‘ଆମ ଓଡ଼ିଶା ନବୀନ ଓଡ଼ିଶା’ ନାଁ ବଦଳି ହେବ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’; ପଞ୍ଚାୟତିରାଜ ମନ୍ତ୍ରୀ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବଦଳିବ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ନାଁ । ବଦଳି ହେବ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ । ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକଙ୍କ ସୂଚନା । ‘୨ ଦିନରେ ଗାଇଡ୍‌ଲାଇନ୍ ଆଣୁଛନ୍ତି ସରକାର । ପଲ୍ଲୀସଭାକୁ ଗୁରୁତ୍ୱ ଦିଆଯିବ, ପଞ୍ଚାୟତ ପ୍ରତିନିଧିଙ୍କୁ କ୍ଷମତା ମିଳିବ । ଲୋକଙ୍କ ପ୍ରସ୍ତାବ ଅନୁସାରେ ଗାଁର ବିକାଶ ହେବ ।’

ଓଡ଼ିଶାରେ ବିଜେଡି ସରକାର ପୂର୍ବରୁ ଆରମ୍ଭ କରିଥିବା ଅନେକ ଯୋଜନାର ନାମ ପରିବର୍ତ୍ତନ କରିଛନ୍ତି ମୋହନ ସରକାର । ସେପେଟେ ସେପ୍ଟେମ୍ୱରରେ ବଦଳିଥିଲା ‘ମୋ ସ୍କୁଲ ଅଭିଯାନ’ ନାଁ । ‘ମୋ ସ୍କୁଲ ଅଭିଯାନ’କୁ ‘ପଞ୍ଚସଖା ଶିକ୍ଷା ସେତୁ’ ନାମରେ ନାମିତ କରାଯାଇଥିଲା । ୨୦୧୭ରୁ ଆରମ୍ଭ ହୋଇଥିଲା ଏହି ‘ମୋ ସ୍କୁଲ୍ ଅଭିଯାନ’ । ଏଣିକି ‘ପଞ୍ଚସଖା ଶିକ୍ଷା ସେତୁ’ ନାମରେ ହେଉଛି ସମସ୍ତ କାର୍ଯ୍ୟ ।

ସେହିପରି ପୂର୍ବରୁ କାଳିଆ ଯୋଜନାର ନାମ ପରିବର୍ତ୍ତନ କରି ମୁଖ୍ୟମନ୍ତ୍ରୀ-କିଷାନ ଯୋଜନା ନାମରେ ନାମିତ କରାଯାଇଛି । ଏହା ବ୍ୟତିତ BSKY (ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା)କୁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ମୋ ସ୍କୁଲ ଅଭିଯାନକୁ ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ ନାମରେ ନାମିତ କରାଯାଇଛି । ‘ମେକ୍ ଇନ୍ ଓଡ଼ିଶା’ର ନାମ ଏବେ ‘ଉତ୍କର୍ଷ ଉତ୍କଳ’ ହୋଇଛି । ଏସବୁକୁ ନେଇ ରାଜନୈତିକ ମାହୋଲରେ ଉଷ୍ମତା ଦେଖାଦେଉଛି ।

Get real time updates directly on you device, subscribe now.