fbpx

କାଲି ଖୋଲିବ ବହୁପ୍ରତୀକ୍ଷିତ ରତ୍ନଭଣ୍ଡାର, ଦିନ ୧ ଟାରୁ ୧.୩୦ ଶୁଭ ସମୟ…

ଓଡିଶା ଭାସ୍କର: ଆସନ୍ତାକାଲି ବହୁପ୍ରତୀକ୍ଷିତ ରତ୍ନଭଣ୍ଡାର ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି । ରତ୍ନଭଣ୍ଡାରର ଗଣତି ମଣତି ନେଇ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ମଧ୍ୟ ଘଟିବ । ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଏନେଇ ସମସ୍ତ ସୂଚନା ପ୍ରଦାନ କରିଛନ୍ତି । ଦିନ ୧ ଟାରୁ ୧.୩୦ ମଧ୍ୟରେ ରତ୍ନଭଣ୍ଡାର ଖୋଲିବା ପାଇଁ ଶୁଭ ସମୟ ରହିଛି ବୋଲି ସେ କହିଛନ୍ତି । ରତ୍ନଭଣ୍ଡାର ଖୋଲିବା ପାଇଁ ତଦାରଖ କମିଟିର ୨ ଜଣ , ଜିଲ୍ଲାପାଳ, ଏଏସଆଇ ଟିମ, ଭଣ୍ଡାର ମେକାପ, ତାଲା ଭଙ୍ଗା ଟିମ, ତଡଉ କରଣ ପ୍ରମୁଖ ଭିତରକୁ ପ୍ରବେଶ କରିବେ । ଦରକାର ପଡିଲେ ସ୍ନେକ ହେଲଫଲାଇନ ଓ ମେଡିକାଲ ଟିମ୍ ମଧ୍ୟ ଭିତରକୁ ପ୍ରବେଶ କରି ପାରନ୍ତି ବୋଲି ମଧ୍ୟ ଜଣା ପଡିଛି ।

ରତ୍ନ ଅଳଙ୍କାର ରଖିବା ସ୍ଥାନ ମଧ୍ୟ ମନ୍ଦିରରେ ଚିହ୍ନଟ କରାଯାଇଛି । ରତ୍ନଭଣ୍ଡାର ଖୋଲିବା ସମୟରେ ତାହାର କାଟାଲଗ ମଧ୍ୟ କରାଯିବ । ଯାହାଦ୍ୱରା ଆଗାମୀ ସମୟରେ ଏହାକୁ ରେଫରେନ୍ସ ଭାବରେ ବ୍ୟବହାର କରାଯାଇ ପାରିବ । ଏହାର ଗଣତି କାର୍ଯ୍ୟରେ ରିଜର୍ଭ ବ୍ୟାଙ୍କର ପ୍ରତିନିଧି ସହାୟତା କରିବେ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ରତ୍ନଭଣ୍ଡାର ପାଇଁ ରାଜ୍ୟସରକାର ଏସଓପି ପ୍ରସ୍ତୁତ କରି ମଧ୍ୟ ସାରିଛନ୍ତି । ତାଲା ଭାଙ୍ଗି ନ ହଲେ ତାଲା ଖୋଲି ରତ୍ନଭଣ୍ଡାର ଭିତରକୁ ପ୍ରବେଶ କରାଯିବ । ଯଦି ତାଲା ନ ଖୋଲେ ତାଲା ଭାଙ୍ଗିବା ଦଳ ତାହା ଭାଙ୍ଗିବେ । ସ୍ୱଚ୍ଛତାର ସହ ସମସ୍ତ କାର୍ଯ୍ୟ ହେବ ବୋଲି ଆଇନ ମନ୍ତ୍ରୀ ସୂଚନା ମଧ୍ୟ ପ୍ରଦାନ କରିଛନ୍ତି । କେତେ ଦିନ ଯାଏଁ ଚାଲିବ ତାହା ଆବଶ୍ୟକବେଳେ ନିଷ୍ପତ୍ତି ହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏ ଦିଗ ଉପରେ କାମ କରିବେ । ସେ ଯାହା କହିବେ ତଦନୁଯାୟୀ ଆଗାମୀ କେତେ ଦିନ ଏହା ଚାଲିବ କେମିତି ହେବ ତାହା ଉପରେ ଜଣାଇଛନ୍ତି ଆଇନମନ୍ତ୍ରୀ ଶ୍ରୀ ହରିଚନ୍ଦନ ।

Get real time updates directly on you device, subscribe now.