(Video) ରତ୍ନଭଣ୍ଡାର ଖୋଲ ଖୋଲୁ ମାଡ଼ି ଆସିଲେ… ଗର୍ଜନରେ କମ୍ପିଲା ଶ୍ରୀକ୍ଷେତ୍ର: ଶୁଭ ନା କାଳପୁରୁଷ?

ଓଡ଼ିଶା ଭାସ୍କର: ଅନେକ ବର୍ଷର ଅପେକ୍ଷା ପରେ ଆଜି ଫିଟିଛି ରତ୍ନଭଣ୍ଡାର । ଚାବି ନଥିବାରୁ ତାଲା ଭାଙ୍ଗି ରତ୍ନଭଣ୍ଡାର ଭିତରେ ପ୍ରବେଶ କରିଛନ୍ତି ୧୧ ଜଣିଆ ସଦସ୍ୟ । ତେବେ ଭଣ୍ଡାର ଭିତରେ କ’ଣ ଅଛି, ସେ ନେଇ କୌଣସି ସୂଚନା ଦିଆ ଯାଇ ନଥିବା ବେଳେ ଏହି ସମୟରେ ଅନେକ ଅଲୌକିକ ଘଟଣା ଦେଖିବାକୁ ମିଳିଛି । ଏହାକୁ ମହାପ୍ରଭୁଙ୍କ ସଂକେତ କୁହାଯାଉଛି । କେହି କେହି ଏହାକୁ ଅଘଟଣ ବା କାଳ ପୁରୁଷ ବୋଲି କହୁଥିବା ବେଳେ ଆଉ କିଛି ଲୋକ ଏହାକୁ ମହାପ୍ରଭୁଙ୍କ ଶୁଭ ସଂକେତ ବୋଲି ପ୍ରକାଶ କରିଛନ୍ତି । ରତ୍ନଭଣ୍ଡାର ଖୋଲିବା ମାତ୍ରେ ମନ୍ଦିର ଭିତରୁ ମାଡ଼ି ଆସିଛନ୍ତି ଶହ ଶହ ଚେମିଣିଆ ।

ଦୀର୍ଘ ୪୬ ବର୍ଷ ପରେ ଖୋଲିଛି ମହାପ୍ରଭୁଙ୍କ ରତ୍ନଭଣ୍ଡାର । ଭଣ୍ଡାର ଭିତରର ସୁନା-ରୂପା ଅଳଙ୍କାର ବିଷୟରେ ଜାଣିବା ପାଇଁ ସମସ୍ତଙ୍କ ଭିତରେ ଆଶା ଓ ଆକାଂକ୍ଷା । ତେବେ ପୁର୍ଣ ପ୍ରସ୍ତୁତି ସହ ପୁରା ଟିମ ଭିତରକୁ ଯିବା ପରେ ମନ୍ଦିର ପରିସରର ଅଲୌକିକ ଦୃଶ୍ୟର ବର୍ଣ୍ଣନା ଶୁଣି ଛାତିରେ ଛନକା ପଶୁଛି । ପ୍ରଥମେ ରତ୍ନଭଣ୍ଡାର ଖୋଲି ପ୍ରଥମ ଦ୍ୱାରରେ ପଶୁ ପଶୁ ପୁରୀ ଏସପି ପିନାକ ମିଶ୍ର ଅସୁସ୍ଥ ହୋଇପଡିଥିଲେ । ଏହା ଏକ ଆଭାସ ବୋଲି ସବୁ ଆଡେ ଚର୍ଚା ଧରୁଥିବା ବେଳେ ଆଉ ଏକ ଅଜବ ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି । ରତ୍ନଭଣ୍ଡାରର ଦ୍ୱାରା ଖୋଲୁ ଖୋଲୁ ଶହ ଶହ ସଂଖ୍ୟାରେ ଚେମେଣିଆ କର୍କଶ ନାଦ କରି ରତ୍ନଭଣ୍ଡାର ଭିତରୁ ବାହାରି ଆସିଥିଲେ । ମନ୍ଦିର ଭିତରୁ ଉଡି ଆସି ବାଇଶି ପାହାଚରେ ଉପରେ ଉଡ଼ି ବୁଲୁଛନ୍ତି ଏହି ଚେମିଣିଆ । ଚେମିଣିଆ ବାହାରି ମନ୍ଦିର ଉପରେ ଏମିତି ଉଡ଼ିବା ସମସ୍ତଙ୍କୁ ଆଚମ୍ବିତ କରିଦେଇଛି । ଏତେ ସଂଖ୍ୟାରେ ଚେମିଣିଆ ବାହାରକୁ ଆସିବା ପରେ ସେମାନଙ୍କ ରାବରେ ମନ୍ଦିର ପରିସର କମ୍ପି ଉଠିଥିଲା ।

ତେବେ ଚେମେଣିଆ ମାନେ ଏମିତି ଘୁରି ବୁଲିବାକୁ ନେଇ କେହି କେହି ଅଶୁଭ ସୂଚନା ବୋଲି କହୁଥିବା ସହ ଅନ୍ୟ ମାନେ ଭୟଭୀତ ହୋଇ ପଡିଛନ୍ତି । ଖାଲି ସେତିକି ନୁହେଁ, ଚେମେଣୀଆ ମାନେ ବାଇଶି ପାହାଚରେ ଘୁରି ବୁଲିବା ପରେ ଶ୍ରୀମନ୍ଦିରର ଉପରେ ଏକ ଅଜବ କର୍କଶ ନାଦ କରି ଉଡ଼ି ବୁଲୁଚନ୍ତି । ତେବେ ପ୍ରତେକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ମନ୍ଦିର ପରିସରରେ ପୂର୍ବରୁ କେବେ ବି ଏତେ ସଂଖ୍ୟକ ଚେମେଣିଆ ପକ୍ଷୀ ଉଡ଼ି ବୁଲିବା ସେମାନେ ଦେଖିନଥିଲେ । ସେ ପୁଣି ଏମିତି ଭୟଙ୍କର ଗର୍ଜନ କରି କରି ଘୁରି ବୁଲିବା ଘଟଣା ସମସ୍ତଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ ଥିଲା । ଏଣୁ ଏହା କୌଣସି ଅଘଟଣର ପୂର୍ବ ସୂଚନା ହେଇପାରେ ବୋଲି କେହି କେହି ମତ ଦେଉଛନ୍ତି । ତେବେ ରତ୍ନଭଣ୍ଡାର ଭିତରେ ସାପ ଥିବା ନେଇ ଖୁବ ଚର୍ଚ୍ଚା ହେଉଥିବା ବେଳେ ଏହା ମିଛ ଗୁଜବ ବୋଲି ପ୍ରମାଣିତ ହୋଇଛି । ଭଣ୍ଡାର ଭିତରେ କୌଣସି ସାପ ଦେଖିବାକୁ ମିଳିନାହିଁ ।