fbpx
BJD SKY
BJD SKY

ମଦ ପିଇବା ପାଇଁ ବଦଳିଲା ନିୟମ: ଜାଣନ୍ତୁ କେତେ ବର୍ଷରେ କିଣିପାରିବେ ଆଲକୋହଲ୍?

BJD

ନୂଆଦିଲ୍ଲୀ,୨୨ ।୩: ମଦ କାରବାର ରୋବିକା ପାଇଁ ଦିଲ୍ଲୀରେ କେଜରିୱାଲ ସରକାର ବଡ ପଦକ୍ଷେପ ନେଇଛନ୍ତି । ଦିଲ୍ଲୀ ସରକାର ଏକ୍ସାଇଜ ପଲିସିରେ ଅନେକ ପରିବର୍ତ୍ତନ କରିଛନ୍ତି । ଏହା ପରେ ସରକାର ଆଉ ଦିଲ୍ଲୀରେ ମଦ ଦୋକାନ ଚଳାଇବେ ନାହିଁ । ଡେପୁଟି ସିଏମ ମନୀଷୁ ସିସୋଦିୟା ଏହି ଏକ୍ସାଇଜ ପଲିସି ବିଷୟରେ ଆଜି ସୂଚନା ଦେଇଛନ୍ତି । ମଦ ଦୋକାନ ଚଳାଇବା ସରକାରଙ୍କ ଦାୟିତ୍ୱ ନୁହେଁ ବୋଲି ସେ କହିଛନ୍ତି ।

ଏହା ସହ ମନୀଷ ସିସୋଦିୟା କହିଛନ୍ତି ଯେ, ‘ଏବେ ମଦର ନୂଆ ଦୋକାନ ଖୋଲାଯିବ ନାହିଁ । ଏହାର ଅର୍ଥ ବର୍ତ୍ତମାନ ସୁଦ୍ଧା ଦିଲ୍ଲୀ ଯେତିକି ମଦ ଦୋକାନ ଅଛି, ବାଶ୍ ସେତିକି ହିଁ ରହିବ । ଦିଲ୍ଲୀରେ ଏବେ ୮୫୦ ମଦ ଦୋକାନ ରହିଛି । ସେଥିରୁ ୬୦% ସରକାରୀ ଓ ୪୦% ଘରୋଇ ରହିଛି । ଦିଲ୍ଲୀର ଡେପୁଟି ସିଏମ ଘୋଷଣା କରିଛନ୍ତି ଯେ, କୌଣସି ନୂଆ ଦୋକାନ ଖୋଲାଯିବ ନାହିଁ । ଏହା ସହ ସରକାରୀ ମଦ ଦୋକାନ ମଧ୍ୟ ବନ୍ଦ ରହିବ । ସରକାରୀ ମଦ ଦୋକାନ ଗୁଡିକର ନିଲାମୀ କରାଯିବ ଓ ଏହାକୁ ବ୍ୟକ୍ତିଗତ ହାତରେ ଦିଆଯିବ ।

ସେହିପରି ନୂଆ ପଲିସି ଦିଲ୍ଲୀରେ ମଦ କିଣିବା ବୟସକୁ ହ୍ରାସ କରାଯାଇଛି । ପୂର୍ବରୁ ମଦ କିଣିବାର ବୟସ ୨୫ ବର୍ଷ ଥିବା ବେଳେ ଏବେ ଏହାକୁ ୨୧ ବର୍ଷ କରି ଦିଆଯାଇଛି । ଏଣିକି ୨୧ ବର୍ଷରୁ କମ୍ ବୟସର ଲୋକଙ୍କୁ ମଦ ମିଳିବ ନାହିଁ । ଯଦି କାହା ଉପରେ ସନ୍ଦେହ ହୁଏ, ତେବେ ଆଇଡି କାର୍ଡ ଚେକ୍ କରାଯିବ । ଦେଶର ପ୍ରାୟ ସ୍ଥାନରେ ମଦ କିଣିବାର ବୟସ ୨୧ ରଖାଯାଇଛି ।

Get real time updates directly on you device, subscribe now.