fbpx

ରିଜର୍ଭ ବ୍ୟାଙ୍କ ଏହି ୩ଟି ବଡ଼ ବ୍ୟାଙ୍କ ଉପରେ ଲଗାଇଲା ଜରିମାନା, Axis Bank ମଧ୍ୟ ଅଛି ସାମିଲ

ନୂଆଦିଲ୍ଲୀ: ବ୍ୟାଙ୍କିଙ୍ଗ ଏବଂ ଆର୍ଥିକ କ୍ଷେତ୍ରର ନିୟାମକ ଆରବିଆଇ କେତେକ ନିୟମ ଉଲ୍ଲଂଘନ କରି ଦେଶର ତିନୋଟି ବଡ ବ୍ୟାଙ୍କ ଉପରେ ଜରିମାନା ଲଗାଇଛି। ଏହି ବ୍ୟାଙ୍କଗୁଡିକର ନାମ ହେଉଛି ଜାମ୍ମୁ କାଶ୍ମୀର ବ୍ୟାଙ୍କ, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଏବଂ ଆକ୍ସିସ୍ ବ୍ୟାଙ୍କ।

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଶୁକ୍ରବାର ଦିନ ଜାମ୍ମୁ କାଶ୍ମୀର ବ୍ୟାଙ୍କ ଉପରେ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶନାମା ପାଳନ ନକରିବା ପାଇଁ ୨.୫ କୋଟି ଟଙ୍କା ଜରିମାନା ଲଗାଇଛି ବୋଲି କହିଛି। ଆରବିଆଇ ଦ୍ୱାରା ଜାରି କରାଯାଇଥିବା କିଛି ନିର୍ଦ୍ଦେଶ ପାଳନ ନକରିବାରୁ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରକୁ ମଧ୍ୟ ୧.୪୫ କୋଟି ଟଙ୍କା ଜରିମାନା ଜାରି କରାଯାଇଛି।

କେନ୍ଦ୍ରୀୟ ବ୍ୟାଙ୍କ ଅନ୍ୟ ଏକ ବିବୃତ୍ତିରେ କହିଛି ଯେ ଆକ୍ସିସ୍ ବ୍ୟାଙ୍କ ଉପରେ ୩୦ ଲକ୍ଷ ଟଙ୍କା ଜୋରିମାନା ଲାଗୁ କରାଯାଇଛି। ଏଥିରେ କୁହାଯାଇଛି ଯେ କ୍ରେଡିଟ କାର୍ଡ ଦେୟ ବିଳମ୍ବରେ ପ୍ରଦାନ ପାଇଁ ବ୍ୟାଙ୍କ କେତେକ ଆକାଉଣ୍ଟରେ ଦଣ୍ଡବିଧାନ ଶୁଳ୍କ ଆଦାୟ କରିଛି, ଯଦିଓ ଗ୍ରାହକ ଧାର୍ଯ୍ୟ ତାରିଖ ସୁଦ୍ଧା ଅନ୍ୟ ଉପାୟ ମାଧ୍ୟମରେ ଦେୟ ପ୍ରଦାନ କରିଛନ୍ତି। ଆରବିଆଇ କହିଛି ଯେ, ନିୟାମକ ଅନୁପାଳନରେ ଥିବା ତ୍ରୁଟି ଉପରେ ଆଧାରିତ।

 

Get real time updates directly on you device, subscribe now.