fbpx

Take-Off ବେଳେ ଜଳିଗଲା ବିମାନ: ଫ୍ଲାଇଟ ଇଞ୍ଜିନରେ ଲାଗିଗଲା ଭୟଙ୍କର ନିଆଁ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ବିଭିନ୍ନ ସ୍ଥାନରୁ ଟ୍ରେନରେ ନିଆଁ ଲାଗିବା ଘଟଣା ସାମନାକୁ ଆସିଛି । ଅନେକ ସମୟରେ ବିମାନରେ ମଧ୍ୟ ନିଆଁ ଲାଗିବାର ଘଟଣା ଦେଖାଯାଇଛି । ଆଜି ମଧ୍ୟ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଆମେରିକାର ଲସ୍ ଆଞ୍ଜେଲସ୍ ବିମାନ ବନ୍ଦରରେ ଏକ ବିମାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି । ଏୟାରପୋର୍ଟରୁ ଟେକ୍ ଅଫ୍ କରୁଥିବା ଏକ ବିମାନରେ ହଠାତ୍ ନିଆଁ ଲାଗିଯାଇଛି । ଏୟାର କାନାଡ଼ାର ବୋଇଙ୍ଗ ଫ୍ଲାଇଟରେ ଇଞ୍ଜିନରେ ସମସ୍ୟା ଯୋଗୁଁ ନିଆଁ ଧରିଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏୟାର କାନାଡ଼ାର ବୋଇଙ୍ଗ ୭୩୭ ମ୍ୟାକ୍ସ ବିମାନ ଲସ୍ ଆଞ୍ଜେଲସରୁ ଭାଙ୍କୁବର ଅଭିମୁଖେ ଯାତ୍ରା କରୁଥିଲା । ତେବେ ଟେକ୍ ଅଫ୍ କିଛି ସମୟ ପରେ ଇଞ୍ଜିନରେ ସମସ୍ୟା ଦେଖାଯାଇଛି । ବିମାନ ଇଞ୍ଜିନରେ ଅଗ୍ନିକାଣ୍ଡ ଘଟଣାର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଅପଲୋଡ ହୋଇଛି । ତେବେ ଅଗ୍ନିକାଣ୍ଡର କିଛି ସମୟ ପରେ ତୁରନ୍ତ ବିମାନକୁ ଫେରାଇ ନେଇ ଲସ୍ ଆଞ୍ଜେଲସ୍ ଏୟାରପୋର୍ଟକୁ ଫେରିଯାଇଛି । ଏହାସହିତ ଲସ୍ ଆଞ୍ଜେଲସ୍ ଏୟାରପୋର୍ଟରେ ସୁରକ୍ଷିତ ଭାବରେ ଲାଣ୍ଡିଙ୍ଗ କରିଛି ଏହି ବିମାନ । ଏହି ବିମାନରେ ୩୮୯ ଜଣ ଯାତ୍ରୀ ରହିଥିବା ବେଳେ ୧୩ ଜଣ କ୍ରୁ ମେମ୍ବର ଯାତ୍ରା କରୁଥିଲେ । ତେବେ ସମସ୍ତ ଯାତ୍ରୀ ଏବଂ ଚାଳକ ଦଳର ସଦସ୍ୟ ସୁରକ୍ଷିତ ଭାବରେ ବିମାନ ବନ୍ଦରରେ ସୁରକ୍ଷିତ ରହିଛନ୍ତି । ବିମାନ ଲାଣ୍ଡିଂ କରିବା ପରେ ଏହି ନିଆଁକୁ ଆୟତ୍ତ କରାଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡ଼ି ନଥିବା ବେଳେ ଏକ ସ୍ୱତନ୍ତ୍ର ଟିମ୍ ଏହାର ଯାଞ୍ଚ ଚଳାଇଛି ।

ଇଞ୍ଜିନ ଖରାପର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଯାଇଛି। ଏହାସହିତ ଫ୍ଲାଇଟରେ ଥିବା ଯାତ୍ରୀମାନଙ୍କୁ ଅନ୍ୟ ବିମାନରେ ପଠାଇବା ପାଇଁ ବ୍ୟବସ୍ଥା କରାଯାଇଛି । ବିମାନରେ ଅଗ୍ନିକାଣ୍ଡ ମାମଲାର ଅନୁସନ୍ଧାନ କରାଯିବାକୁ ଥିବା ବେଳେ ବର୍ତ୍ତମାନ ଏହାକୁ ସେବାରୁ ହଟାଇ ଦିଆଯାଇଛି। ତେବେ ଗତ ଦୁଇ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ବିମାନରେ ଅଗ୍ନିକାଣ୍ଡ ଘଟଣା ସାମନାକୁ ଆସିଛି । ଫଳରେ ଟେକ୍-ଅପ୍ ପରେ ଏୟାର କାନାଡ଼ା ବିମାନ ସେଠାରେ ଲାଣ୍ଡିଂ କରିଛି ।

Get real time updates directly on you device, subscribe now.