fbpx

୨ୟ ଡୋଜ୍ ଟିକା ପାଇଁ ଆସିଲା ଗାଇଡଲାଇନ୍, ଜାଣନ୍ତୁ କ’ଣ?

ନୂଆଦିଲ୍ଲୀ,୨୨ ।୩: କୋଭିସିଲ୍ଡ ଟିକା ୨ୟ ଡୋଜ୍ ନେଇ କେନ୍ଦ୍ର ପକ୍ଷରୁ ଆଜି ଗାଇଡଲାଇନ୍ ଜାରି ହୋଇଛି । ଏନେଇ ସବୁ ରାଜ୍ୟ ମୁଖ୍ୟ ସଚିବମାନଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଚିଠି ଲେଖିଛନ୍ତି । ପୂର୍ବରୁ କୋଭିସିଲ୍ଡ ପ୍ରଥମ ଡୋଜର ୪ରୁ ୬ ସପ୍ତାହ ପରେ ୨ ୟ ଡୋଜ୍ ଦିଆଯିବ । ଏବେ ଏନଟିଏଜିଆଇ ପରାମର୍ଶ ଅନୁସାରେ ଏଣିକି ୪ରୁ ୮ ସପ୍ତାହରେ ୨ୟ ଡୋଜ୍ ଦିଆଯିବ । ଏହା କେବଳ କୋଭିସିଲ୍ଡ କ୍ଷେତ୍ରରେ ଲାଗୁ ହେବ, କିନ୍ତୁ କୋଭାକ୍ସିନ ପାଇଁ ନୁହେଁ ।’

ତେବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୧୨ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୯ ହଜାର ୯୬୭କୁ ବୃଦ୍ଧି ପାଇଛି । ଦିନକରେ ୪୬ ହଜାର ୯୫୧ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୬ ଲକ୍ଷ ୪୬ ହଜାର ୮୧କୁ ବୃଦ୍ଧି ପାଇଛି । ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର ୬୪୬ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୧ କୋଟି ୧୧ ଲକ୍ଷ ୫୧ ହଜାର ୪୬୮ରେ ପହଞ୍ଚିଛି । ଗତକାଲି ସୁଦ୍ଧା ୪ କୋଟି ୫୦ ଲକ୍ଷ ୬୫ ହଜାର ୯୯୮ ଜଣ ଟିକା ନେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.