fbpx

ସାଧାରଣ ଲୋକମାନଙ୍କୁ ଏହି ଦ୍ୱୀପପୁଞ୍ଜ ମନା,ଜାଣନ୍ତୁ ଏହା ପଛର ରହସ୍ୟ…………

ଦୁନିଆରେ ଅନେକ ସ୍ଥାନ ରହିଛି ଯେଉଁଗୁଡ଼ିକ ସମ୍ପର୍କରେ ବହୁତ କମ୍ ଚର୍ଚ୍ଚା ହୁଏ । ଏହି ସୂଚୀରେ ରହିଛି ନାଇଜେରିଆରେ ସ୍ଥିତ ଏକ ଦ୍ଵୀପ । ଏହି ଅନୋଖା ସ୍ଥାନ ବିଷୟରେ ଜାଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହେବା ସ୍ଵାଭାବିକ । ଆଜିକାଲି ଏହି ଦ୍ଵୀପ ବିଷୟରେ ସବୁଆଡ଼େ ଖୁବ୍ ଚର୍ଚ୍ଚା ହେଉଛି । ଏହାର ନାମ ବାନାନା ଦ୍ଵୀପ । ସେଠାରେ ରହୁଥିବା ସବୁ ଲୋକ ଜଣେ ଜଣେ ଅରବପତି ଯେଉଁମାନେ ଦାମୀ ଜୀବନ ଶୈଳୀକୁ ଫଲୋ କରୁଛନ୍ତି । ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ସବୁ ଆରବପତିମାନେ ମିଶି ଏହି ଦ୍ଵୀପକୁ କିଣିଛନ୍ତି ।

ନାଇଜେରିଆର ଆଗୋସ୍‌ରେ ଥିବା ଏହି ଦ୍ଵୀପରେ ଜଣେ ସାଧାରଣ ଲୋକ ଘର କିଣିବାକୁ ସାହସ କରିବ ନାହିଁ । କଦଳୀ ଆକାରର ଦେଖିବାକୁ ହୋଇଥିବାରୁ ଏହାର ନାମ ବାନାନା ଆଇଲ୍ୟାଣ୍ଡ ରଖାଯାଇଛି । ଏହି ଅରବପତିମାନେ ପ୍ୟାରିସ୍ , ନ୍ୟୁୟର୍କ ଓ ଟୋକିଓ ପରି ସହର ସହିତ ଟକ୍କର ଦେବା ପାଇଁ ନାଇଜେରିଆରେ ଏହି ଆର୍ଟିଫିସିଆଲ୍ ଆଇଲ୍ୟାଣ୍ଡର ନିର୍ମାଣ କରିଛନ୍ତି । ଏଠାକୁ ଅଧ ଘଣ୍ଟା କୁ ଅଧ ଘଣ୍ଟା ଜାହାଜ ଆସେ ଯାହା ମଧ୍ୟ ମରେ ଲୋକ ଯିବା ଆସିବା କରନ୍ତି । ଜଣେ ସାଧାରଣ ମଣିଷ ଏହି ଦ୍ୱୀପ ରେ ରହିବ କଥା କେବେ ସ୍ୱପ୍ନରେ ସୁଦ୍ଧା ଭାବି ପାରିବ ନାହିଁ ।

 

ଏହାର ଚତୁଃପାର୍ଶ୍ଵ ଚାକଚକ୍ୟରେ ପରିପୂର୍ଣ । ଘରଗୁଡ଼ିକର ଦାମ୍ ସେଠାରେ କୋଟି କୋଟି ଟଙ୍କା । ଏହା ସହିତ ଆପଣ ଏଠାକାର ଯେଉଁ ଗୃହ ରୁ ଦେଖିବେ ଆପଣ ଙ୍କୁ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିବ । ଏହାର ପ୍ରତ୍ୟେକ କୋଠରୀରୁ ଆପଣଙ୍କୁ ଅତି ମନଲୋଭା ଦୃଶ୍ୟ ଦେଖିବାକୁ ମିଳିବ । ପ୍ରତ୍ୟେକ କୋଠରୀରେ ବ୍ୟକ୍ତିଗତ ସୁଇମିଙ୍ଗପୁଲ ରହିଛି । ବିଳାଶପୁଣ୍ୟ ବିଲଡିଂ ସହ ଏହାର ୱିଣ୍ଡୋର ଆଉ ଓଉଟଡୋର ଉଭୟ ର ଦୃଶ୍ୟ ବହୁତ ମନଲୋଭା । ବର୍ତ୍ତମାନ ସମୟରେ ଏହି ଦ୍ଵୀପ ଲୋକ ମାନଙ୍କ ଦୃଷ୍ଟିକୁ ବହୁତ ଅଧିକ ଆକର୍ଷଣ କରୁଛି ଯାହା ଫଳ ରେ ଏହା ଲୋକ ମାନଙ୍କ କେନ୍ଦ୍ର ବିନ୍ଦୁ ପାଲଟି ଯାଇଛି ।

 

ମିଡିଆ ରିପୋର୍ଟ ଅନୁସାରେ ୪୦୨ ଏକର ଜମିରେ ବ୍ୟାପ୍ତ ଏହି ଦ୍ଵୀପ ୨୦୦୩ ମସିହା ପର୍ଯ୍ୟନ୍ତ ରହିବା ପାଇଁ ପ୍ରସ୍ତୁତ ହୋଇଯାଇଥିଲା । ସେଠାରେ ଏକ ସ୍କୋୟାର୍ ମିଟର ଜମିର ଦାମ୍ ୮୪ ହଜାର ଟଙ୍କା । ସେ ଦ୍ଵୀପରେ ଥିବା ସବୁଠାରୁ ଦାମୀ ଘରର ଦାମ୍ ୧୦୦ କୋଟି ଟଙ୍କା । ଏହି ଘର ୨୬୦୦ ସ୍କୋୟାର ମିଟରରେ ତିଆରି ହୋଇଛି ଯେଉଁଥୁରେ ରହିଛି ଛଅଟି ଶୋଇବା ଘର । ଏକାନ୍ତରେ ଏହି ଦ୍ଵୀପ ଥିବାରୁ ଏହାକୁ ଆହୁରି ଖାସ୍ କରିଦେଉଛି । ଅରବପତିମାନେ ନାଇଜେରିଆର ଲାଗୋସ୍ ସହର ଠାରୁ ଦୂରରେ ଓ ଶାନ୍ତିରେ ରହିବାକୁ ଚାହୁଁଛନ୍ତି । ସେଠାରେ ସୁରକ୍ଷା ସହିତ ସେମାନଙ୍କର ପ୍ରାଇଭେସୀ ମଧ୍ୟ ରହୁଛି । କେବଳ ନିମନ୍ତ୍ରଣର ଆଧାରରେ କୌଣସି ବ୍ୟକ୍ତି ସେ ଦ୍ବୀପକୁ ଯାଇପାରିବେ ।

Get real time updates directly on you device, subscribe now.