେ କୋମାକୁ ଚାଲିଗଲେ ରୋଗୀ

BSKY

ବର୍ଲିନ: ଭାରତରେ ବର୍ତ୍ତମାନ ଡେଙ୍ଗୁର ପ୍ରଭାବ ଦେଖିବାକୁ ମିଳିଛି । ଡେଙ୍ଗୁରେ ଭୟାନକ ପରିସ୍ଥିତି ଉପୁଜି କେତେକ ଲୋକଙ୍କ ଜୀବନ ମଧ୍ୟ ଗଲାଣି । ରୋଗୀ ଏହି ରୋଗରେ ଅନେକ ସୋଚନୀୟ ପରିସ୍ଥିତିରେ ଗତି କରୁଛନ୍ତି । ମଶା କାମୁଡିବାକୁ ନେଇ ଡାକ୍ତର ଅନେକ ଚିକିତ୍ସା କରିଥାନ୍ତି । ହେଲେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଜର୍ମାନୀର ଜଣେ ଲୋକଙ୍କୁ ଗୋଟେ ମଶା କାମୁଡିବା ଫଳରେ ତାଙ୍କର ୩୦ଟି ଅପରେସନ ହୋଇଥିଲା ।

ଜର୍ମାନୀ ରିପୋର୍ଟ ଅନୁସାରେ, ଏହି ଲୋକଟି ଜର୍ମାନର ଜଣେ ନାଗରିକ । ଏକ ମଶା ତାଙ୍କ ଜଙ୍ଘକୁ କମୁଡି ଦେଇଥିଲା । ସେହି ଜାଗାଟି ଧିରେଧିରେ ଇନଫେକ୍ସନ ହୋଇ ଫୁଲିବାରେ ଲାଗିଲା । ଏହାପରେ ସେ ହସପିଟାଲରେ ଭର୍ତ୍ତି ହୋଇଥିଲେ । ପ୍ରଥମେ ଡାକ୍ତର ଏହାକୁ ଦେଖି ଚମକି ପଡିଥିଲେ ଯେ, ଏହି ଇନଫେକସନରୁ ଶରୀରରେ ଅନେକ ସମସ୍ୟା ଦେଖାଦେଇଛି ।
ଏହି ଇନଫେକସନଟି ତାଙ୍କ ଶରୀରରେ ଏତେ ପରିମାଣରେ ବ୍ୟାପିଯାଇଥିଲା ଯେ, ଲିଭର, କିଡନୀ, ହାର୍ଟ ଏବଂ ଫୁସଫୁସର କାମ କରିବା ବନ୍ଦ କରିଦେଇଥିଲା । ଏହି କାରଣରୁ ତାଙ୍କ ଜଙ୍ଘକୁ ପ୍ରଥମେ ଅପରେସନ କରିବାକୁ ପଡିଥିଲା । ଡାକ୍ତର ମାନେ ଭାବିଥିଲେ ଏହାକୁ ଅପରେସନ କରିବା ପରେ ପରିସ୍ଥିତି ଠିକ ହୋଇଯିବ ହେଲେ ଏହା ଠିକ ହେଲା ନାହିଁ । ହେଲେ ଇନଫେକସନ ଆହୁରି ବଢିଗଲା । ଏହି କାରଣରୁ ଜଙ୍ଘରେ କିଛି ପ୍ରକାର ସ୍କିନ ଜଡିତ ଟ୍ରାନ୍ସପ୍ଲାଣ୍ଟ କରିବାକୁ ପଡିଥିଲା ।

ଏହିପରି ଭାବେ ଛୋଟବଡ ହୋଇ ୩୦ଟି ଅପରେସନ କରିବାକୁ ପଡିଥିଲା ଯାହା ଫଳରେ ବ୍ୟକ୍ତି ଜଣକ କୋମା ମଧ୍ୟକୁ ଚାଲିଯାଇଥିଲେ । ଏହି ମଶା ବହୁ ମାସ ପୂର୍ବରୁ କାମୁଡିଥିଲା ହେଲେ ମଣିଷଟି କୋମାକୁ ଚାଲିଯିବାପରେ ଏହା ଲୋକଲୋଚନକୁ ଆସିଥିଲା । କହିବାକୁ ଗଲେ ଏହି ମଶାଟି ହେଉଛି ଏସିଆନ ଟାଇଗର ପ୍ରଜାତିର ମଶାଏବଂ ଏହା ବହୁ ଭୟାନକ ଅଟେ ।

Get real time updates directly on you device, subscribe now.