fbpx

ଭାରତ, ଋଷ, ଆମେରିକା ସମେତ ୮୪ ଦେଶରୁ ୫୦ କୋଟି ହ୍ୱାଟ୍ସଆପ୍ ୟୁଜର୍ସଙ୍କ ଡାଟା ଲିକ୍: ଅନଲାଇନରେ ବିକ୍ରି ହେଉଛି ବ୍ୟକ୍ତିଗତ ସୂଚନା

ନୂଆଦିଲ୍ଲୀ: ଯଦି ଆପଣ ସୋସିଆଲ୍ ମେସେଜିଂ ଆପ୍ ହ୍ୱାଟ୍ସଆପ୍ ବ୍ୟବହାର କରନ୍ତି, ତେବେ ଏହି ଖବରଟି ଆପଣଙ୍କୁ ବିଚଳିତ କରିପାରେ । ପ୍ରାୟ ୫୦୦ ମିଲିୟନ ହ୍ୱାଟ୍ସଆପ୍ ବ୍ୟବହାରୀଙ୍କ ଫୋନ୍ ନମ୍ବର ଲିକ୍ ହୋଇଛି ଓ ସେଗୁଡ଼ିକୁ ଅନଲାଇନରେ ବିକ୍ରି କରାଯାଉଛି । ଏନେଇ ସାଇବର ନ୍ୟୁଜର ଏକ ରିପୋର୍ଟରେ ଦାବି କରାଯାଇଛି । ରିପୋର୍ଟ ମୁତାବକ, ଏହା ହେଉଛି ସବୁଠାରୁ ବଡ଼ ଡାଟା ଉଲ୍ଲଂଘନ ।

ସାଇବର ନ୍ୟୁଜ୍ ରିପୋର୍ଟ ଅନୁସାରେ, ଏକ ଲୋକପ୍ରିୟ ହ୍ୟାକିଂ ଫୋରମରେ ବିକ୍ରି ହେବାକୁ ଥିବା ଡାଟାବେସରେ ୮୪ ଟି ଦେଶରୁ ହ୍ୱାଟ୍ସଆପ୍ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ସୂଚନା ରହିଛି । ଡାଟା ବିକ୍ରୟ କରୁଥିବା ବ୍ୟକ୍ତି ଦାବି କରିଛନ୍ତି ଯେ, ଏହି ସେଟରେ କେବଳ ଆମେରିକାରେ ୩୨ ମିଲିୟନ ଉପଭୋକ୍ତାଙ୍କର ରେକର୍ଡ ରହିଛି । ଏହା ବ୍ୟତୀତ ଇଜିପ୍ଟ, ଇଟାଲୀ, ଫ୍ରାନ୍ସ, ବ୍ରିଟେନ, ଋଷ ଏବଂ ଭାରତର ଲକ୍ଷ ଲକ୍ଷ ଉପଭୋକ୍ତାଙ୍କ ତଥ୍ୟ ମଧ୍ୟ ଅନଲାଇନରେ ବିକ୍ରି ହେଉଛି ।

ସାଇବର ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ଆମେରିକାର ଡାଟାସେଟର ମୂଲ୍ୟ ୭୦୦୦ ଡଲାରରେ ଉପଲବ୍ଧ ଥିବାବେଳେ ବ୍ରିଟେନର ଡାଟାସେଟର ମୂଲ୍ୟ ୨୫୦୦ ଡଲାର ରହିଛି । ସାଇବର ନ୍ୟୁଜ୍ କହିଛି ଯେ, ଯେତେବେଳେ ଡାଟା ବିକ୍ରୟ କରୁଥିବା କମ୍ପାନୀ ସହିତ ଯୋଗାଯୋଗ କରାଯାଇଥିଲା, ସେମାନେ ପ୍ରମାଣ ଭାବରେ ୧୦୯୭ ନମ୍ବର ସେୟାର କରିଥିଲେ । ସାଇବର ନ୍ୟୁଜ୍ ନମ୍ବର ଯାଞ୍ଚ କରି ଜାଣିବାକୁ ପାଇଲା ଯେ ସେମାନେ ସମସ୍ତେ ହ୍ୱାଟ୍ସଆପ୍ ବ୍ୟବହାରକାରୀ । କିନ୍ତୁ ହ୍ୟାକରମାନେ ସେହି ଡାଟା କିପରି ପାଇଲା, ତାହା ଉଲ୍ଲେଖ କରିନାହାନ୍ତି । କିପରି ତଥ୍ୟ ପାଇଲେ ତାହା ଉଲ୍ଲେଖ କରି ନାହାଁନ୍ତି ।

Get real time updates directly on you device, subscribe now.