ମାତ୍ର ୧୦ ଟଙ୍କାରେ ୯୦ ଦିନ ପର୍ଯ୍ୟନ୍ତ ଆକ୍ଟିଭ ରହିବ ନମ୍ବର, ଆଉ କରିବାକୁ ପଡିବନି ପ୍ରତି ମାସରେ ରିଚାର୍ଜ
ଦୁଇଟି ସିମ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଏକ ବଡ଼ ଖବର। ବର୍ତ୍ତମାନ ସେମାନଙ୍କୁ ନିଜ ସିମକୁ ଚାଲୁ ରଖିବା ଲାଗି ମହଙ୍ଗା ରିଚାର୍ଜ ପ୍ଲାନ୍ସ ନେବାର ଆବଶ୍ୟକତା ନାହିଁ।
ନୂଆଦିଲ୍ଲୀ: ଦୁଇଟି ସିମ ବ୍ୟବହାରକାରୀ ଗୋଟିଏ ସିମକୁ ଆକ୍ଟିଭ ରଖିବା ବେଳେ ଅନ୍ୟଟିକୁ ଆକ୍ଟିଭ ରଖିବା ଲାଗି ସେମାନଙ୍କୁ ମହଙ୍ଗା ରିଚାର୍ଜ କରିବାକୁ ପଡିଥାଏ। କିନ୍ତୁ ବର୍ତ୍ତମାନ ଏହି ଶୁଳ୍କ କମିଯାଇଛି। ଆସନ୍ତୁ ଜାଣିବା..
ଏଥିପାଇଁ TRAI ଏକ ନୂଆ ନିୟମ ଲାଗୁ କରିଛି, ଯେଉଁଥିରେ ଜିଓ, ଏୟାରଟେଲ, ଭିଆଇ ଏବଂ ବିଏସଏନଏଲ ୟୁଜର୍ସଙ୍କୁ ଆଶ୍ୱସ୍ତି ମିଳିବ।
TRAIର ଏହି ନିୟମ ଅନୁଯାୟୀ, ମାତ୍ର ୧୦ ରୁ ୨୦ ଟଙ୍କାର ରିଚାର୍ଜରେ ୟୁଜର୍ସଙ୍କ ନମ୍ବର ୧୨୦ ଦିନ ପର୍ଯ୍ୟନ୍ତ ଆକ୍ଟିଭ ରହିବ। ଅର୍ଥାତ ରିଚାର୍ଜ ଶେଷ ହେବା ପରେ ମଧ୍ୟ ୩ରୁ ୪ ମାସ ପର୍ଯ୍ୟନ୍ତ ରିଚାର୍ଜର ଟେନସନ ରହିବ ନାହିଁ। ଏଥିସହ ନମ୍ବର ମଧ୍ୟ ବନ୍ଦ ହେବ ନାହିଁ।
୨୦ ଟଙ୍କାରେ ୩୦ ଦିନ ଯାଏଁ ବଡିଯାଉଛି ସିମ ଆକ୍ଟିଭେସନ ଭ୍ୟାଲିଡିଟି: TRAIର ଏହି ନୂଆ ନିୟମ ଅନୁଯାୟୀ, ଯଦି ଆପଣଙ୍କ ସେକେଣ୍ଡାରୀ ନମ୍ବରରେ ୧୦ ଟଙ୍କାର ପ୍ରିପେଡ ବାଲାନ୍ସ ଅଛି, ତେବେ ଆପଣଙ୍କ ନମ୍ବର ୯୦ ଦିନ ପର୍ଯ୍ୟନ୍ତ ଆକ୍ଟିଭ ରହିବ, ଯଦି ଆପଣ ଏଥିରେ ୨୦ ଟଙ୍କାର ପ୍ରିପେଡ ବାଲାନ୍ସ ପକାନ୍ତି ତେବେ ଆପଣଙ୍କ ସିମ ୧୨୦ ଦିନ ଅର୍ଥାତ ୪ ମାସ ପାଇଁ ଆକ୍ଟିଭ ରହିବ।
ଜିଓ: ଯଦି ଆପଣ ଜିଓ ୟୁଜର୍ସ ତେବେ ବିନା କୌଣସି ରିଚାର୍ଜରେ ଆପଣଙ୍କ ନମ୍ବର ୯୦ ଦିନ ପର୍ଯ୍ୟନ୍ତ ଆକ୍ଟିଭ ରହିବ। ଏହି ସମୟରେ ୟୁଜର୍ସଙ୍କୁ ଇନକମିଂ କଲର ସୁବିଧା ମିଳିବ। ସେହିପରି ନମ୍ବର ଆକ୍ଟିଭ କରିବା ପାଇଁ ୟୁଜର୍ସଙ୍କୁ ୯୯ ଟଙ୍କାର ଭ୍ୟାଲିଡିଟିର ରିଚାର୍ଜ କରିବାକୁ ପଡିବ।
ଏୟାରଟେଲ: ଯଦି ଆପଣ ଏୟାରଟେଲ ୟୁଜର୍ସ ତେବେ ଆପଣଙ୍କ ନମ୍ବର ୯୦ ଦିନରୁ ଅଧିକ ସମୟ ପର୍ଯ୍ୟନ୍ତ ଆକ୍ଟିଭ ରହିବ। ୯୦ ଦିନ ପରେ ୧୫ ଦିନ ୟୁଜର୍ସଙ୍କୁ ସିମ ଆକ୍ଟିଭ କରିବା ପାଇଁ ସମୟ ଦିଆଯିବ। ଏହାପରେ ଆପଣ ୪୫ ଟଙ୍କାର ଭ୍ୟାଲିଡିଟି ରିଚାର୍ଜ କରିବାକୁ ପଡିବ।
ଭୋଡାଫୋନ ଆଇଡିଆ: ଏହି ୟୁଜର୍ସ ବିନା କୌଣସି ରିଚାର୍ଜରେ ନିଜ ସିମକୁ ଆକ୍ଟିଭ ରଖିପାରିବେ। ଏହାପରେ ନମ୍ବର ଆକ୍ଟିଭ ରଖିବା ଲାଗି ଆପଣଙ୍କୁ ୪୯ ଟଙ୍କାର ରିଚାର୍ଜ ପ୍ଲାନ ପକାଇବାକୁ ପଡିବ।
ବିଏସଏନଏଲ: ଏହି ୟୁଜର୍ସ ସବୁଠୁ ଲାଭଦାୟକ। କାରଣ ବିଏସଏନଏଲ ୟୁଜର୍ସଙ୍କୁ ସିମ ଆକ୍ଟିଭ ରଖିବା ଲାଗି ୧୮୦ ଦିନର ଭ୍ୟାଲିଡିଟି ପ୍ରଦାନ କରୁଛି।