ଶୁଣାଣୀ ବେଳେ କୋର୍ଟ ପରିସରରେ ବିବାହ କଲେ କଏଦୀ, ଆଉ ତା’ ପରେ…
ଚର୍ଚ୍ଚାରେ କୋର୍ଟ ପରିସର ବାହାଘର। କୋର୍ଟରେ ଶୁଣାଣୀ ଚାଲିଥିବା ବେଳେ ପ୍ରେମିକା ମଥାରେ ସିନ୍ଦୂର ପିନ୍ଧାଇଲେ କଏଦୀ। ଆଉ ତାପରେ ଯାହା ହେଲା...
ବିହାର: ଚର୍ଚ୍ଚାରେ କୋର୍ଟ ପରିସର ବିବାହ। ତାହା ପୁଣି ବିଚାରଧୀନ କଏଦୀଙ୍କର। କୋର୍ଟରେ ଚାଲିଥିଲା ବିଚାର। ଉପସ୍ଥିତ ଥିଲେ ଜଜ୍ ଓ ବିଚାରକ। ହେଲେ ହଠାତ୍ କୋର୍ଟ ପରିସରରେ ଥିବା ଏକ ମନ୍ଦିରରେ ବିବାହ କରିନେଲେ ବିଚାରଧୀନ କଏଦୀ।
ତା ପୁଣି ନିଜ ପ୍ରେମିକାଙ୍କ ସହ। ଯାହା ଏବେ ସବୁଠି ଚର୍ଚ୍ଚା। ହେଲେ ଆପଣ ଜାଣିଛନ୍ତି କି, ଏ ବାହାଘର କାହିଁକି ହେଲା। କେଉଁ ପରିସ୍ଥିତିରେ ହେଲା। ଏପରିକି ବାହାଘର ସରିବା ପରେ ପୁଣିଥରେ କଏଦୀ ଜଣଙ୍କୁ ଜେଲକୁ ପଠାଇ ଦିଆଗଲା।
କୋର୍ଟରେ ବାହାଘର: ତେବେ ଏପରି ଏକ ରୋଚକ ବାହାଘର ଦେଖିବାକୁ ମିଳିଛି ବିହାରରେ। ବିହାର ଜେଲରେ ବନ୍ଦୀ ଥିବା ଜଣେ କଏଦୀ ତାଙ୍କ ପ୍ରେମିକାଙ୍କୁ ବିବାହ କରିଛନ୍ତି। ବିବାହରେ ଉଭୟ ପକ୍ଷର ପରିବାର ଲୋକ ସାକ୍ଷ୍ୟ ଭାବେ ଉପସ୍ଥିତ ଥିଲେ।
ଏହି ବିବାହ ଦେଖିବା ପାଇଁ ଅନେକ ଲୋକଙ୍କ ଭିଡ଼ ମଧ୍ୟ ଜମିଥିଲା। କାରଣ ଏହି ବାହାଘର ଟିକେ ନିଆରା ଥିଲା। କାରଣ ଏମିତିରେ କୋର୍ଟରେ ତ ଅନେକ ବାହାଘର ହୁଏ। ହେଲେ ଏହି ବାହାଘର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା।
ବିବାହ ପରେ ପୁଣି ଜେଲ: ହେଲେ ସବୁଠୁ ଆଶ୍ଚର୍ଯ୍ୟର କଥା ଏହା ଥିଲା କି, କଏଦୀ ଜଣଙ୍କ ନାଁରେ ତାଙ୍କ ଶ୍ୱଶୁର ଘର ଲୋକ ଅଭିଯୋଗ କରିଥିଲେ। ଯେତେବେଳେ କଏଦୀ ଏବଂ ତାଙ୍କ ପ୍ରେମିକା ବିବାହ କରିବାକୁ ନିଷ୍ପତ୍ତି ନେଲେ, ସେତେବେଳେ ଝିଅ ଘର ଲୋକ ଏହାକୁ ବିରୋଧ କରିଥିଲେ।
ଏବଂ ପୁଅ ବିରୋଧରେ ମିଛ ଅପହରଣ କେସ୍ ଲଗାଇ ଦେଲେ। ଫଳରେ ପୋଲିସ ତାଙ୍କୁ ଗିରଫ କରି ତାଙ୍କୁ ଜେଲ ପଠାଇ ଦେଲା। ଆଉ ଆଜି ତାଙ୍କର ଥିଲା କୋର୍ଟରେ ପ୍ରଥମ ଶୁଣାଣି। ଯେଉଁଠାରେ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣାଯାଇଥିଲା।
ଏବଂ ଜଜ୍ ଏହି ଦୁହିଁଙ୍କ ବାହାଘର ପାଇଁ ସମ୍ମତ୍ତି ପ୍ରକାଶ କରିଥିଲେ। ଏବଂ ଦୁହିଁଙ୍କ ପରିବାର ଏହି ବାହାଘରରେ ରାଜି ହେବା ପରେ କୋର୍ଟ ପରିସରରେ ଥିବା ଏକ ମନ୍ଦିରରେ ଦୁହିଁଙ୍କର ବିବାହ ହୋଇଥିଲା। ଏବଂ ବିବାହ ସରିବା ପରେ କଏଦୀ ଜଣଙ୍କୁ ପୁଣିଥରେ ଜିଲ୍ଲା ଜେଲକୁ ପଠାଇ ଦିଆଗଲା।