fbpx

ଅଫିସକୁ ୧ ମିନିଟ ବିଳମ୍ବରେ ଆସିଲେ ମିଳିବ ଏମିତି ସଜା: ରୁହନ୍ତୁ ସାବଧାନ

ନୂଆଦିଲ୍ଲୀ: ଅଫିସରେ ସପ୍ତାହକୁ ଚାରି ଦିନ କାମ ଏବଂ ତିନି ଦିନ ଛୁଟିକୁ ନେଇ ଚର୍ଚ୍ଚା କିଛି ଦିନ ତଳେ ଜୋର ଧରିଥିଲା । ଏହି ନିୟମ ଲାଗୁ କରିବା ପାଇଁ ଏବେ ବିଚାରବିମର୍ଶ ଚାଲୁ ରହିଛି । କିନ୍ତୁ କିଛି କମ୍ପାନୀରେ ଏହାର ଏକ ବିପରୀତ ଚିତ୍ର ଦେଖିବାକୁ ମିଳିଛି । ୪ ଦିନ କାମ ୩ ଦିନ ଛୁଟି ପରିବର୍ତ୍ତେ ଏଠାରେ ଅପିସ ଟାଇମିଂକୁ ନେଇ କଠୋରବାଣୀ ଲେଖାଯାଇଛି । ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ସୋସିଆଲ ମିଡିଆରେ ଏକ ଅଜ୍ଞାତ କାର୍ଯ୍ୟାଳୟର ଏକ ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି । ଏହାକୁ ‘ନ୍ୟୁ ଅଫିସ ରୁଲ’ ବୋଲି କୁହାଯାଉଛି । ଭାଇରାଲ ହେଉଥିବା ଏହି ରୁଲ ଲେଟରରେ ଅଫିସର ଏକ ନୂଆ ନିୟମ ବିଷୟରେ ନୋଟିସ ଦିଆଯାଇଥିବା ଦେଖିବାକୁ ମିଳିଛି । କୌଣସି କାର୍ଯ୍ୟକର୍ତ୍ତା ଅଫିସକୁ ଯେତେ ମିନିଟ ବିଳମ୍ବରେ ଆସିବେ, ତାଙ୍କୁ ଅଫିସରେ ସେହି ଅନୁସାରେ ୧୦ ମିନିଟ ଲେଖାଏଁ ଅଧିକ କାମ କରିବାକୁ ପଡିବ ବୋଲି ଏହି ନୋଟିସରେ ଦର୍ଶାଯାଇଛି । ଏହି ନିୟମ ମୁତାବକ, ଯଦି କୌଣସି କାର୍ଯ୍ୟକର୍ତ୍ତା ୧୦.୦୨ରେ ଅପିସରେ ପହଞ୍ଚନ୍ତି, ସେ ୬ଟାରେ ଅପିସ ସମୟ ଶେଷ ହେବା ପରେ ୨୦ ମିନିଟ ଅଧିକ ଅର୍ଥାତ ୬.୨୦ ପର୍ଯ୍ୟନ୍ତ କାମ କରିବେ ।

ଏହି ପୋଷ୍ଟଟି କେଉଁ ଅଫିସ କିମ୍ବା କେଉଁ ସ୍ଥାନର ଏପର୍ଯ୍ୟନ୍ତ ଜଣାପଡିନାହିଁ । @CleverMonsterCT ନାମକ ଜଣେ ୟୁଜର ଏହି ପୋଷ୍ଟ କରିଛନ୍ତି । ତେବେ ଏହି ପୋଷ୍ଟ ଅପଲୋଡ ହେବା ପରଠୁ ଏହା ଖୁବ ଭାଇରାଲ ହେବା ସହ ଅନେକ ଲୋକ ଏହା ଉପରେ କମେଣ୍ଟ କରୁଛନ୍ତି । କିଛି ୟୁଜର ଏହାକୁ ଭୁଲ ବୋଲି କହିଥିବା ବେଳେ ଅନେକ ଲୋକ ଏହାକୁ ସପୋର୍ଟ କରିଛନ୍ତି । ତେବେ କିଛି ଲୋକ ଏହି ନିୟମକୁ ଟିକିଏ କଠୋର ବୋଲି କମେଣ୍ଟ କରିଛନ୍ତି ।

Get real time updates directly on you device, subscribe now.