fbpx

T20 WC-2022 ପ୍ରତି ମ୍ୟାଚରେ ବଦଳିବ ଭାରତୀୟ ଦଳ! ବର୍ଷକରେ ୨୯ ଖେଳାଳିଙ୍କୁ ସୁଯୋଗ ଦେଇଛନ୍ତି ରୋହିତ

ନୂଆଦିଲ୍ଲୀ: ଅକ୍ଟୋବର ୨୩ ତାରିଖରୁ ପାକିସ୍ତାନ ବିପକ୍ଷରେ ବିଶ୍ୱକପ ଅଭିଯାନ ଆରମ୍ଭ କରିବ ଟିମ ଇଣ୍ଡିଆ । ତେବେ ଏହି ମ୍ୟାଚ ପାଇଁ ଭାରତର ଚୂଡାନ୍ତ ଏକାଦଶ ରୋହିତଙ୍କ ପାଇଁ ଏକ ବଡ ଚାଲେଞ୍ଜ ହେବ । କିନ୍ତୁ ପ୍ରତି ମ୍ୟାଚରେ ଗୋଟିଏ କିମ୍ବା ୨ଟି ପରିବର୍ତ୍ତନ ମଧ୍ୟ କରିପାରନ୍ତି ଅଧିନାୟକ ରୋହିତ । କାରଣ ଗତ ବର୍ଷକ ଭିତରେ ଟିମ ଇଣ୍ଡିଆ ପ୍ରାୟ ୨୯ ଜଣ ଖେଳାଳିଙ୍କୁ ସୁଯୋଗ ଦେଇ ସାରିଛନ୍ତି ।

ପାକିସ୍ତାନ ବିପକ୍ଷ ମ୍ୟାଚ ପୂର୍ବରୁ ରୋହିତ କହିଛନ୍ତି ଯେ, ବିପକ୍ଷ ଦଳ କେମିତି ପ୍ରଦର୍ଶନ କରିବ ତାହା ଅନେକ ସମୟରେ ଆମକୁ ଜଣା ନଥାଏ । ଏଭଳି ପରିସ୍ଥିତିରେ ନିଜ ବିବେକ ଅନୁଯାୟୀ, ଖେଳାଳିମାନଙ୍କ ଫର୍ମକୁ ନଜରରେ ରଖି ଦଳ ଚୟନ କରିବାକୁ ପଡିଥାଏ । ଏହା ସହିତ ରେକର୍ଡ ଉପରେ ମଧ୍ୟ ନଜର ରକିବାକୁ ପଡିଥାଏ । ତେବେ ବିପକ୍ଷ ଟିମକୁ ଦେଖି ଭାରତୀୟ ଦଳରେ ପରିବର୍ତ୍ତନ କରିବାରେ ମୁଁ କୌଣସି ଦ୍ୱନ୍ଦ୍ୱ ରଖେନାହିଁ ବୋଲି କହିଛନ୍ତି ଦଳର ଅଧିନାୟକ ରୋହିତ ଶର୍ମା । ଏପରିକି ପ୍ରତି ମ୍ୟାଚରେ ଗୋଟିଏ କି ଦୁଇଟି ପରିବର୍ତ୍ତନ ମଧ୍ୟ କରାଯାଇପାରେ ।

ତେବେ ଆଇସିସିର ଟୁର୍ଣ୍ଣାମେଣ୍ଟରେ ଗତ କିଛି ବର୍ଷରୁ ଭଲ ପ୍ରଦର୍ଶନ କରିପାରିନାହିଁ ଭାରତ । କିନ୍ତୁ ଏହାକୁ ଚାପ ନୁହେଁ ଏକ ଚାଲେଞ୍ଜ ଭାବରେ ଗ୍ରହଣ କରିଛି ଟିମ ଇଣ୍ଡିଆ । ତେବେ ଦଳ ଉପରେ ଚାପ ଅଧିକାଂଶ ସମୟରେ ରହିଥାଏ ବୋଲି କହିଛନ୍ତି ରୋହିତ । ଏହା ସହିତ ସବୁଠୁ ଏକ ଶକ୍ତିଶାଳୀ ଦଳ ପାଖରେ ଥାଇ ମଧ୍ୟ ଭାରତ ୯ ବର୍ଷରୁ ଆଇସିସିର କୌଣସି ଟ୍ରଫି ନ ଜିତିବା ଏକ ନିରାଶଜନକ ଘଟଣା ।

ତେବେ ଆସନ୍ତାବର୍ଷ ଏସିଆ କପ୍ ପାକିସ୍ତାନରେ ହେବାକୁ ଥିବା ବେଳେ ଏହାକୁ ଚିନ୍ତା କରି ଏବେ ଟି-୨୦ ବିଶ୍ୱକପକୁ ଖରାପ କରିବାକୁ ଚାହୁଁନାହାନ୍ତି ବୋଲି ରୋହିତ ପ୍ରକାଶ କରିଛନ୍ତି । ଏହାଛଡା ଏହି ନିଷ୍ପତ୍ତି ବିସିସିଆଇ ନେବ ବୋଲି କହିଛନ୍ତି ରୋହିତ । ପାକିସ୍ତାନ ବିପକ୍ଷ ପୂର୍ବରୁ ରୋହିତଙ୍କ ପଚାରିବାରୁ ସେ କହିଛନ୍ତି ଯେ, ଏହି ବି୍ବକପ ଆମ ପାଇଁ ମହତ୍ତ୍ୱପୂର୍ଣ୍ଣ ଏବଂ ଆମେ ବର୍ତ୍ତମାନ ଏଥିପାଇଁ ନିଜକୁ ପ୍ରସ୍ତୁତ କରୁଛୁ ।

Get real time updates directly on you device, subscribe now.