fbpx

ଟେସଲାକୁ ଭାରତ ଆଣିବା ପାଇଁ ପିଚ ପ୍ରସ୍ତୁତି: ଶସ୍ତା ହେବ କି ବିଳାସପୂର୍ଣ୍ଣ ଇଲେକ୍ଟ୍ରୋନିକ କାର?

ନୂଆଦିଲ୍ଲୀ: ଭାରତ ସରକାରଙ୍କ ପକ୍ଷରୁ ଏଲନ ମସ୍କଙ୍କ ‘ଟେସଲା’ କାରକୁ ଦେଶକୁ ଆଣିବାକୁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଆଶା କରାଯାଉଛି ଯେ ଆସନ୍ତା ବର୍ଷ ଜାନୁଆରୀ ମାସରେ ‘ଟେସଲା’ କାର ସଫଳତାର ସହିତ ଭାରତ ରାସ୍ତାରେ ଚାଲିବା ଆରମ୍ଭ କରିବ ।

ଏନେଇ ପ୍ରଧାନମନ୍ତ୍ରୀ ମୋଦଙ୍କ ପକ୍ଷରୁ ଏକ ଆଲୋଚନା ଚକ୍ର ହୋଇଥିଲା ଯେଉଁଥିରେ ବିଦ୍ୟୁତ ଚାଳିତ ଗାଡ଼ିଗୁଡ଼ିକର ନିର୍ମାଣ ବିଷୟରେ ଆଲୋଚନା ହୋଇଥିଲା । ଏହା ଦ୍ୱାରା ଭାରତରେ ବିଦ୍ୟୁତଚାଳିତ କାରଗୁଡ଼ିକ ଶସ୍ତା ହେବାର ସମ୍ଭାବନା ରହିଛି । ତେବେ ଏହି ଆଲୋଚନା ଚକ୍ରରେ ଭାରତରେ ‘ଟେସଲା’ ଦ୍ୱାରା ପ୍ରସ୍ତାବିତ ନିବେଶ ପାଇଁ ମଞ୍ଜୁରୀ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନେଇ ମଧ୍ୟ ଆଲୋଚନା କରାଯାଇଥିଲା ।

ତେବେ ଏ ବାବଦରେ ଗତ ଜୁନ ମାସରେ ମୋଦି ଟେସଲା ମାଲିକ ଏଲନ ମସ୍କଙ୍କ ସହ ଆମେରିକାରେ ସାକ୍ଷାତ କରିଥିଲେ । ତେବେ ଆଗାମୀ ଗଣତନ୍ତ୍ର ଦିବସ ସମାରୋହରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରଣ କରାଯାଇଥିବା ସୂଚନା ମିଳିଛି ।

ତେବେ ଟେସଲାକୁ ଭାରତ ଆଣିବା ରାସ୍ତାରେ ସବୁଠୁ ବଡ଼ ପ୍ରତିବନ୍ଧକ ସାଜିଛି ଆମଦାନୀ ଶୁଳ୍କ । ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ କରାଯାଇଥିବା କାର ଉପରେ ଏହି ଶୁଳ୍କ ୪୦ ଶତକଡ଼ା କମ କରିବା ପାଇଁ ଦାବି କରାଯାଇଛି ।

କହିରଖୁ, ୪୦,୦୦୦ ଡଲାରରୁ କମ ମୂଲ୍ୟର କାରର ଆମଦାନୀ ଶୁଳ୍କ ୬୦ ଶତକଡ଼ା ହୋଇଥିବା ବେଳେ ଏହାଠାରୁ ଅଧିକ ମୂଲ୍ୟର କାରର ଆମଦାନୀ ଶୁଳ୍କ ୧୦୦ ଶତକଡ଼ା ।

Get real time updates directly on you device, subscribe now.