fbpx

(Video) ସାଗର ନା ମୃତ୍ୟୁର ସୌଦାଗର! ସମୁଦ୍ରର ଭୟଙ୍କର ଲହଡ଼ିରେ ଫସିଲା ଜାହାଜ: ମନେ ପଡ଼ିଲା ‘TITANIC’ର Climax Scene

ଓଡ଼ିଶା ଭାସ୍କର: ସିନେ ଜଗତର ସବୁଠାରୁ ଚର୍ଚ୍ଚିତ ଫିଲ୍ମ ‘ଟାଇଟନିକ’, ଯାହା ଏକ ଜାହାଜର କାହାଣୀ ଉପରେ ଆଧାରିତ । ଏହି ସିନେମାର କ୍ଲାଇମାକ୍ସ ସିନ୍ ବେଶ୍ କଷ୍ଟଦାୟକ ରହିଛି । କାରଣ କାହାଣୀର ଶେଷରେ ଟାଇଟନିକ ଜାହାଜଟି ବୁଡ଼ି ଯାଇଛି, ଯାହାଫଳରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଦେଖାଯାଇଛି । ଗ୍ଲାସିୟର ସହ ଧକ୍କା ହେବା ଫଳରେ ଜାହାଜଟି ବୁଡ଼ିଯାଇଛି । କିନ୍ତୁ ଏହା ତ ଥିଲା ସିନେମା । ବର୍ତ୍ତମାନ ଏହି ଘଟଣାର ଏକ ପୁନରାବୃତ୍ତି ଦେଖିବାକୁ ମିଳିଛି ରିଏଲ ଲାଇଫରେ । ସମୁଦ୍ର ମଝିରେ ଜାହାଜ ଯାଉଥିବା ବେଳେ ପ୍ରକୃତି ନିଜର କରାଳ ରୂପ ଦେଖାଇଛି । ଏହି ଭିଡିଓ ଦେଖିଲେ ଲୋକଙ୍କର ଟାଇଟନିକ ସିନେମାର ଶେଷ ଦୃଶ୍ୟ ମନେ ପକାଇ ଦେଉଛି ।

ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଭିଡିଓ ଖୁବ ଭାଇରାଲ ହେଉଛି । ଗଭୀର ସମୁଦ୍ର ମଝିରେ ଆସୁଥିବା ଭୟଙ୍କର ଲହଡ଼ି ପାଖରେ ଏହି ଭିଡିଓ ରେକର୍ଡ କରାଯାଇଛି । ସମୁଦ୍ର ଭିତରେ ଝଡ଼ ତୋଫାନ ସାଙ୍ଗକୁ ସାମନାରୁ ଆସୁଥିବା ବିରାଟ ପର୍ବତ ଆକାରର ଲହଡ଼ି ହୃଦୟରେ କମ୍ପନ ସୃଷ୍ଟି କରି ଦେଉଛି । ଏହି ଭିଡିଓରେ ଜାହାଜ ସମୁଦ୍ର ମଝିରେ ବିଶାଳ ଏବଂ ଭୟଙ୍କର ଲହଡ଼ିକୁ ସାମନା କରୁଥିବାର ଦେଖିବାକୁ ମିଳିଛି । ଲଗାତାର ଭୟଙ୍କର ଲହଡ଼ିକୁ ସାମନା କରୁଥିବା ଜାହାଜ ବାରମ୍ବାର ବୁଡ଼ିବା ପରିସ୍ଥିତିକୁ ଯାଇ ପୁଣି ଫେରି ଆସୁଛି । ଏହି ଭିଡିଓ ଦର୍ଶକ ମାନଙ୍କୁ ପୁଣିଥରେ ରୋମାଞ୍ଚ ଏବଂ ଆତଙ୍କର ଏକ ନୂଆ କାହାଣୀ ଦେଖାଇଛି । କିନ୍ତୁ ଜାହାଜର ଯୁଦ୍ଧ ଏବେ ବି ସରିନାହିଁ । ଉଚ୍ଚା ଏବଂ ଭୟାନକ ଲହଡ଼ିକୁ ପଛରେ ପକାଇ ଆଗେଇ ଚାଲିଛି ଜାହାଜ ।

ତେବେ ଭିଡିଓଟି କେବେ ଏବଂ କେଉଁଠିକାର, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କିନ୍ତୁ ସୋସିଆଲ ମିଡିଆରେ ଏହା ଖୁବ ଭାଇରାଲ ହେବା ସହ ସମସ୍ତଙ୍କ ଦେହରେ ଶିହରଣ ଖେଳାଇ ଦେଇଛି । ଭିଡିଓକୁ ଦେଖିଲେ ହିଁ ମନରେ ଏକ ଭୟ ଖେଳି ଯାଉଛି । ନୀଳ ସାଗର ପାଖରୁ ଦେଖିଲେ ଯେତିକି ସୁନ୍ଦର ଦିଶେ, ଏହାର ଭିତରେ ସେତିକି ଭୟଙ୍କର ରୂପ ଦେଖିବାକୁ ମିଳିପାରେ । ଏହି ଭିଡିଓକୁ ଦେଖିଲେ ଅନେକ ଲୋକଙ୍କର ସମୁଦ୍ର ପ୍ରତି ଥିବା ଭାବନା ହୁଏତ ବଦଳି ଯାଇପାରେ । ପ୍ରକୃତିର ଏଭଳି କରାଳ ରୂପକୁ ଦେଖି ମନେ ହେଉଛି, ଏହା ସାଗର ନୁହେଁ ତ- ସତେ ଯେମିତି ମୃତ୍ୟୁର ସୌଦାଗର…

ଏହି ଭିଡିଓକୁ ସୋସିଆଲ ମିଡିଆରେ ବର୍ତ୍ତମାନ ସୁଦ୍ଧା ଲକ୍ଷ ଲକ୍ଷ ୟୁଜର ଦେଖି ସାରିଛନ୍ତି । ଭିଡିଓକୁ ଦେଖି ୟୁଜର ଭିନ୍ନ ଭିନ୍ନ ମତ ରଖିଛନ୍ତି । ଏହି ଭିଡିଓ ଦେଖି ଟାଇଟନିକ ଫିଲ୍ମର କ୍ଲାଇମାକ୍ସ ମନେ ପଡ଼ି ଯାଉଥିବା କିଛି ଲୋକ କମେଣ୍ଟ କରିଛନ୍ତି । ସେହିପରି କିଛି ଲୋକ ଜାହାଜର ଶକ୍ତି ଏବଂ ଚାଳକଙ୍କ ଦକ୍ଷତା ଓ ସାହସିକତାର ପ୍ରଶଂସା କରିଛନ୍ତି ।

Get real time updates directly on you device, subscribe now.