fbpx

ସକାଳ ଜଳଖିଆ ନକରିବା ଦ୍ୱାରା କ’ଣ ହୋଇଥାଏ କ୍ଷତି ? ଜାଣନ୍ତୁ 

ଆଜିର ଏହି ବ୍ୟସ୍ତ ବହୁଳ ଜୀବନରେ ସମସ୍ତେ ସକାଳର ଜଳଖିଆ ଖାଇବାକୁ ଭୁଲିଯାଆନ୍ତି । ଯାହା ଆମ ଶରୀରକୁ ଦୁର୍ବଳ କରିବା ସହ ରୋଗାଗ୍ରସ୍ତ ମଧ୍ୟ କରାଇଥାଏ । କଥାରେ ଅଛି ଯଦି ଦିନର ଆରମ୍ଭ ଭଲ ହୁଏ ତେବେ ପୁରା ଦିନଟି ଆମର ଭଲରେ କଟିଥାଏ । ଯଦି ଆମେ ପ୍ରତ୍ୟେକ ଦିନ ସକାଳର ଜଳଖିଆ ନକରିବା ତେବେ, ଆମ ଶରୀରରେ ଥିବା ପୋଷକ ତତ୍ତ୍ୱର ଅଭାବ ଦେଖାଦେଇଥାଏ ।

 

ଏହା ସହ ଯଦି ଏହି ଅଭ୍ୟାସଟି ଦୀର୍ଘ ସମୟ ଧରି ରହିଥାଏ ତାହାଲେ ଆମ ଶରୀର ଧୀରେ ଧୀରେ ରୋଗର ଗନ୍ତା ଘର ପାଲଟିଥାଏ ।

 

ବିଶେଷଜ୍ଞଙ୍କ ମତରେ, ଯଦି ସକାଳର ଜଳଖିଆ ଆମେ ନିୟମିତ ଭାବେ ଖାଇଥାନ୍ତି, ତେବେ ଏହା ଆମ ଶରୀରକୁ ଗ୍ଲୁକୋଜ ଯୋଗାଇଥାଏ । ଯାହା ଶରୀରରେ ବ୍ଲଡ ସୁଗର ଲେବଲ ବଜାୟ ରଖେ । ଅନ୍ୟପକ୍ଷରେ, ଯଦି ଆମେ ଦୀର୍ଘ ସମୟ ପର୍ଯ୍ୟନ୍ତ ଜଳଖିଆ ନଖାଇବା ତେବେ ଆମ ଶରୀରରେ ବ୍ଲଡ ସୁଗର ଲେବଲ କମିଯାଏ । ଯେଉଁ କାରଣରୁ ଟାଇପ୍‌-୨ ଡାଇବେଟିସ୍‌ ହେବାର ଆଶଙ୍କା ଥାଏ । ତାହେଲେ

 

ଆସନ୍ତୁ ଜାଣିବା ଯଦି ଆମେ ଲଗାତାର ଏକ ମାସ ପର୍ଯ୍ୟନ୍ତ ସକାଳର ଜଳଖିଆ ନକରିବା ତେବେ, ଆମ ଶରୀରରେ କେଉଁ ପ୍ରକାରର କ୍ଷତି ହେବ ?

 

ଚିଡ଼ଚିଡ଼ାପଣ :- ବିଶେଷଜ୍ଞଙ୍କ ମତରେ, ନ୍ୟୁରୋଟ୍ରାନ୍ସମିଟର ସେରୋଟୋନିନ୍‌ ଆମର ମନୋବଳକୁ ବହୁ ପରିମାଣାର ପ୍ରଭାବିତ କରାଇଥାଏ । ଯାହା ଆମର ଜଳଖିଆ ଖାଇବା ଦ୍ୱାରା ପ୍ରଭାବିତ ହୋଇଥାଏ । ଯଦି ଆମେ ଏକ ମାସ ପର୍ଯ୍ୟନ୍ତ ଜଳଖିଆ ଖାଇବାରେ ଅବହେଳା କରିବା, ତେବେ ସେରୋଟୋନିନ୍‌ର ଲେବଲ ବାଧାପ୍ରାପ୍ତ ହୋଇଥାଏ । ଯେଉଁ କାରଣରୁ ଚିଡ଼ଚିଡ଼ାପଣ, ଚିନ୍ତା ଏବଂ ଡିପ୍ରେସନ ଲକ୍ଷଣ ମଧ୍ୟ ଦେଖାଦେଇଥାଏ ।

 

ଓଜନ ବଢ଼ିବା :- ବିଶେଷଜ୍ଞଙ୍କ ମତରେ, ସକାଳର ଜଳଖିଆ ଛାଡିବା ଦ୍ୱାରା ଓଜନର କମ ହେବା ବଦଳରେ ଓଜନ ବଢ଼ିବାକୁ ଲାଗିଥାଏ । ଯେତେବେଳେ ଆମେ ସକାଳର ଜଳଖିଆ କରିନଥାନ୍ତି, ଆମେ ପ୍ରାୟତଃ ମଧ୍ୟାହ୍ନ ଭୋଜନରେ ଅଧିକ ମାତ୍ରାରେ ଖାଇଥାନ୍ତି । ଯାହାଫଳରେ ଆମର ଓଜନ ବୃଦ୍ଧି ହେବାର ଆଶଙ୍କା ଅଧିକ ଥାଏ ।

 

ମେଟାବୋଲିକ୍‌ ସିଣ୍ଡ୍ରୋମ :- ସକାଳର ଜଳଖିଆ ନକରିବା ଦ୍ୱାରା ଆମର ମେଟାବୋଲିକ ସିଣ୍ଡ୍ରୋମର ଆଶଙ୍କା ବଢ଼ିଯାଇଥାଏ । ଯାହା ହାର୍ଟଆଟକ୍‌ , ଷ୍ଟ୍ରୋକ୍‌ ଏବଂ ଟାଇପ-୨ ଡାଇବେଟିସ୍‌ ହେବାର ଆଶଙ୍କା ଅଧିକ ଥାଏ ।

 

ପୋଷକ ତତ୍ତ୍ୱର ଅଭାବ :- ସକାଳର ଜଳଖିଆ ଖାଇବା ଦ୍ୱାରା ଆମ ଶରୀରକୁ ଅତ୍ୟଧିକ ପୋଷକ ତତ୍ତ୍ୱ ମିଳିଥାଏ । ଯଦି ଆମେ ସକାଳର ଜଳଖିଆ ନଖାଇଥାନ୍ତି, ତେବେ ଭିଟାମିନ୍‌ , ମିନେରାଲ୍ସ ଏବଂ ଫାଇବର ଭଳି ପୋଷକ ତତ୍ତ୍ୱର ଅଭାବ ହୋଇପାରେ । ଯାହା ଅନେକ ରୋଗର କାରଣ ପାଲଟିଥାଏ । ସେଥିପାଇଁ ଯେଉଁମାନେ ସକାଳର ଜଳଖିଆ ନଖାଉଛନ୍ତି, ସେମାନେ ଏହି ସବୁ ସମସ୍ୟା ସମ୍ମୁଖୀନ ହୋଇପାରନ୍ତି ।

Get real time updates directly on you device, subscribe now.