fbpx

PM Kisaan Yojana ହିତାଧିକାରୀମାନଙ୍କ ପାଇଁ ବଡ ଖବର: ଷ୍ଟାଟସ ଚେକ କରିବା ନିୟମରେ ହେଲା ପରିବର୍ତ୍ତନ

ନୂଆଦିଲ୍ଲୀ: ଏଣିକି ଆଧାର କାର୍ଡରେ ବେନିଫିସିଆରୀ ଷ୍ଟାଟସ ଚେକ କରିପାରିବେନି ହିତାଧିକାରୀ । ପିଏମ କିସାନ ଯୋଜନାରେ ଏକ ବଡ ପରିବର୍ତ୍ତନ କରିଛନ୍ତି ସରକାର । ଏବେ ଆଧାର କାର୍ଡରେ ଷ୍ଟାଟସ ଚେକ କରିପାରିବେ ନାହିଁ ହିତାଧିକାରୀ । ଏଥିପାଇଁ ଏକ ନୂଆ ନିୟମ ଲାଗୁ କରିଛନ୍ତି କେନ୍ଦ୍ର ସରକାର । ନିକଟରେ ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ୨ ହଜାର ଟଙ୍କା ଲେଖାଏଁ ଟ୍ରାନ୍ସଫର କରିଛନ୍ତି । ତେବେ କିଛି ଲୋକଙ୍କ ଆକାଉଣ୍ଟକୁ ଏହି ଟଙ୍କା ଏପର୍ଯ୍ୟନ୍ତ ଆସି ନଥିବା ଜାଣିବାକୁ ମିଳିଛି ।

ପିଏମ କିସାନ ଯୋଜନାର ଯୋଗ୍ୟ ହିତାଧିକାରୀ ଆସନ୍ତା ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିପାରନ୍ତି । ତେବେ ଯେଉଁମାନେ ଡକ୍ୟୁମେଣ୍ଟକୁ ନେଇ ସନ୍ଦେହ ଘେରରେ ରହିଛନ୍ତି, ସେମାନେ ଏହାର ଚେକିଙ୍ଗ କରିପାରିବେ । କିନ୍ତୁ ପୁରୁଣା ଫର୍ମାଟରେ ଏବେ ଏହା ଚେକିଙ୍ଗ କରାଯାଇ ପାରିବ ନାହିଁ । ତେବେ ଆସନ୍ତୁ ଜାଣିବା କିପରି ବେନିଫିସିଆରୀ ଷ୍ଟାଟସ ଚେକ୍ କରିବାର ନୂଆ ନିୟମ ।

ପ୍ରଥମେ ୱେବସାଇଟକୁ ଯାଆନ୍ତୁ । ଏଠାରେ ଫାରମର୍ସ କର୍ଣ୍ଣରକୁ ଯାଇ ବେନିଫିସିଆରୀ ଟ୍ୟାବ ଉପରେ କ୍ଲିକ କରନ୍ତୁ । ନୂଆ ପେଜରେ ନିଜ ରେଜିଷ୍ଟର୍ଡ ମୋବାଇଲ ନମ୍ବର କିମ୍ବା ରେଜିଷ୍ଟ୍ରେସନ ନମ୍ବର ଅପଲୋଡ କରନ୍ତୁ । ଏହାପରେ କ୍ୟାପ୍ଚା କୋଡ ସଠିକ ଭାବରେ ଭରନ୍ତୁ । ଏହାପରେ ସବମିଟରେ କ୍ଲିକ କରନ୍ତୁ ଏବଂ ବେନିଫିସିଆରୀ ଷ୍ଟାଟସ ଦେଖିପାରିବେ ହିତାଧିକାରୀ ।

ପିଏମ କିସାନ ସମ୍ମାନ ନିଧିର ଆରମ୍ଭ ୨୦୧୮ ମସିହା ଡିସେମ୍ବର ୧ ତାରିଖରେ ଆରମ୍ଭ ହୋଇଥିଲା । ଏହି ଯୋଜନାରେ ଦେଶର ଚାଷୀଙ୍କ ବିକାଶ ପାଇଁ ବାର୍ଷିକ ୬ ହଜାର ଟଙ୍କା ଯୋଗାଇ ଦିଆଯାଇଛି । ବର୍ଷକୁ ୩ଟି କିସ୍ତିରେ ୨ ହଜାର ଟଙ୍କା ଲେଖାଏଁ ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଯାଇଥାଏ ।

Get real time updates directly on you device, subscribe now.