ଗୋଟେ ହାତରେ ହାତକଡ଼ି, ଅନ୍ୟ ହାତରେ ମୋବାଇଲ୍, ପୋଲିସ ଆଗରେ ରିଲ୍ସ କରୁଛି ହତ୍ୟାକାରୀ
ପୋଲିସ ହେପାଜତରେ ହତ୍ୟା ଅଭିଯୁକ୍ତକୁ ଭିଆଇପି ଟ୍ରିଟମେଣ୍ଟ।
ମଧ୍ୟପ୍ରଦେଶ: ହତ୍ୟାକାରୀର ମୁହଁ ଟାଣ। ଗିରଫ ହେବା ପରେ ବି ଛାଡ଼ିନି ରିଲ୍ସ ନିଶା। ହାତରେ ହାତକଡ଼ି ପଡ଼ିଛି। କିନ୍ତୁ ପୋଲିସ ଆଗରେ ରିଲ୍ସ କରୁଛି ହତ୍ୟାକାରୀ। ଯାହାପରେ ପୋଲିସର ଭୂମିକା ଉପରେ ମଧ୍ୟ ପ୍ରଶ୍ନ ଉଠିଛି।
ଏହି ଭିଡ଼ିଓ ଟି ଭାଇରାଲ ହେବା ପରେ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ବିବେକ ସିଂହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପୋଲିସ ହେପାଜତରେ ରହି କିପରି ରିଲ୍ସ ତିଆରି କଲା ଅଭିଯୁକ୍ତ ତାହା ସନ୍ଦେହ ଘେରକୁ ଆସିଛି। ହତ୍ୟାକାରୀକୁ କିଏ ଦେଲା ଫୋନ୍ ତାର ମଧ୍ୟ ତଦନ୍ତ ଚାଲିଛି।
ପୋଲିସକୁ ଖାତିର ନାହିଁ: ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ରେୱା ଅଞ୍ଚଳରେ। ଅଭିଯୁକ୍ତ ଜଣକ ପୋଲିସ ହେପାଜତରେ ରହି ରିଲ୍ସ ତିଆରି କରୁଥିବାର ଭିଡ଼ିଓ ଦେଖିବାକୁ ମିଳିଥିଲା।
ଏହି ଭିଡ଼ିଓ ଭାଇରାଲ ହେବା ପରେ ଅନେକ ପ୍ରକାର ପ୍ରଶ୍ନ ଉଠୁଛି। ଅଭିଯୁକ୍ତ ପୋଲିସ ହେପାଜତରେ ଅଛି, କିନ୍ତୁ ସେ ଏକ ରିଲ୍ ତିଆରି କରୁଛି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓଟି ରେୱାର ସଞ୍ଜୟ ଗାନ୍ଧୀ ହସ୍ପିଟାଲର ବୋଲି କୁହାଯାଉଛି।
ହସ୍ପିଟାଲରେ ରିଲ୍ସ: ସୂଚନାନୁସାରେ, ଅଭିଯୁକ୍ତକୁ ଚିକିତ୍ସା ପାଇଁ ସଞ୍ଜୟ ଗାନ୍ଧୀ ହସ୍ପିଟାଲକୁ ଅଣାଯାଇଥିଲା। ଭିଡିଓଟି ଭାଇରାଲ ହେବା ପରେ ଏବେ ପୋଲିସ ଅଧୀକ୍ଷକ ଏହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁଯାୟୀ, ଏହି ଭିଡିଓଟି ଦୁଇ ଦିନ ପୂର୍ବର। ଯେତେବେଳେ ଅଭିଯୁକ୍ତକୁ ଚେକଅପ୍ ପାଇଁ ସଞ୍ଜୟ ଗାନ୍ଧୀ ହସ୍ପିଟାଲକୁ ନିଆଯାଇଥିଲା। ଅଭିଯୁକ୍ତକୁ ପୂର୍ଣ୍ଣ ଭିଆଇପି ଚିକିତ୍ସା ଦିଆଯାଇଥିଲା। ସେ କୌଣସି ଭୟ ବିନା ରିଲ୍ ତିଆରି କରୁଥିଲେ। ଭିଡିଓ ଭାଇରାଲ ହେବା ପରେ, ପୋଲିସ ସମ୍ପୂର୍ଣ୍ଣ ମାମଲା ଉପରେ ନଜର ରଖିଛି।
ପୋଲିସ ଉପରେ କାର୍ଯ୍ୟାନୁଷ୍ଠାନ: ଅଭିଯୁକ୍ତଙ୍କ ସହିତ ଯାଇଥିବା ପୋଲିସକର୍ମୀଙ୍କ ଭୂମିକା ମଧ୍ୟ ସନ୍ଦେହ ଘେରକୁ ଆସିଛି। ଉପସ୍ଥିତ ଥିବା ପୋଲିସଙ୍କୁ ନୋଟିସଙ୍କୁ ଦିଆଯାଇଛି। କିପରି ଅଭିଯୁକ୍ତ ପାଖକୁ ଫୋନ ଗଲା ଆଉ କିଏ ଫୋନ ଦେଲା ବୋଲି ଉତ୍ତର ମଗାଯାଇଛି।
ଏହା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୋଲିସ ଅଧୀକ୍ଷକ ବିବେକ ସିଂହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆପଣଙ୍କୁ କହିରଖୁଛୁ ଯେ ପୋଲିସ ହେପାଜତରେ ରିଲ୍ ତିଆରି କରୁଥିବା ସମୟରେ ଯାହାର ଭିଡିଓ ଭାଇରାଲ ହେଉଛି ସେ ଜଣେ ହତ୍ୟା ଅଭିଯୁକ୍ତ।
ହତ୍ୟା ଅଭିଯୁକ୍ତ: ଅଭିଯୁକ୍ତଙ୍କ ନାମ ବୈଭବ ଠାକୁର। ବୈଭବ ଠାକୁରଙ୍କ ବିରୋଧରେ ମାର୍ଚ୍ଚ ୨୦୧୮ରେ ରେୱାର ଟିଆରଏସ କଲେଜ ଭିତରେ ଜଣେ ଛାତ୍ରଙ୍କୁ ଗୁଳି କରି ହତ୍ୟା କରିବାର ଅଭିଯୋଗ ରହିଛି।
ଏହି ଘଟଣା ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଭିଡିଓଟି ଭାଇରାଲ ହେବା ପରେ, ଏକ ବଡ଼ ପ୍ରଶ୍ନ ହେଉଛି ଯେ ଜଣେ ହତ୍ୟାକାରୀ କିପରି ମୋବାଇଲ୍ ପାଇଲା ଏବଂ ରିଲ୍ କଲା।