fbpx
BSKY SKY
BSKY SKY

ଯନ୍ତ୍ରଣା ହେଉଥିଲା ପେଟରେ, ଅସ୍ତ୍ରୋପଚାର ପରେ ବାହାରିଲା ଅନେକ ଜିନିଷ

BSKY

ମୋଗା : ପଞ୍ଜାବ ମୋଗା ସ୍ଥିତ ହସପିଟାଲରେ ଘଟିଛି ଏକ ଆଶ୍ଚର୍ଯ୍ୟ ଘଟଣା । ଡାକ୍ତରମାନେ ଯେତେବେଳେ  ରୋଗୀଙ୍କର ଅପରେସନ କାଲେ ତାଙ୍କ ପେଟରୁ ଯାହା ବାହାରିଲା ତାହା ଦେଖିବା ପରେ ଡାକ୍ତର ଅଶ୍ଚର୍ଯ୍ୟ ହୋଇଥିଲେ । ୪୦ ବର୍ଷର ଜଣେ ବ୍ୟକ୍ତି ପେଟ ଯନ୍ତ୍ରଣା ଯୋଗୁଁ ହସ୍ପିଟାଲରେ ଆଡମିଟ ହୋଇଥିଲେ । ଏହା ପରେ ଡାକ୍ତର ତାଙ୍କର ଏକ୍ସରେ କହିଥିଲେ । ଏକ୍ସରେ ଦେଖିବା ପରେ ଡାକ୍ତର ତାଙ୍କର ଅସ୍ତ୍ରପଚାର କରିଥିଲେ । ୩-୪ ଘଣ୍ଟାର ଅପରେସନ ପରେ ଡାକ୍ତର ତାଙ୍କ ପେଟରୁ ଅନେକ ଜିନିଷ ବାହାର କରିବାକୁ ସମର୍ଥ ହୋଇଥିଲେ ।

ତାଙ୍କ ପେଟରୁ ଇଅର ଫୋନ, ୱାସର, ନଟ, ଲକେଟ, ବଟମ, ରାକ୍ଷୀ ଏବଂ ସେପଟେପିନ ଆଦି ବାହାରିଥିଲା । ହସ୍ପିଟାଲର ଡାଇରେକ୍ଟରଙ୍କ କହିବା ଅନୁସାରେ ଏହି ପରି କେସ ତାଙ୍କ ହସ୍ପିଟାଲରେ ପ୍ରଥମ ଥର ଘଟିଛି । ତେବେ ବ୍ୟକ୍ତି ଜଣଙ୍କ ୨ ବର୍ଷ ହେବ ପେଟ ଯନ୍ତ୍ରଣା ସମସ୍ୟା ଥିବା କହିଥିଲେ । ଏହି ଜିନିଷ ଗୁଡିକ ତାଙ୍କ ପେଟରେ ଥିବାରୁ ତାଙ୍କର ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖା ଦେଇଛି । ପରିବାର ଲୋକ ମଧ୍ୟ ଏହା ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଥିଲେ ଏବଂ କହିଥିଲେ ବ୍ୟକ୍ତିଙ୍କ ମାନସିକ ଅବସ୍ଥା ଠିକ ନାହିଁ । ଏହା ପୂର୍ବରୁ ମଧ୍ୟ ବ୍ୟକ୍ତିଙ୍କ ପରିବାର ଲୋକ ତାଙ୍କୁ ଅନେକ ସ୍ଥାନକୁ ନେଇଥିଲେ କିନ୍ତୁ କୌଣସି ସୁ ଫଳ ମିଳି ନଥିଲା ।

Get real time updates directly on you device, subscribe now.