fbpx

ରାଜ୍ୟରେ ବଢିବ ଶୀତର ପ୍ରକୋପ; ଖସିବ ୪ଡିଗ୍ରୀ ପାରଦ

Advertisement

ଭୁବନେଶ୍ୱର: ସାରା ରାଜ୍ୟରେ ବର୍ତ୍ତମାନ ଶୀତର ପ୍ରକୋପ ବଢିବାର ଲାଗିଛି । ବିଭିନ୍ନ ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହେବା ସହ ସକାଳ ସମୟରେ ଗାଡି ଯାତାୟତରେ ଅସୁବିଧା ହେଉଥିବା ଜଣାପଡିଛି । ତେବେ ରାଜ୍ୟରେ ଆଗକୁ ଶୀତ ପରିମାଣ ଆହୁରି ବୃଦ୍ଧି ପାଇବ । ଏଥିସହିତ ପାରଦ ଖସିବା ନେଇ ପାଣିପାଗ ବିଭାଗ ପୂର୍ବ ଅନୁମାନ କରିଛି ।

ତେବେ ବିଭାଗର ସୂଚନା ଅନୁଯାୟୀ, ଆଗାମୀ ୩ରୁ ୪ ଦିନ ଭିତରେ ପାରଦ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିବ । ଯାହାଫଳରେ ଆସନ୍ତା ୧୪ ତାରିଖ ସୋମବାରରୁ ରାଜ୍ୟରେ ଆହୁରୀ ଶୀତ ବଢିବ । ତେବେ ଉପକୂଳରେ ଏବେ ଶୀତ କମ ରହିଥିବାବେଳେ ଏଠାରେ ମଧ୍ୟ ଶୀତ ବଢିବ ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।

ତେବେ ଗତକାଲି ବୌଦ୍ଧ ଓ ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି କୋରାପୁଟରେ ୧୪.୨, ଫୁଲବାଣୀରେ ୧୪.୫, ଭବାନୀପାଟଣାରେ ୧୫.୫ ଓ କେନ୍ଦୁଝରରେ ୧୬ଡିଗ୍ରୀ ତାପମାତ୍ରା ରୋକର୍ଡ କରାଯାଇଛି । ଏତତ୍ ବ୍ୟତୀତ ଝାରସୁଗୁଡ଼ାରେ ୧୬.୨, ଦେବଗଡ଼ରେ ୧୬.୫, ଅନୁଗୁଳରେ ୧୭, ବରଗଡ଼ରେ ୧୭.୮ ଏବଂ ଟିଟିଲାଗଡ଼ରେ ରାତି ତାପମାତ୍ରା ୧୮.୫ ଡିଗ୍ରୀ ରହିଥିବା ରେକର୍ଡ଼ ହୋଇଛି । ତେବେ ଆଗକୁ ପାରଦ ଖସିବା ସହ ଏଠାରେ ଶୀତ ପ୍ରକୋପ ଆହୁରୀ ବଢିବ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.