fbpx

ରାଜଧାନୀରେ ନୂଆ ଟ୍ରାଫିକ ରୁଲ: ନିୟମ ଭାଙ୍ଗିଲେ ଦେବାକୁ ପଡିବ ମୋଟା ଅଙ୍କର ଜରିମାନା

Advertisement

ନୂଆଦିଲ୍ଳୀ: ଦିନକୁ ଦିନ ରାଜରାସ୍ତାରେ ଦୁର୍ଘଟଣା ସଂଖ୍ୟା ବଢିବାରେ ଲାଗିଛି । ସେଥିପାଇଁ ଟ୍ରାଫିକ ରୁଲରେ ମଧ୍ୟ ବାରମ୍ବାର ପରିବର୍ତ୍ତନ ହେବା ସହ କଡକଡି କରୁଛନ୍ତି ସରକାର । ଏହି କ୍ରମରେ ଦେଶର ରାଜଧାନୀ ସରକାର ଆଉ ଏକ ନିୟମ ଲାଗୁ କରିଛନ୍ତି । ଦିଲ୍ଲୀ ରାସ୍ତାରେ ପ୍ରାୟତଃ ଟ୍ରାଫିକ ଜାମ ରହିଥାଏ । ଏହି ଟ୍ରାପିକ ଜାମକୁ ଏଡାଇବା ପାଇଁ ଏବଂ ଜନତାଙ୍କ ସୁରକ୍ଷା ପାଇଁ ଦିଲ୍ଲୀର ପରିବହନ ବିଭାଗ ଆଣିଛି ଆଉ ଏକ ନୂଆ ନିୟମ ।

ଏପ୍ରିଲ ୧ ତାରିଖରୁ ଦିଲ୍ଲୀର ୧୫ଟି ମୁଖ୍ୟ ରାସ୍ତାରେ ବେସରକାରୀ, ଡିଟିସି ଏବଂ କ୍ଲଷ୍ଟର ବସ ପରି ଭାରୀ ଯାନ କେବଳ ବସ ଲେନରେ ହିଁ ଚାଲି ପାରିବ । ଏହି ନିୟମରେ ଅବହେଳା କଲେ କିମ୍ବା ଏହାକୁ ଅମାନ୍ୟ କଲେ ଡ୍ରାଇଭରଙ୍କୁ ୧୦ ହଜାର ଟଙ୍କା ଜରିମାନା ଭରିବାକୁ ପଡିବ । ସେହିପରି ମୋଟର ସାଇକେଲ ଏବଂ କାର ମଧ୍ୟ ନିଜ ଲେନରେ ଗାଡି ଚଳାଇପାରିବେ । ତେବେ ଏହି ନିୟମ ଭାଙ୍ଗିଲେ ଜରିମାନା ସ୍ୱରୂପ ୫ ହଜାର ଟଙ୍କା େଦେବୋକୁ ପଡିବ । ଏବେ ବିଭିନ୍ନ ରାସ୍ତାରେ ଏହି ନିୟମ ଲାଗୁ କରାଯାଇଥିବା ଦେଖାଯାଇଛି ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏହି ନିୟମ ଲାଗୁ କରିଛି ପରିବହନ ବିଭାଗ । ପ୍ରଥମ ଥର ପାଇଁ ଏହି ନିୟମ ଭାଙ୍ଗିଲେ ୫ ହଜାର ଟଙ୍କାର ଜରିମାନା ଭରିବାକୁ ପଡିବ । ତେବେ ଯଦି ଏହି ଭୁଲକୁ ଦ୍ୱିତୀୟ ଥର ଏହି ନିୟମରେ ଅବହେଳା ହୋଇଥାଏ, ତେବେ ଜରିମାନା ୧୦ ହଜାର ଟଙ୍କା କିମ୍ବା ୬ ମାସ ଜେଲ ସହିତ ପରମିଟ ମଧ୍ୟ ରଦ୍ଦ ହୋଇପାରେ । ସେପଟେ ଏହି ନିୟମ ଲାଗୁ ହେବା ପରେ ଦିଲ୍ଲୀବାସୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ।

Get real time updates directly on you device, subscribe now.