fbpx

ଏହି ଲୋକମାନେ ପିଅନ୍ତୁ ନାହିଁ ଅଁଳା ଜୁସ : ଜାଣନ୍ତୁ ପିଇବା ଦ୍ୱାରା କ’ଣ ହୁଏ କ୍ଷତି

ଆପଣ ସମସ୍ତେ ଶୁଣିଥିବେ ଯେ ଅଁଳା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଏହାକୁ ଖାଇଲେ ଅଥବା ଗୁସ କରି ପିଇବା ଦ୍ୱାରା ହଜମ ପ୍ରକ୍ରିୟା ଉତ୍ତମ ହୋଇଥାଏ । ଏହାର ଜୁସ ପିଇବା ଦ୍ୱାରା ଚର୍ମ ସୁସ୍ଥ ରହିବା ସହିତ କେଶ ମଧ୍ୟ ଝଡିବା କମ ହୋଇଯାଏ । କିନ୍ତୁ ଅଁଳା ଫଳରେ ଯେତେ ଫାଇଦା ରହିଛି, ତାହାର କ୍ଷତି ମଧ୍ୟ ରହିଛି । ଆସନ୍ତୁ ଜାଣିବା କେଉଁ ଲୋକଙ୍କୁ ଅଁଳା ଜୁସ ପିଇବା ଆବଶ୍ୟକ ନାହିଁ ।

ଲିଭର ରୋଗ ଥିବା ବ୍ୟକ୍ତି : ଲିଭର ରୋଗରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଅଁଳାର ଜୁସକୁ ପିଅନ୍ତୁ ନାହିଁ, କାରଣ ଏହାକୁ ପିଇବା ଦ୍ୱାରା ଲିଭରରେ ଯନ୍ତ୍ରଣା ହୋଇପାରେ ।

କିଡନୀ ରୋଗୀ : ଗମ୍ଭୀର ଭାବରେ କିଟନୀ ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତି ଅଁଳା କିମ୍ବା ଅଁଳା ଜୁସ ପିଇବା ଉଚିତ ନୁହେଁ । ଏହି ଜୁସ ପିଇବା ଦ୍ୱାରା କୋଷକୁ କ୍ଷତି ହୋଇପାରେ ।

ନିମ୍ନ ରକ୍ତଚାପର ରୋଗୀ : ଅଁଳାର ସେବନ କରିବା ପରେ ବ୍ଲଡ ପ୍ରେସର କମ ହୋଇଥାଏ । ଏଥିଯୋଗୁଁ ନିମ୍ନ ରକ୍ତଚାପ ଥିବାର ବ୍ୟକ୍ତି ଏହି ଜୁସକୁ ପିଇବା ଉଚିତ ନୁହେଁ ।

ଗର୍ଭବତୀ ମହିଳା: ଗର୍ଭବତୀ ମହିଳା ମାନେ ଅଁଳାର ସେବନ କରିବା ଉଚିତ ନୁହେଁ । କାରଣ ଏହାକୁ ଖାଇବା ଦ୍ୱାରା ଡିହାଇଡ୍ରେସନ ହୋଇପାରେ ।

Get real time updates directly on you device, subscribe now.