କାଲିଠୁ ଶିମିଳିପାଳ ଜଗିବେ ପୋଲିସ ଫୋର୍ସ

ଆସନ୍ତା କାଲିଠୁ ଶିମିଳିପାଳ ଜଗିବେ ପୋଲିସ ଫୋର୍ସ। ଜଏଣ୍ଟ ଟାସ୍କଫୋର୍ସ ସହ ମିଶି କରିବେ ପାଟ୍ରୋଲିଂ ଓ ରେଡ୍‌।

ବାରିପଦା: (ଓଡ଼ିଶା ଭାସ୍କର) କାଲିଠୁ ଶିମିଳିପାଳ ଜଗିବେ ପୋଲିସ ଫୋର୍ସ। ପ୍ରାଥମିକ ପର୍ଯ୍ୟାୟରେ ମୁତୟନ ହେବେ ୧ ପ୍ଲାଟୁନ ଫୋର୍ସ। ଜଏଣ୍ଟ ଟାସ୍କଫୋର୍ସ ସହ ମିଶି ପାଟ୍ରୋଲିଂ, ରେଡ୍‌ କରିବେ।

ଏନେଇ ସୂଚନା ଦେଲେ ମୟୂରଭଞ୍ଜ ଏସ୍‌ପି। ଗତ 15 ତାରିଖରେ ଶିମିଳିପାଳ ଅଭୟାରଣ୍ୟରୁ ଦୁଇ ତିନି ମାସ ପୂର୍ବରୁ ଶିକାର କରାଯାଇଥିବା ଏକ କଳାବାଘର ଚମଡ଼ା ଜବତ କରାଯାଇଥିଲା।

ଏଥିରେ ସମ୍ପୃକ୍ତ ୪ ଜଣ ଶିକାରୀଙ୍କୁ ଗିରଫ କରିଥିଲା ବନ ବିଭାଗ। ପୂର୍ବରୁ ଗିରଫ ଶିକାରୀମାନଙ୍କ ବୟାନ ଭିତ୍ତିରେ କାର୍ଯ୍ୟାନୁଷ୍ଠାନରୁ ଏହି ବାଘଛାଲକୁ ମଧ୍ୟ ଜବତ କରାଯାଇଥିଲା।

ଏସବୁ କଥା ଜଣା ପଡ଼ିବା ପରେ ଗଣମାଧ୍ୟମର ତନାଘନା ଆରମ୍ଭ ହୋଇଥିଲା। ବାଘ ସୁରକ୍ଷା ଉପରେ ଉଠିଥିଲା ପ୍ରଶ୍ନ। ଯାହାପରେ ତତ୍ପରତା ଦେଖାିଥିଲା ପ୍ରଶାସନ। 

କାଲିଠୁ ଶିମିଳିପାଳ ଜଗିବେ ପୋଲିସ ଫୋର୍ସ ଜଗିବା ନେଇ ଆଜି ମୟୂରଭଞ୍ଜ ଏସ୍‌ପି ସୂଚନା ଦେଇଛନ୍ତି।