fbpx

ବ୍ୟାଙ୍କଗୁଡ଼ିକୁ ସତର୍କ କରାଇଲେ RBI ଗଭର୍ଣ୍ଣର, କ୍ରେଡିଟ-ଡିପୋଜିଟକୁ ନେଇ କହିଲେ ଏହି କଥା

ନୂଆଦିଲ୍ଲୀ: ବ୍ୟାଙ୍କିଙ୍ଗ ସେକ୍ଟରର ରେଗୁଲେଟରୀ ଭାରତୀୟ ରିଜର୍ଭ ବ୍ୟାଙ୍‌ଜର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ପୁଣିଥରେ ବ୍ୟାଙ୍କରେ ହ୍ରାସ ପାଉଥିବା ଡିପୋଜିଟକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ଋଣ ପ୍ରଦାନ ଏବଂ ଡିପୋଜିଟ ଗ୍ରୋଥକୁ ନେଇ ବ୍ୟାଙ୍କଗୁଡିକ ଉପରେ ନଜର ରଖିବାକୁ କୁହାଯାଇଛି ଯାହା ଦ୍ୱାରା ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଯେକୌଣସି ପ୍ରକାର ନଗଦ ସଙ୍କଟକୁ ଦୂର କରାଯାଇପାରିବ।

ଏକ ଇଣ୍ଟରଭ୍ୟୁରେ ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ଆଜିର ଯୁବ ପିଢି ଭିନ୍ନ ଭିନ୍ନ ମାର୍କେଟ୍ସରେ ନିବେଶକୁ ନେଇ ଆକର୍ଷିତ ହେଉଛନ୍ତି। ଏଥିରେ କୌଣସି ଖରାପ ନାହିଁ, ଏହା ସାମାନ୍ୟ ଅଟେ ଏବଂ କିଛି କ୍ଷେତ୍ରରେ ପଜିଟିଭ ଅଟନ୍ତି। ସେ କହିଛନ୍ତି ଯେ, ଆମେ ବ୍ୟାଙ୍କଗୁଡିକୁ ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସତର୍କ କରୁଛୁ ଯେ, ସେମାନେ ଏହି ପରିସ୍ଥିତି ଉପରେ ନଜର ରଖନ୍ତୁ। ବର୍ତ୍ତମାନ କୌଣସି ସମସ୍ୟା ନାହିଁ, ହେଲେ ଆଗାମୀ ଦିନରେ ଏହା ସମସ୍ୟାର ରୂପ ନେଇପାରେ।

ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ, ବ୍ୟାଙ୍କକୁ ଇନୋଭେଟିବ ପ୍ରଡକ୍ଟସ ଏବଂ ସର୍ଭିସ ଅଫରିଙ୍ଗ ଜରିଆରେ ଅଧିକରୁ ଅଧିକ ଡିପୋଜିଟ ଆକର୍ଷିତ କରିବା ଉପରେ ଧ୍ୟାନ ଦେବା ଉଚିତ। ସେ କହିଛନ୍ତି ଯେ, ଟେକ୍ନୋଲୋଜୀ ପାଇଁ କ୍ରେଡିଟ ଗ୍ରୋଥ ଏବଂ ଡିସବର୍ସମେଣ୍ଟରେ ବୃଦ୍ଧି ଘଟିଛି, ହେଲେ ଡିପୋଜିଟ ଗ୍ରୋଥ ପାଇଁ ଫିଜିକାଲ ଚ୍ୟାନେଲ୍ସ ଉପରେ ନିର୍ଭରତା ଅଧିକ ଅଟେ, ଯେଉଁଥିରେ ତାହା କମ ଅଛି।

ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ଲୋକେ ନିଜ ସଞ୍ଚୟକୁ ବ୍ୟାଙ୍କରେ ଜମା କରୁଥିଲେ, ବା ସେଭିଙ୍ଗସରେ ନିବେଶ କରୁଥିଲେ, ହେଲେ ବର୍ତ୍ତମାନ ସେମାନେ କୟାପିଟାଲ ମାର୍କେଟ ବା ଅନ୍ୟ ଫାଇନାନସିଆଲ ଇନଷ୍ଟ୍ରୁମେଣ୍ଟସରେ ନିବେଶ କରୁଛନ୍ତି। ପରିବାରର ଫାଇନାନସିଆଲ ଆସେଟ୍ସରେ ବ୍ୟାଙ୍କ ଡିପୋଜିଟର ଅଂଶୀଦାରୀ ହ୍ରାସ ପାଉଛି। ହାଉସହୋଲ୍ଡସ ବର୍ତ୍ତମାନ ନିଜ ସଞ୍ଚୟକୁ ମ୍ୟୁଚୁଆଲ ଫଣ୍ଡସ, ଇନସୁରାନ୍ସ ଫଣ୍ଡସ ବା ପେନସନ ଫଣ୍ଡସରେ ଜମା କରୁଛନ୍ତି।

Get real time updates directly on you device, subscribe now.